Advertisment

ପାଢ଼ୀ ଟ୍ୟୁଟୋରିଆଲ ମାଲିକଙ୍କ ଆତ୍ମହତ୍ୟା ଘଟଣା: ଆଉ ଥରେ ଏତଲା ଦେବାକୁ ହାଇକୋର୍ଟଙ୍କ ଅନୁମତି

ଏହି ମାମଲାର ଶୁଣାଣି ସମୟରେ ସରକାରୀ ଓକିଲ କୋର୍ଟଙ୍କୁ କହିଥିଲେ ଯେ ପୁଲିସ୍ ଜବତ କରିଥିବା ସୁଇସାଇଡ୍ ନୋଟରେ ଜେ.ବି ପାଢ଼ୀଙ୍କ ସହ ଅର୍ଥ କାରବାର କରୁଥିବା ୩୦ ଜଣଙ୍କ ନାମ ରହିଛି। କିନ୍ତୁ ସେହି ସନ୍ଦିଗ୍ଧମାନଙ୍କ ବିରୋଧରେ ତଦନ୍ତ ଶେଷ ହୋଇନାହିଁ।

author-image
Jitendra Garnayak
Odisha High court

Odisha High court

ପାଢ଼ୀ ଟ୍ୟୁଟୋରିଆଲ ମାଲିକ ଜେ.ବି. ପାଢ଼ୀଙ୍କ ଆତ୍ମହତ୍ୟା ଘଟଣାକୁ ସାଢ଼େ ୭ ବର୍ଷରୁ ଅଧିକ ସମୟ ବିତି ଯାଇଥିଲେ ସୁଦ୍ଧା ଏଯାଏଁ ସରିନି ଏହାର ତଦନ୍ତ। ସୁଇସାଇଡ୍ ନୋଟ୍‌ରେ ସ୍ଵର୍ଗତ ପାଢ଼ୀ ୩୦ଜଣଙ୍କ ନାଁ ଲେଖି ସେମାନେ ତାଙ୍କ ଆତ୍ମହତ୍ୟା ପାଇଁ ଦାୟୀ ବୋଲି ଲେଖିଥିଲେ ସୁଦ୍ଧା ସେମାନଙ୍କ ସଂପର୍କରେ ସଠିକ୍ ଭାବେ ତଦନ୍ତ କରାଯାଇନାହିଁ। ତେଣୁ ସେମାନଙ୍କ ନାମରେ ଆଉ ଥରେ ଏତଲା ଦେବାକୁ ହାଇକୋର୍ଟ ଅନୁମତି ପ୍ରଦାନ କରିଛନ୍ତି।

Advertisment

ତଦନ୍ତରେ ଅବହେଳା ଦର୍ଶାଇ ସ୍ୱର୍ଗତ ପାଢ଼ୀଙ୍କ ପତ୍ନୀ କବିତା ମହାପାତ୍ର ଗତ ବର୍ଷ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି ବଡ଼ଗଡ଼ ଥାନା ୟୁ.ଡି.ଜି.ଆର. କେସ୍ ନଂ ୩୦୯/୨୦୧୭ ର ତଦନ୍ତ ୩ ମାସ ମଧ୍ୟରେ ଶେଷ କରିବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପୁଲିସ୍‌ କୌଣସି ପଦକ୍ଷେପ ନ ନେବାରୁ କବିତା ପୁଣି ଥରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି ସମୟରେ ସରକାରୀ ଓକିଲ କୋର୍ଟଙ୍କୁ କହିଥିଲେ ଯେ ପୁଲିସ୍ ଜବତ କରିଥିବା ସୁଇସାଇଡ୍ ନୋଟରେ ଜେ.ବି ପାଢ଼ୀଙ୍କ ସହ ଅର୍ଥ କାରବାର କରୁଥିବା ୩୦ ଜଣଙ୍କ ନାମ ରହିଛି। କିନ୍ତୁ ସେହି ସନ୍ଦିଗ୍ଧମାନଙ୍କ ବିରୋଧରେ ତଦନ୍ତ ଶେଷ ହୋଇନାହିଁ। ସ୍ୱର୍ଗତ ଜେ.ବି ପାଢ଼ୀଙ୍କ ପତ୍ନୀ ନୂଆ ତଥ୍ୟ ସହ ଏ ସମ୍ପର୍କରେ ଏତଲା ଦେଲେ, ଏହାକୁ ପଞ୍ଜୀକୃତ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ନିଶିକାନ୍ତ ମିଶ୍ର ମାମଲା ପରିଚାଳନା କରୁଥିବା ବେଳେ ଆଡଭୋକେଟ୍ ଅଖଣ୍ଡ, ସପନ କୁମାର ପାଲ ଓ ବର୍ଷା ସ୍ଵାଇଁ ସହଯୋଗ କରିଥିଲେ। 

ସୂଚନାଯୋଗ୍ୟ, ୨୦୧୭ ମସିହା ଏପ୍ରିଲ ୬ ତାରିଖରେ ପାଢ଼ୀ ଟ୍ୟୁଟୋରିଆଲ ମାଲିକ ଜେ.ବି ପାଢ଼ୀ ଆତ୍ମହତ୍ୟା କରିଥିଲେ। 

Advertisment
Odisha Highcourt