ଚୋରଙ୍କ ଚରାଭୂଇଁ ପାଲଟି ଗଲାଣି ରାଜଧାନୀ। ନିୟମିତ ବ୍ୟବଧାନରେ ଚୋରି, ଲୁଟପାଟର ଖବର ସବୁ ଆସୁଛି। ଗତକାଲି ରାତିରେ ରାଜଧାନୀର ଗୋଟିଏ ରାତିରେ ୫ଟି ଫ୍ଲାଟରୁ କଳାକନା ବୁଲାଇ ଦେଇଛନ୍ତି ଲୁଟେରା। ଗାଡ଼କଣ ସ୍ଥିତ ଏକ ଆପାର୍ଟମେଣ୍ଟରୁ ୫ଟି ଫ୍ଲାଟରୁ ଚୋରମାନେ ଆଲମିରା ଲକର ଭାଙ୍ଗି ଟଙ୍କା ଓ ସୁନା ଗହଣା ନେଇଯାଇଥିବା ଅଭିଯୋଗ ହୋଇଛି।
ସିରିଜ ଚୋରି ନେଇ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଛାନଭିନ୍ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଲୁଟେରାଙ୍କ ବିଷୟରେ କୌଣସି ସୁରାଗ ପାଇ ନାହିଁ।
Also Read
ସୂଚନାଯୋଗ୍ୟ, ରବିବାର ରାତିରେ ଲୁଟେରାମାନେ ଲିଙ୍ଗରାଜ ଥାନା ଅଞ୍ଚଳର ହାଟସାହିର ଏସବିଆଇ ଏଟିଏମକୁ ଗ୍ୟାସ୍ କଟରରେ କାଟି କଳାକନା ବୁଲାଇ ଦେଇଥିଲେ। ଏଟିଏମ୍ରୁ ୧୦ ଲକ୍ଷ ୫୯ ହଜାର ଟଙ୍କା ଲୁଟି ନେଇଥିଲେ। ସିସିଟିଭିରୁ ବର୍ତ୍ତିବା ପାଇଁ ତା’ଉପରେ କିଛି ତରଳ ପଦାର୍ଥ ସ୍ପ୍ରେ କରି ଦେଇଥିଲେ ଲୁଟେରା।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

Crime
ରକ୍ତଭିଜା ମୃତଦେହ, କଣ୍ଡମ ଓ ଅପ୍ରତ୍ୟାଶିତ ଅତିଥି: କେମିତି ଟ୍ରିପଲ ମର୍ଡରର ଫର୍ଦ୍ଦାଫାସ କରିଥିଲା ପୁଲିସ?
ଘର ଭିତରେ ପୁଲିସ୍ ଯାଞ୍ଚ କରୁଥିବା ବେଳେ ଖୁସବୁଙ୍କ ବେଡରୁମ ଉପରେ ନଜର ପଡ଼ିଥିଲା। ସେଠାରୁ ପୁଲିସ୍କୁ ଗୋଟିଏ କଣ୍ଡମ ମିଳିଥିଲା।

Crime
ଭୟଙ୍କର: କଲେଜ ଛାତ୍ରୀଙ୍କୁ ୧୬ ମାସ ଧରି ୭ ଜଣ କରୁଥିଲେ ଦୁଷ୍କର୍ମ
୭ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଯୁବତୀଙ୍କ ସହ ଇନଷ୍ଟାଗ୍ରାମରୁ ପରିଚିତ ହୋଇଥିଲା।

National
ସେହି ସତର ମିନିଟ୍, ୨୫ କୋଟିର ଗହଣା ନେଇ ପଳାଇଲେ ୬ ଲୁଟେରା
୬ ଲୁଟେରାଙ୍କ ମଧ୍ୟରୁ ୨ ଜଣଙ୍କୁ ଧରିବାରେ ସଫଳ ହୋଇଛି ପୁଲିସ।

Crime
ଫେଲ୍ ମାରିଛି କି ପୁଲିସ: ମାସକରେ ୧୧୧ ହତ୍ୟା, ୯୨୫ ମହିଳା ନିର୍ଯାତନା ମାମଲା, ୨୦୨୪ରେ ବଢ଼ିଛି ୧୪ହଜାର ମାମଲା
୨୦୨୩ ମସିହା ତୁଳନାରେ ୨୦୨୪ ମସିହାରେ ରାଜ୍ୟରେ ଅପେକ୍ଷାକୃତ ୧୪୧୫୯ଟି ଅପରାଧ ମାମଲା ପଞ୍ଜିକୃତ ହୋଇଥିବା ଜଣାପଡ଼ିଛି ।

Crime
ଛୋଟ ଦଳକୁ ଚାନ୍ଦା ଉପରେ ଆୟକର ବିଭାଗର ନଜର!
ଆପଣ ଯଦି ପ୍ରକୃତରେ ଦାନ ଦେଇଛନ୍ତି ଓ ତା'ର ପ୍ରମାଣ ରଖିଛନ୍ତି, ତେବେ କିଛି ଚିନ୍ତା କରିବାର ନାହିଁ। ମାତ୍ର ଯଦି ଆପଣ ପଞ୍ଜୀକୃତ ରାଜନୈତିକ ଦଳକୁ ଚାନ୍ଦା ଦେଇଥିବା ଦର୍ଶାଇ ଆୟକର ଆଇନର 80GGCରେ ସଂପୂର୍ଣ୍ଣ ଦାନ ରାଶି ଉପରେ ଆୟକର ଛାଡ଼ ଚାହୁଁଛନ୍ତି, ତେବେ ଆପଣଙ୍କୁ ଏହାର ପ୍ରମାଣ ଦର୍ଶାଇବାକୁ ପଡ଼ିବ।