Advertisment

ରାଜଧାନୀର ୫ଟି ଫ୍ଲାଟରେ କଳାକନା ବୁଲାଇଦେଲେ ଲୁଟେରା

ସିରିଜ ଚୋରି ନେଇ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ ହୋଇଛି।

loot

loot

Advertisment

ଚୋରଙ୍କ ଚରାଭୂଇଁ ପାଲଟି ଗଲାଣି ରାଜଧାନୀ। ନିୟମିତ ବ୍ୟବଧାନରେ ଚୋରି, ଲୁଟପାଟର ଖବର ସବୁ ଆସୁଛି। ଗତକାଲି ରାତିରେ ରାଜଧାନୀର ଗୋଟିଏ ରାତିରେ ୫ଟି ଫ୍ଲାଟରୁ କଳାକନା ବୁଲାଇ ଦେଇଛନ୍ତି ଲୁଟେରା। ଗାଡ଼କଣ ସ୍ଥିତ ଏକ ଆପାର୍ଟମେଣ୍ଟରୁ ୫ଟି ଫ୍ଲାଟରୁ ଚୋରମାନେ ଆଲମିରା ଲକର ଭାଙ୍ଗି ଟଙ୍କା ଓ ସୁନା ଗହଣା ନେଇଯାଇଥିବା ଅଭିଯୋଗ ହୋଇଛି।

Advertisment

ସିରିଜ ଚୋରି ନେଇ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ଛାନଭିନ୍ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ଲୁଟେରାଙ୍କ ବିଷୟରେ କୌଣସି ସୁରାଗ ପାଇ ନାହିଁ।

ସୂଚନାଯୋଗ୍ୟ, ରବିବାର ରାତିରେ ଲୁଟେରାମାନେ ଲିଙ୍ଗରାଜ ଥାନା ଅଞ୍ଚଳର ହାଟସାହିର ଏସବିଆଇ ଏଟିଏମକୁ ଗ୍ୟାସ୍ କଟରରେ କାଟି କଳାକନା ବୁଲାଇ ଦେଇଥିଲେ। ଏଟିଏମ୍‌ରୁ ୧୦ ଲକ୍ଷ ୫୯ ହଜାର ଟଙ୍କା ଲୁଟି ନେଇଥିଲେ। ସିସିଟିଭିରୁ ବର୍ତ୍ତିବା ପାଇଁ ତା’ଉପରେ କିଛି ତରଳ ପଦାର୍ଥ ସ୍ପ୍ରେ କରି ଦେଇଥିଲେ ଲୁଟେରା।

Advertisment
Bhubaneswar Loot
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe