Advertisment

କଣ୍ଟେନରରେ ହେଉଥିଲା ଗୋରୁ ଚାଲାଣ, ମାଡ଼ି ବସିଲା ପୁଲିସ

କଣ୍ଟେନର ଭିତରରୁ ୮୦ ରୁ ଉର୍ଦ୍ଧ ଗୋରୁଙ୍କୁ ଉଦ୍ଧାର କରିବା ସହ ୩ ଜଣଙ୍କୁ ଅଟକ ରଖିଛି ପୁଲିସ।

ଅଦ୍ୟତନ ହୋଇଛି
police station

police station

Advertisment

କଣ୍ଟେନରରେ ଗୋରୁ ଚାଲାଣ ବେଳେ ମାଡ଼ି ବସିଲା ପୁଲିସ। ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥର ଜଙ୍କିଆ ନିକଟରେ। ପୁଲିସ କଣ୍ଟେନର ଭିତରରୁ ୮୦ ରୁ ଉର୍ଦ୍ଧ ଗୋରୁଙ୍କୁ ଉଦ୍ଧାର କରିବା ସହ ୩ ଜଣଙ୍କୁ ଅଟକ ରଖିଛି।

Advertisment

ଗତକାଲି ବିଳମ୍ବିତ ରାତିରେ ବ୍ରହ୍ମପୁର ପଟୁ ଏକ କଣ୍ଟେନରରେ ଗୋରୁ ଚାଲାଣ ହେଉଥିବା ଜଙ୍କିଆ ପୁଲିସ କୌଣସି ସୂତ୍ରରୁ ଖବର ପାଇଥିଲା। ପରେ ବାଟରେ ଛକି ରହିଥିଲା ପୁଲିସ। କଣ୍ଟେନରଟି ୧୬ ନମ୍ବର ଜାତୀୟ ରାଜପଥ ଦେଇ ଯିବା ବେଳେ ପୁଲିସ କଣ୍ଟେନରଟିକୁ ଅଟକାଇଥିଲା। କଣ୍ଟେନର ଭିତରରୁ ୮୦ ରୁ ଉର୍ଦ୍ଧ ଗୋରୁଙ୍କୁ ଉଦ୍ଧାର କରିବା ସହ ୩ ଜଣଙ୍କୁ ଅଟକ ରଖିଥିଲା। ଗୋରୁ ମାନଙ୍କୁ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଇବା ପରେ ଗୋଶାଳାକୁ ନିଆଯାଇଛି। 

ଆସନ୍ତା ଦିନରେ ଏଭଳି ଚୋରା ଗୋଚାଲାଣ ବିରୁଦ୍ଧରେ ଚଢ଼ାଉ ଯୋରଦାର କରାଯିବ ବୋଲି ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କାଟେରିଆ କହିଛନ୍ତି।

Advertisment
Khordha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe