Advertisment

ଗୋ’ ଚାଲାଣର ନୂଆ ତରିକା; ବସ୍‌, ଇନୋଭାରୁ ୮ ଗୋରୁ ଉଦ୍ଧାର

ଏକ ଇନୋଭା କାର ଓ ଏକ ବସ୍‌ ଟୋଲ ଗେଟ୍‌ ଅତିକ୍ରମ କରିଥିଲା। ଉକ୍ତ ଦୁଇଟି ଗାଡ଼ି ଉପରେ ପୁଲିସ୍‌ର ସନ୍ଦେହ ହେବାରୁ ତାହାର ପିଛା କରିଥିଲା।

author-image
Niharika Rout
Rescue

Rescue

ପୂର୍ବରୁ ଟ୍ରକ୍‌, ଟ୍ରାକ୍ଟରରେ ଗୋ’ ଚାଲାଣ ହେଉଥିବା ବେଳେ ଧରା ପଡ଼ିଯିବାର ଆଶଙ୍କା ରହୁଥିଲା। ଏହି ଆଶଙ୍କା ଏଡ଼ାଇବାକୁ ଏବେ ବସ୍‌, ଇନୋଭାରେ ହେଉଛି ଗୋ’ ଚାଲାଣ । ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ାରେ ଦେଖିବାକୁ ମିଳିଛି। ଅମାନୁଷିକ ଭାବେ ଗୋରୁ ଚାଲାଣ ବେଳେ ବସ୍‌ରୁ ୬ଟି ଓ ଇନୋଭାରୁ ୨ଟି ଗୋରୁ ଉଦ୍ଧାର ହୋଇଛନ୍ତି।

Advertisment

ଖନ୍ତାପଡ଼ା ପୁଲିସ ବିଶେଷ ସୂତ୍ରରୁ ଖବର ପାଇ ଆଜି ଶେରଗଡ଼ ଟୋଲ ଗେଟ୍‌ରେ ଛକି ରହିଥିଲା। ସେହି ସମୟରେ ଏକ ଇନୋଭା କାର ଓ ଏକ ବସ୍‌ ଟୋଲ ଗେଟ୍‌ ଅତିକ୍ରମ କରିଥିଲା। ଉକ୍ତ ଦୁଇଟି ଗାଡ଼ି ଉପରେ ପୁଲିସ୍‌ର ସନ୍ଦେହ ହେବାରୁ ତାହାର ପିଛା କରିଥିଲା। x

ଶେରଗଡ଼ ୟୁକୋ ବ୍ୟାଙ୍କ ନିକଟରେ ମିନି ବସ ଏବଂ ଇନୋଭା କାରକୁ ଅଟକାଇ ଥିଲା ପୁଲିସ୍‌। ଏହାପରେ ଯାଞ୍ଚ ବେଳେ ଉଭୟ ଗାଡି ଭିତରେ ନୃଶଂସ ଭାବରେ ଚାଲାଣ ହେଉଥିବା ଦେଖିବାକୁ ମିଳିଥିଲା। କେଉଁଠି ଗାଇମାନଙ୍କର ମୁହଁକୁ ଉପରକୁ କରି ରଶି ବନ୍ଧା ଯାଇଥିବା ବେଳେ କେଉଁଠି ଗୋଡ଼କୁ ଟେକି ବାନ୍ଧି ଦିଆଯାଇଥିଲା।  ଏହି ଗୋରୁଗୁଡ଼ିକୁ ଭଦ୍ରକରୁ ପଶ୍ଚିମବଙ୍ଗ ଚାଲାଣ କରାଯାଉଥିଲା।  ମରଣ ମୁହଁରୁ ମୁକୁଳିବାକୁ ସେମାନେ ଅସହାୟ ଭାବେ ଚାହିଁ ରହିଥିବା ବେଳେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ରେମୁଣା ସ୍ଥିତ ମା’ ଭାରତୀ ଗୋଶାଳାକୁ ପଠାଇ ଦିଆଯାଇଛି।

Advertisment

ଉଭୟ ଗାଡିର ଡ୍ରାଇଭର ଓ ଗୋ ମାଫିଆ ଫେରାର ହୋଇ ଯାଇଥିବା ବେଳେ ପୁଲିସ୍‌ ଗାଡ଼ି ଦୁଇଟିକୁ ଜବତ କରିଛି। 

ରିପୋର୍ଟ: ସୋରରୁ ନିରଞ୍ଜନ ବେହାରା

Balasore Rescue