Advertisment

ଧରାପଡ଼ିଲା ଫେରାର ବିଚାରାଧୀନ କଏଦୀ

ପୁଲିସ ହେପାଜତରୁ ଫେରାର ବିଚାରାଧୀନ କଏଦୀକୁ ଧରିଲା ପୁଲିସ

author-image
Biswajit Samal
Accused

Accused

ଯାଜପୁର ଜିଲ୍ଲାର ଯାଜପୁର ରୋଡ଼ ଉପ-କାରାଗାରରୁ ପୁଲିସ ହେପାଜତରୁ ଫେରାର ବିଚାରାଧୀନ କଏଦୀକୁ ଧରିଲା ପୁଲିସ। ସୋମବାର (ଗତକାଲି) ରାତିରେ ଫେରାର କଏଦୀକୁ ଧରିବାରେ ସକ୍ଷମ ହୋଇଛି କୋରାଇ ପୁଲିସ।

Advertisment

ଏଥିସହିତ କଏଦୀକୁ ଫେରାର କରାଇବାରେ ୨ ଜଣ ସଂପୃକ୍ତ ରହିଥିବା ଜଣାପଡ଼ିଛି। କାର୍ଯ୍ୟରେ ଅବହେଳା ପାଇଁ ୨ ଜଣ ପୁଲିସ କନଷ୍ଟେବଳଙ୍କୁ ନିଲମ୍ବନ କରିଛନ୍ତି ଯାଜପୁର ଏସପି ଭିନିତ୍ ଅଗ୍ରୱାଲ। ନିଲମ୍ବିତ ୨ କନେଷ୍ଟବଳ ଅରୁଣ ମଲ୍ଲିକ ଓ ସୁନୀଲ ପାତ୍ର ବୋଲି ଜଣାପଡ଼ିଛି।

ଗତ ଦୁଇଦିନ ତଳେ ଯାଜପୁର ରୋଡ଼ ମେଡ଼ିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଯାଇ ଅଧା ରାସ୍ତାରୁ ଫେରାର ହୋଇଯାଇଥିଲା କଏଦୀ ରାଣା ପ୍ରତାପ ସିଂ। ରାଣା ପ୍ରତାପ ଏକ ଦୁଷ୍କର୍ମ ମାମଲାରେ ପାଣିକୋଇଲି ପୋଲିସ ଦ୍ୱାରା ଗିରଫ ହୋଇ ଯାଜପୁର ରୋଡ଼ ଉପ-କାରାଗାର ରେ ରହିଥିଲେ।

Advertisment
Odisha Police