Advertisment

ଦୁଇ ଲାଞ୍ଚୁଆ ଡାକ ଅଫିସରଙ୍କୁ ମାଡ଼ି ବସିଲା ସିବିଆଇ

କାଗଜପତ୍ର ଯାଞ୍ଚ କରିଥିଲେ ବଡ଼ସାହି ଉପ-ଡାକଘର ଇନ୍ସପେକ୍ଟର ରୁବି ଦାସ ଓ ଓଭରସିୟର ସୁଶାନ୍ତ ଦାସ। କାଗଜପତ୍ର ସବୁ ଠିକ୍ ଥିବା ସତ୍ତ୍ୱେ ତାଙ୍କୁ ୧୫ ହଜାର ଟଙ୍କା ମାଗିଥିଲେ। ପ୍ରଥମ ଅଜିତ ମନା କରିଥିଲେ।

ଅଦ୍ୟତନ ହୋଇଛି
undefined

CBI

Advertisment

ଦୁଇ ଲାଞ୍ଚୁଆ ଡାକ ଅଫିସରଙ୍କୁ ମାଡ଼ି ବସିଲା ସିବିଆଇ। ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଧରା ପଡ଼ିଛନ୍ତି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଉପଡାକଘରର ଦୁଇ ଅଫିସର। ଖବର ଲେଖା ହେବା ପର୍ଯ୍ୟନ୍ତ ସେମାନଙ୍କ ଘରେ ଚଢ଼ଉ ଜାରି ରହିଥିବା ଜଣାପଡ଼ିଛି।

Advertisment

ବଡ଼ସାହି ଉପଡାକଘର ଅଧୀନରେ ରହିଛି ମାଣତ୍ରୀ ଡାକଘର। ସେହି ଡାକ ଘରେ ଅଜିତ କୁମାର ରାଉତ ଗ୍ରାମୀଣ ଡାକ ସେବକ ଭାବେ ଚାକିରି କରୁଛନ୍ତି। ମାସେ ତଳେ ବଡ଼ସାହି ଉପ-ଡାକଘରୁ ତାଙ୍କ ପାଖକୁ ଫୋନ୍‌ କଲ୍‌ ଆସିଥିଲା। TRCA(Time Related Continuity Allowance) ରିଭାଇଜ୍‌ ପାଇଁ ସମସ୍ତ କାଗଜପତ୍ର ଆଣିବାକୁ କୁହାଯାଇଥିଲା। ଡାକରା ପାଇଁ ସମସ୍ତ କାଗଜପତ୍ର ଧରି ଡାକ ଅଫିସ୍‌ରେ ପହଞ୍ଚିଥିଲେ ଅଜିତ।

କାଗଜପତ୍ର ଯାଞ୍ଚ କରିଥିଲେ ବଡ଼ସାହି ଉପ-ଡାକଘର ଇନ୍ସପେକ୍ଟର ରୁବି ଦାସ ଓ ଓଭରସିୟର ସୁଶାନ୍ତ ଦାସ। କାଗଜପତ୍ର ସବୁ ଠିକ୍ ଥିବା ସତ୍ତ୍ୱେ ତାଙ୍କୁ ୧୫ ହଜାର ଟଙ୍କା ମାଗିଥିଲେ। ପ୍ରଥମ ଅଜିତ ମନା କରିଥିଲେ। ପରେ କିଛି ଉପାୟ ନପାଇ ୧୫ ହଜାର ଟଙ୍କା ଦେଇଥିଲେ। ଟଙ୍କା ନେବା ବେଳେ ୧୦ ଦିନ ଭିତରେ ଇନ୍‌କ୍ରିମେଣ୍ଟ ହୋଇଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଇନ୍ସପେକ୍ଟର ରୁବି ଦାସ ଓ ଓଭରସିୟର ସୁଶାନ୍ତ ଦାସ। ଇତି ମଧ୍ୟରେ ମାସେରୁ ଅଧିକ ସମୟ ବିତି ଗଲାଣି। ହେଲେ କୌଣସି ଇନ୍‌କ୍ରିମେଣ୍ଟ ହେଲାନାହିଁ।

Advertisment

ଅଜିତ ପୁଣି ଥରେ ବଡ଼ସାହି ଉପ ଡାକଘର ଆସିଥିଲେ। ଆଉ ଅଫିସ୍‌ର ଇନ୍ସପେକ୍ଟର ରୁବି ଦାସ ଓ ଓଭରସିୟର ସୁଶାନ୍ତ ଦାସଙ୍କୁ ଭେଟିଥିଲେ। କାହିଁକି ଇନ୍‌କ୍ରିମେଣ୍ଟ ହେଉନି ବୋଲି ପଚାରିଥିଲେ। ହେଲେ ସେମାନେ ଏଥିପାଇଁ ଆଉ ୫୦ ହଜାର ଟଙ୍କା ମାଗିଥିଲେ। ବହୁ ମୂଲଚାଲ ପରେ ୪୦ ହଜାର ଟଙ୍କା ଦେବା ପାଇଁ ଡିଲ୍‌ ଫାଇନାଲ୍‌ ହୋଇଥିଲା।

ଅଜିତ ଏନେଇ ସିବିଆଇରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ଅଜିତ ଆଜି ଓଭରସିୟର ସୁଶାନ୍ତ ଦାସଙ୍କୁ ତାଙ୍କ ଘରେ ଲାଞ୍ଚ ଟଙ୍କା ଦେଉଥିଲେ। ସେହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବା ସିବିଆଇ ଅଫିସରମାନେ ତାଙ୍କୁ ମାଡ଼ି ବସିଥିଲା। ତାଙ୍କ ବୟାନ୍‌ ଆଧାରରେ ରୁବି ଦାସଙ୍କୁ ସିବିଆଇ ଗିରଫ କରିଛି।ଏବେ ଉଭୟଙ୍କ ଘର ଓ ଅଫିସରେ ଚଢ଼ଉ ଚାଲିଥିବା ଜଣାପଡ଼ିଛି।

ରିପୋର୍ଟ- ବାରିପଦାରୁ ମାନିକଲାଲ ପାଣି

CBI Cbi Raid Baripada Indian Postal Service
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe