Advertisment

ଆରଜି କର ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲଙ୍କ ପରେ ବନ୍ଧା ହେଲେ ଆଉ ୩ ଜଣ

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ପୂର୍ବତନ ପ୍ରିନ୍ସିପାଲଙ୍କ ବିରୁଦ୍ଧରେ ଆର୍ଥିକ ଅନିୟମିତତା ଅଭିଯୋଗ ଆସିଥିଲା।

CBI

CBI

Advertisment

କୋଲକାତା ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ କରାଯାଇଥିବା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ବତନ ପ୍ରିନ୍ସିପାଲ ସନ୍ଦିପ ଘୋଷଙ୍କ ପରେ ଆଉ ତିନି ଜଣ ଗିରଫ ହୋଇଛନ୍ତି। ଆଜି ସିବିଆଇ ତିନି ଜଣଙ୍କୁ ଗିରଫ କରିଛି। ଏମାନଙ୍କୁ ଆର୍ଥିକ ଅନିୟମିତତା ଅଭିଯୋଗରେ ଗିରଫ କରାଯାଇଥିବା ସୂଚନା ମିଳିଛି। 

Advertisment

ସୂଚନା ଅନୁଯାୟୀ, ସିବିଆଇ ଗିରଫ କରିଥିବା ତିନି ଅଭିଯୁକ୍ତ ହେଉଛନ୍ତି ଅଫସର ଅଲି, ସୁମନ ହାଜରା ଏବଂ ବିପ୍ଳବ ସିହ୍ନା। ଅଲି ସନ୍ଦିପ ଘୋଷଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ ହୋଇ ଥିବାବେଳେ ସିହ୍ନା ଏବଂ ହାଜରା ତାଙ୍କ ସହଯୋଗୀ ଥିଲେ। ଆର.ଜି କର ହସ୍ପିଟାଲର ଚିକିତ୍ସା ଉପକରଣ ହେରଫେର କରିବାରେ ଉଭୟ ସନ୍ଦିପ ଘୋଷଙ୍କୁ ସହାୟତା କରୁଥିଲେ।

ଡାକ୍ତରଖାନାରେ ହୋଇଥିବା ଆର୍ଥିକ ଅନିୟମିତତା କାରବାରରେ ଘୋଷଙ୍କ ସହ ଏହି ତିନି ଜଣ ସାମିଲ ଥିବା ସିବିଆଇ ସୁରାଗ ପାଇବା ପରେ ସେମାନଙ୍କୁ ଗିରଫ କରିଛି। ଏହା ବ୍ୟତୀତ ସନ୍ଦିପ ଘୋଷଙ୍କ ବିରୁଦ୍ଧରେ ନିୟମ ଉଲ୍ଲଙ୍ଘନର ମଧ୍ୟ ଅଭିଯୋଗ ରହିଛି। ସେ ରାଜ୍ୟ ପୂର୍ତ୍ତ ବିଭାଗ (ପିଡବ୍ଲ୍ୟୁଡି) ପରିବର୍ତ୍ତେ ଘରୋଇ ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କୁ ଡାକ୍ତରଖାନାରେ ଭିତ୍ତିଭୂମି ସମ୍ବନ୍ଧୀୟ କାର୍ଯ୍ୟ ନ୍ୟସ୍ତ କରିଥିବାର ଅଭିଯୋଗ ହୋଇଛି।

Advertisment

ଏସବୁ ମାମଲରା ହସ୍ପିଟାଲରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ପରେ ଆସିଛି। ସେପ୍ଟେମ୍ବର ୯ରେ ମେଡିକାଲ କଲେଜର ସେମିନାର ହଲରୁ ଟ୍ରେନି ଡାକ୍ତରଙ୍କ ରକ୍ତାକ୍ତ ମୃତଦେହ ମିଳିବା ଏବଂ ତାଙ୍କୁ ଦୁଷ୍କର୍ମ କରାଯାଇଥିବା ଜଣାପଡିବା ପରେ ଡାକ୍ତରଖାନା ଷ୍ଟାଫଙ୍କ ପକ୍ଷରୁ ପ୍ରବଳ ହଙ୍ଗାମା କରାଯାଇଥିଲା। ଏହାପରେ ପ୍ରିନ୍ସିପାଲ ପଦରୁ ଇସ୍ତଫା ଦେଇଥିଲେ ସନ୍ଦିପ ଘୋଷ। 

କିନ୍ତୁ ପଶ୍ଚିମବଙ୍ଗ ସରକାର ତାଙ୍କୁ କଲିକତା ନ୍ୟାସନାଲ ମେଡିକାଲ କଲେଜ ଓ ହସ୍ପିଟାଲର ପ୍ରିନ୍ସିପାଲ ଭାବେ ନିଯୁକ୍ତି ଦେଇଥିଲେ। ଏହାକୁ ଡାକ୍ତରୀ ଛାତ୍ର ପ୍ରବଳ ବିରୋଧ କରିବା ପରେ ହାଇକୋର୍ଟ ମଧ୍ୟ ଏପରି ନିଯୁକ୍ତି ଉପରେ ପ୍ରଶ୍ନ ଉଠାଇଥିଲେ। ଫଳରେ ସନ୍ଦୀପ ଘୋଷଙ୍କୁ କାର୍ଯ୍ୟାନ୍ତର କରାଯାଇଥିଲା।

ସେପଟେ ସିବିଆଇ ଦୁଷ୍କର୍ମ ମାମଲା ଉପରେ ତଦନ୍ତ ଚଳାଇଥିବା ସମୟରେ ସନ୍ଦୀପ ଘୋଷଙ୍କ ବିରୁଦ୍ଧରେ ଆର୍ଥିକ ଅନିୟମିତତାର ଅଭିଯୋଗ ଆସିଥିଲା। ମେଡିକାଲ କଲେଜର ପୂର୍ବତନ ଡେପୁଟି ଅଧ୍ୟକ୍ଷ ଅଖତର ଅଲୀ ପ୍ରଥମେ ସନ୍ଦୀଙ୍କ ବିରୋଧରେ ଆର୍ଥିକ ଅନିୟମିତତାର ଅଭିଯୋଗ ଆଣିଥିଲେ। ସିବିଆଇ ଏନେଇ ସନ୍ଦିପ ଘୋଷଙ୍କ ଘରେ ଘନ ଘନ ଚଢାଉ କରିବା ପରେ ଗତକାଲି ତାଙ୍କୁ ଗିରଫ କରିଥିଲା, ଆଜି ପୁଣି ଆଉ ତିନି ଜଣଙ୍କୁ ଗିରଫ କରିଛି। 

CBI Sandip Ghosh RG Kar Hospital Doctor Rape Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe