ପ୍ରତିରକ୍ଷା କ୍ଷେତ୍ର ସହ ଜଡ଼ିତ ଗୋଟିଏ ଗୁଇନ୍ଦାଗିରି ଘଟଣାରେ ଆଜି ସିବିଆଇ କାନାଡା ନାଗରିକ ରାହୁଲ ଗଙ୍ଗଲଙ୍କୁ ଗିରଫ କରିଛି। ଗିରଫ ସାମ୍ବାଦିକ ବିବେକ ରଘୁବଂଶୀ ପ୍ରତିରକ୍ଷା ବିଭାଗ ଓ ସେନା ସହ ଜଡ଼ିତ ଗୁପ୍ତ ତଥା ସମ୍ବେଦନଶୀଳ ତଥ୍ୟକୁ ସଂଗ୍ରହ କରି ଦସ୍ତାବିଜ ପ୍ରସ୍ତୁତ କରିଥିଲେ। ଏହାକୁ ରାହୁଲ ଗଙ୍ଗଲ ହାସଲ କରିଥିବା ସିବିଆଇ ଜାଣିବାକୁ ପାଇଛି।
ରାହୁଲ ଗଙ୍ଗଲ ଜଣେ ପ୍ରତରକ୍ଷା ସାମଗ୍ରୀ ଯୋଗାଉଥିବା ଡିଲର ଭାବେ କାମ କରନ୍ତି। ତାଙ୍କ ସମ୍ପର୍କ ଜର୍ମାନୀ ଭିତ୍ତିକ କନସଲଟାନ୍ସୀ ଫାର୍ମ ରୋନାଲ ବରର୍ଜର ସହ ରହିଛି। ସେ ଏରୋସ୍ପେଶ, ପ୍ରତିରକ୍ଷା, ଇଞ୍ଜନିୟରିଂ ପ୍ରଡକ୍ଟ, ଅଟୋମୋଟିଭ, ହୋମଲ୍ୟାଣ୍ଡ ସିକ୍ୟୁରିଟି ଓ ଭିତ୍ତିଭୂମି ବିକାଶ ପାଇଁ ହୋଇଥିବା ଡିଲ୍ରେ ସାମିଲ ଥିଲେ।
ରାହୁଲ ଗଙ୍ଗଲ ଭାରତର ଗୋଟିଏ ବଡ଼ କମ୍ପାନୀ ସହ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଭାବେ ମଧ୍ୟ କାମ କରିଛନ୍ତି। ଏହାବାଦ ଏରୋସ୍ପେଶ, ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ମଧ୍ୟ ସେ ପ୍ରାଇଭେଟ ଇକ୍ୟୁଟି ବ୍ୟବସାୟ ମଧ୍ୟ କରିଛନ୍ତି।
୨୦୧୯ରେ ସେ କାନାନାର ସ୍ଥାୟୀ ନାଗରିକତ୍ୱ ଗ୍ରହଣ କରିଥିଲେ। ସୋମବାର ସେ ନୂଆଦିଲ୍ଲୀରେ ଅବତରଣ କରିବା ମାତ୍ରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଏହାପରେ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ୪ ଦିନ ପାଇଁ ସିବିଆଇ ରିମାଣ୍ଡରେ ପଠାଇଛନ୍ତି।
ଗୁଇନ୍ଦାଗିରି ଅଭିଯୋଗରେ ସିବିଆଇ ପ୍ରଥମେ ଜଣେ ପୂର୍ବତନ ନୌସେନା କମାଣ୍ଡର ଓ ପରେ ସାମ୍ବାଦିକ ରଘବଂଶୀଙ୍କୁ ଗିରଫ କରିଥିଲା। ଏହାପରେ ରାହୁଲ ଗଙ୍ଗଲ ଗିରଫ ହୋଇଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।