Advertisment

ଗୁଇନ୍ଦାଗିରି ଅଭିଯୋଗ: କାନାଡା ନାଗରିକଙ୍କୁ ବାନ୍ଧିଲା ସିବିଆଇ

୨୦୧୯ରେ ସେ କାନାନାର ସ୍ଥାୟୀ ନାଗରିକତ୍ୱ ଗ୍ରହଣ କରିଥିଲେ। ସୋମବାର ସେ ନୂଆଦିଲ୍ଲୀରେ ଅବତରଣ କରିବା ମାତ୍ରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଏହାପରେ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ୪ ଦିନ ପାଇଁ ସିବିଆଇ ରିମାଣ୍ଡରେ ପଠାଇଛନ୍ତି।

CBI

CBI

Advertisment

ପ୍ରତିରକ୍ଷା କ୍ଷେତ୍ର ସହ ଜଡ଼ିତ ଗୋଟିଏ ଗୁଇନ୍ଦାଗିରି ଘଟଣାରେ ଆଜି ସିବିଆଇ କାନାଡା ନାଗରିକ ରାହୁଲ ଗଙ୍ଗଲଙ୍କୁ ଗିରଫ କରିଛି। ଗିରଫ ସାମ୍ବାଦିକ ବିବେକ ରଘୁବଂଶୀ ପ୍ରତିରକ୍ଷା ବିଭାଗ ଓ ସେନା ସହ ଜଡ଼ିତ ଗୁପ୍ତ ତଥା ସମ୍ବେଦନଶୀଳ ତଥ୍ୟକୁ ସଂଗ୍ରହ କରି ଦସ୍ତାବିଜ ପ୍ରସ୍ତୁତ କରିଥିଲେ। ଏହାକୁ ରାହୁଲ ଗଙ୍ଗଲ ହାସଲ କରିଥିବା ସିବିଆଇ ଜାଣିବାକୁ ପାଇଛି।

Advertisment

ରାହୁଲ ଗଙ୍ଗଲ ଜଣେ ପ୍ରତରକ୍ଷା ସାମଗ୍ରୀ ଯୋଗାଉଥିବା ଡିଲର ଭାବେ କାମ କରନ୍ତି। ତାଙ୍କ ସମ୍ପର୍କ ଜର୍ମାନୀ ଭିତ୍ତିକ କନସଲଟାନ୍ସୀ ଫାର୍ମ ରୋନାଲ ବରର୍ଜର ସହ ରହିଛି। ସେ ଏରୋସ୍ପେଶ, ପ୍ରତିରକ୍ଷା, ଇଞ୍ଜନିୟରିଂ ପ୍ରଡକ୍ଟ, ଅଟୋମୋଟିଭ, ହୋମଲ୍ୟାଣ୍ଡ ସିକ୍ୟୁରିଟି ଓ ଭିତ୍ତିଭୂମି ବିକାଶ ପାଇଁ ହୋଇଥିବା ଡିଲ୍‌ରେ ସାମିଲ ଥିଲେ।

ରାହୁଲ ଗଙ୍ଗଲ ଭାରତର ଗୋଟିଏ ବଡ଼ କମ୍ପାନୀ ସହ ଇନଭେଷ୍ଟମେଣ୍ଟ ବ୍ୟାଙ୍କର ଭାବେ ମଧ୍ୟ କାମ କରିଛନ୍ତି। ଏହାବାଦ ଏରୋସ୍ପେଶ, ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ମଧ୍ୟ ସେ ପ୍ରାଇଭେଟ ଇକ୍ୟୁଟି ବ୍ୟବସାୟ ମଧ୍ୟ କରିଛନ୍ତି।

Advertisment

୨୦୧୯ରେ ସେ କାନାନାର ସ୍ଥାୟୀ ନାଗରିକତ୍ୱ ଗ୍ରହଣ କରିଥିଲେ। ସୋମବାର ସେ ନୂଆଦିଲ୍ଲୀରେ ଅବତରଣ କରିବା ମାତ୍ରେ ସିବିଆଇ ତାଙ୍କୁ ଗିରଫ କରିଥିଲା। ଏହାପରେ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ୪ ଦିନ ପାଇଁ ସିବିଆଇ ରିମାଣ୍ଡରେ ପଠାଇଛନ୍ତି।

ଗୁଇନ୍ଦାଗିରି ଅଭିଯୋଗରେ ସିବିଆଇ ପ୍ରଥମେ ଜଣେ ପୂର୍ବତନ ନୌସେନା କମାଣ୍ଡର ଓ ପରେ ସାମ୍ବାଦିକ ରଘବଂଶୀଙ୍କୁ ଗିରଫ କରିଥିଲା। ଏହାପରେ ରାହୁଲ ଗଙ୍ଗଲ ଗିରଫ ହୋଇଛନ୍ତି।

CBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe