Advertisment

ହତ୍ୟା ପରେ ଫେରାର ଥିଲା: ୨୬ ବର୍ଷ ପରେ ଧରିଲା ସିବିଆଇ

ଦୀର୍ଘ ୨୬ ବର୍ଷ ଧରି ଫେରାର ଥିବା ଜଣେ ହତ୍ୟା ଅଭିଯୁକ୍ତକୁ ସିବିଆଇ ଶେଷରେ ଧରିବାକୁ ସକ୍ଷମ ହୋଇଛି।

author-image
Hemant Lenka
CBI

CBI

ନ୍ୟାୟର ଘର ବିଳମ୍ବ କିନ୍ତୁ ଅନ୍ଧାର ନୁହେଁ। ଏହାର ଜ୍ୱଳନ୍ତ ପ୍ରମାଣ ମିଳିଛି। ଦୀର୍ଘ ୨୬ ବର୍ଷ ଧରି ଫେରାର ଥିବା ଜଣେ ହତ୍ୟା ଅଭିଯୁକ୍ତକୁ ସିବିଆଇ ଶେଷରେ ଧରିବାକୁ ସକ୍ଷମ ହୋଇଛି। ଉତ୍ତର ପ୍ରଦେଶର ଏହି ବ୍ୟକ୍ତିକୁ ସିବିଆଇ ଦିଲ୍ଲୀର ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରୁ ଗିରଫ କରିଛି। ସେ ସାଉଦି ଆରବରେ ହତ୍ୟାକାଣ୍ଡ ଘଟାଇବା ପରେ ଫେରାର ହୋଇଯାଇଥିଲା।

Advertisment

୫୨ ବର୍ଷୀୟ ମହମ୍ମଦ ଦିଲଶାଦର ଘର ହେଉଛି ଉତ୍ତର ପ୍ରଦେଶର ବିଜନୋରରେ। ଅଗଷ୍ଟ ୧୧ରେ ସେ ନିଜର ନୂଆ ପାସପୋର୍ଟ ଓ ପରିଚୟ ସହ ଜେଦ୍ଦା ଦେଇ ମଇଦାନରୁ ଦିଲ୍ଲୀ ଆସିଥିଲା। ଏହି ସମୟରେ ସିବିଆଇକୁ ତା’କୁ ଗିରଫ କରିଛି।

ସାଉଦିର ଅନୁରୋଧ କ୍ରମେ ସିବିଆଇ ୨୦୨୨ ଏପ୍ରିଲ ମାସରେ ଦିଲଶାଦ ବିରୋଧରେ ମାମଲା କରିଥିଲା। ତାକୁ ଗିରଫ କରି ସ୍ଥାନୀୟ ଆଇନ ଅନୁସାରେ ଦଣ୍ଡ ଦେବାକୁ ସାଉଦି ଅନୁରୋଧ କରିବା ପରେ ସିବିଆଇ ଏପରି ପଦକ୍ଷେପ ନେଇଥିଲା। ଏବେ ସେ ସିବିଆଇ ହାତରେ ଧରାପଡ଼ିଛି।

Advertisment

ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁସାରେ, ଦିଶାଦ ରିୟାଦରେ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରିବା ଘଟଣାର ଅଭିଯୁକ୍ତ। ୧୯୯୯ରେ ଦିଲଶାଦ ସେଠାରେ ମୋଟର ମେକାନିକ ଓ ସିକ୍ୟୁରିଟୀ ଗାର୍ଡ ଭାବେ କାମ କରୁଥିବା ବେଳେ ଏପରି ହତ୍ୟାକାଣ୍ଡ ଘଟାଇଥିଲା। ହତ୍ୟା ଅଭିଯୁକ୍ତ ଦିଶାଦ ଘଟଣା ପରେ ସାଉଦି ଅଧିକାରୀଙ୍କୁ ଚକମା ଦେଇ ଭାରତ ଚାଲି ଆସିଥିଲା।

ଏଠାରେ ସେ ନିଜର ପରିଚୟ ବଦଳାଇବା ସହ ନୂଆ ପାସପୋର୍ଟ ହାସଲ କରିଥିଲା। ତା’କୁ ଧରିବା ପାଇଁ ପ୍ରୟାସ ହୋଇଥିଲେ ହେଁ ସେ ନୂଆ ପାସପୋର୍ଟ ଜରିଆରେ ଗିରଫଦାରୀକୁ ଏଡ଼ାଇ ଚାଲିଥିଲା। ସେ କତର, କ୍ୱିଏତ ଓ ସାଉଦି ଆରବକୁ ମଧ୍ୟ ନୂଆ ପାସପୋର୍ଟ ଜରିଆରେ ଯିବା ଆସିବା କରୁଥିଲା।

ତା’କୁ ଧରିବାରେ ସାଉଦି ଆରବ ବିଫଳ ହେବାରୁ ଇଣ୍ଟରପୋଲ ସହ ଯୋଗାଯୋଗ କରିଥିଲା। ଏହାପରେ ତା’ ନାଁରେ ଲୁକ ଆଉଟ ସର୍କ୍ୟୁଲାର ଜାରି କରାଯାଇଥିଲା। ସିବିଆଇ ପକ୍ଷରୁ ବିଭିନ୍ନ ପ୍ରକାରର ବୈଷୟିକ ଓ ମାନବ ଗୁଇନ୍ଦା ତଥ୍ୟକୁ ଆଧାର କରି ଦିଶାଦକୁ ଚିହ୍ନଟ କରାଯାଇଥିଲା।

ହେଲେ ଏକଥା ତା’କୁ ଜଣାନଥିଲା। ସେ ସବୁଥରକ ଭଳି ଏଥର ମଧ୍ୟ ବେଶ ସ୍ୱାଭାବିକ ଢଙ୍ଗରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିଥିଲା। କିନ୍ତୁ ଇମିଗ୍ରେସନ ବିଭାଗ ଏସମ୍ପର୍କରେ ସିବିଆଇକୁ ଖବର ଦେଇଥିଲେ।

ସିବିଆଇ ଅଧିକାରୀମାନେ ତା’କୁ ଏୟାରପୋର୍ଟରେ ଧରିବାକୁ ସକ୍ଷମ ହୋଇଛନ୍ତି। ଗିରଫ ପରେ ତା’କୁ କୋର୍ଟରେ ହାଜର କରି ସିବିଆଇ ରିମାଣ୍ଡରେ ନେଇଛି। ଏ ସମ୍ପର୍କରେ ସାଉଦି ସରକାରଙ୍କୁ ଅବଗତ କରାଯାଇଛି।

CBI