Advertisment

ଲାଞ୍ଚୁଆ ପବ୍ଲିକ ହେଲ୍‌ଥ ଅଫିସର ଗିରଫ; ବିଛଣା ତଳୁ ଓ ବାଥରୁମରୁ ମିଳିଥିଲା ପୁଳାପୁଳା ଟଙ୍କା

ରାଜେନ୍ଦ୍ରଙ୍କୁ ଭୁବନେଶ୍ୱର ଆଣିଛି ସିବିଆଇ ଟିମ୍।

ଅଦ୍ୟତନ ହୋଇଛି
Arrest

Arrest

Advertisment

ଲାଞ୍ଚୁଆ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କୁ ବାନ୍ଧିଲା ସେଣ୍ଟ୍ରାଲ୍ ବ୍ୟୁରୋ ଅଫ୍ ଇନଭେଷ୍ଟିକେସନ୍ (ସିବିଆଇ)। ୨୪ ଘଣ୍ଟା ଧରି ଘନ ଘନ ଜେରା, ରେଡ୍ ଏବଂ ପଚରାଉଚରା ପରେ ଗିରଫ କରିଛି ସିବିଆଇ। ଏହାସହ ସିବିଆଇ ରାଜେନ୍ଦ୍ରଙ୍କୁ ଭୁବନେଶ୍ୱର ଆଣି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲ ନେଇଥିବା ଜଣାପଡ଼ିଛି।   

Advertisment

କୋଭିଡ୍ କ୍ଲିୟରାନ୍ସ ସାର୍ଟିଫିକେଟ୍ ପାଇଁ ଶିପିଂ ଏଜେଣ୍ଟଙ୍କ ଠାରୁ ଲାଞ୍ଚ ନେବା ବେଳେ ଗତକାଲି ଧରାପଡ଼ିଥିଲେ ରାଜେନ୍ଦ୍ର। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ ୧୦ଜଣିଆ ସିବିଆଇ ଟିମ୍‌  ପଚରାଉଚରା କରିଥିଲେ।। ପରେ ରାଜେନ୍ଦ୍ରଙ୍କ ପାରାଦୀପରେ ଥିବା ଅଫିସ୍ ସମେତ ଜେ.ବି କଲୋନୀରେ ଥିବା କ୍ୱାର୍ଟର୍ସ ଓ ହାଉସିଂ ବୋର୍ଡ କଲୋନୀରେ ଥିବା ଭଡ଼ା ଘରେ ଚଢ଼ାଉ କରାଯାଇଥିଲା।

ଚଢ଼ାଉବେଳେ ଦୁଇଟି ଘରୁ ଲକ୍ଷ ଲକ୍ଷ ଟଙ୍କାର ଦାମୀ ବିଦେଶୀ ମଦ ଓ ଦାମୀ ସିଗାରେଟ ମିଳିଥିଲା। ଏହାସହ ବିଛଣା ତଳୁ, ବାଥରୁମରୁ କୋଟିଏ ପାଖାପାଖି ଟଙ୍କା ସହ ବିପୁଳ ପରିମାଣର ଫରେନ କରେନ୍ସି ଜବତ କରାଯାଇଥିଲା।

Advertisment

ପାରାଦୀପ ବ୍ୟତୀତ ବାଲେଶ୍ୱର ଓ କଟକରେ ଥିବା ଘରେ ମଧ୍ୟ ସିବିଆଇ ଚଢ଼ାଉ କରି ବିପୁଳ ଟଙ୍କା ଓ ସୁନା ଅଳଙ୍କାର ଜବତ କରିଥିଲା। ଏହାସହ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଏବଂ କମ୍ପ୍ୟୁଟର ହାର୍ଡ ଡିସ୍କ ସିବିଆଇ ଜବତ କରିଥିଲା।

Bhubaneswar Cbi Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe