Advertisment

ନିଟ ବିବାଦ: ସ୍କୁଲ ପ୍ରିନ୍ସିପାଲ ଓ ଭାଇସ୍‌ ପ୍ରିନ୍ସିପାଲଙ୍କୁ ବାନ୍ଧିଲା ସିବିଆଇ

ହକ ଓ ଇମତିଆଜଙ୍କୁ ଗୋଟିଏ ଦିନ ଧରି ଜେରା କରିବା ପରେ ସିବିଆଇ ଆଜି ସେମାନଙ୍କୁ ଗିରଫ କରିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

NEET

NEET

Advertisment

ନିଟ-ୟୁଜି ପେପର ଲିକ ମାମଲାର ଆଜି ସିବିଆଇ ଝାରଖଣ୍ଡର ହଜାରିବାଗରେ ଥିବା ଗୋଟିଏ ସ୍କୁଲର ପ୍ରିନ୍ସିପାଲ ଓ ଭାଇସ୍‌ ପ୍ରିନ୍ସିପାଲଙ୍କୁ ଗିରଫ କରିଛି। Oasis ସ୍କୁଲର ପ୍ରିନ୍ସିପାଲ ଇହାସନୁଲ ହକଙ୍କୁ ନିଟ୍‌ ପରୀକ୍ଷା ପାଇଁ ଏନଟିଏ ସିଟି ସଂଯୋଜକ ଭାବେ ଦାୟିତ୍ୱ ଦେଇଥିଲା। ସେହିପରି ସ୍କୁଲର ଭାଇସ ପ୍ରିନ୍ସିପାଲ ଇମତିଆଜ ଆଲମଙ୍କୁ ଏନଟିଏ ପର୍ଯ୍ୟବେକ୍ଷକ ଓ Oasis ସ୍କୁଲର ସେଣ୍ଟର ସଂଯୋଜକ ଭାବେ ନିଯୁକ୍ତି ମିଳିଥିଲା।

Advertisment

ଏହି ଦୁଇ ଜଣଙ୍କ ଭୂମିକା ପେପର ଲିକ୍‌ ମାମଲାରେ ଥିବା ଜାଣି ପାରି ସିବିଆଇ ସେମାନଙ୍କୁ ଗିରଫ କରିଛି। ସେହିପରି ମାମଲା ସହ ଜଡ଼ିତ ଜିଲ୍ଲାର ଆଉ ୫ ଜଣଙ୍କୁ ମଧ୍ୟ ସିବିଆଇ ଜେରା କରୁଛି। ହକ ଓ ଇମତିଆଜଙ୍କୁ ଗୋଟିଏ ଦିନ ଧରି ଜେରା କରିବା ପରେ ସିବିଆଇ ଆଜି ସେମାନଙ୍କୁ ଗିରଫ କରିଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

ବିହାର ପୁଲିସ୍‌ର ଅର୍ଥନୀତିକ ଅପରାଧ ୟୁନିଟ ପ୍ରଥମେ ଘଟଣାର ତଦନ୍ତ କରୁଥିଲା। ଏହି ସମୟରେ ଇମତିଆଜ ଓ ହକ ତଦନ୍ତ ପରିସରକୁ ଆସିଥିଲେ। ସଲଭର ଗ୍ୟାଙ୍ଗର ଗୋଟିଏ ଠିକଣା ଉପରେ ଚଢ଼ଉ କରି ପୁଲିସ୍‌ ନିଟ-ୟୁଜି ପ୍ରଶ୍ନପତ୍ରର କିଛି ପୋଡ଼ା ଅଂଶ ଠାବ କରିଥିଲା।

Advertisment

ଅର୍ଥନୀତିକ ଅପରାଧ ୟୁନିଟ କହିଥିଲା ଯେ Oasis ସ୍କୁଲରେ ହିଁ ଲିକ ହୋଇଥିବା ନିଟ୍‌ ପ୍ରଶ୍ନପତ୍ର ରହିଥିଲା। ପାଟଣା ସେଫ ହାଉସରୁ ଯେଉଁ ଅଧା ପୋଡ଼ି ଯାଇଥିବା ପ୍ରଶ୍ନପତ୍ର ମିଳିଥିଲା, ସେସବୁ Oasis ସ୍କୁଲରୁ ଆସିଥିଲା।

ତେବେ ଲିକ ପଛରେ କିଏ ସେକଥା ତଦନ୍ତକାରୀ ସଂସ୍ଥା ସ୍ପଷ୍ଟ ଭାବେ କହି ପାରି ନଥିଲା। ଏବେ କିନ୍ତୁ ସିବିଆଇ Oasis ସ୍କୁଲର ପ୍ରିନ୍ସିପାଲ ଓ ଭାଇସ ପ୍ରିନ୍ସିପାଲଙ୍କୁ ଗିରଫ କରିଛି।

CBI NEET Jharkhand NEET Result
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe