/odisha-reporter/media/post_attachments/uploadimage/library/16_9/16_9_0/Accident_1693659588.jpg)
Accident
ବାଲେଶ୍ୱର ଜିଲ୍ଲା ବାହାନଗା ଟ୍ରେନ୍ ଟ୍ରାଜେଡି ମାମଲାରେ ଆଜି ଚାର୍ଜଶିଟ୍ ଦାଖଲ କରିଛି ସିବିଆଇ। ଗିରଫ ୩ ରେଳ ଅଧିକାରୀଙ୍କ ନାଁରେ ଭୁବନେଶ୍ୱରରେ ସ୍ପେଶାଲ ଜୁଡିସିଆଲ ମାଜିଷ୍ଟ୍ରେଟଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି ଏହି ତଦନ୍ତକାରୀ ସଂସ୍ଥା।
ସିନିୟର ସେକ୍ସନ ଇଂଜିନିୟର ଅରୁଣ ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମୀର ଖାନ୍ ଓ ଟେକ୍ନିସିଆନ ପପୁ କୁମାରଙ୍କ ନାଁରେ ଚାର୍ଜଶିଟ୍ ଦାଖଲ କରାଯାଇଛି। ଆଇପିସି ଦଫା ୩୦୪(୨), ୩୪ରେ ଓ ୧୯୮୯ ରେଲୱେ ଆକ୍ଟ ୧୫୩ ଧାରାରେ ଏହି ଚାର୍ଜସିଟ୍ ଦାଖଲ କରିଛି ସିବିଆଇ।
ରେଳ ବିଭାଗର ଏହି ତିନି ଅଧିକାରୀଙ୍କୁ ସିବିଆଇ ଗତ ଜୁଲାଇ ୭ ତାରିଖରେ ଗିରଫ କରିଥିଲା। ସେମାନେ ଏବେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।
ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣା ଗତ ଜୁନ୍ ୨ ତାରିଖରେ ଘଟିଥିଲା। ଏଥିରେ ୨୯୩ ଜଣଙ୍କ ମୃତ୍ୟୁ ଘଟିଥିଲା। ରେଳ ମନ୍ତ୍ରାଳୟର ଅନୁରୋଧ ଓ ଓଡ଼ିଶା ସରକାରଙ୍କ ସହମତି କ୍ରମେ ତଥା ଭାରତ ସରକାରଙ୍କ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (DoPT)ର ନିର୍ଦ୍ଦେଶ ଅନୁସାରେ ଏହି ଘଟଣା ନେଇ ସିବିଆଇ ଗତ ଜୁନ୍ ୬ ତାରିଖରେ ମାମଲା ରୁଜୁ କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
