ସିବିଆଇ ହାତରେ ଟେଣ୍ଡର ଫିକ୍ସିଂର ପ୍ରମାଣ: ଗିରଫ ହୋଇପାରନ୍ତି ବିଷ୍ଣୁପଦ, ଚର୍ଚ୍ଚାରେ ସରକାରଙ୍କ ଭୂମିକା

ପୁଳାପୁଳା ପ୍ରମାଣ ପରେ ବିଷ୍ଣୁପଦଙ୍କୁ ଯେକୌଣସି ମୁହୂର୍ତ୍ତରେ ଗିରଫ କରିପାରେ ସିବିଆଇ। ସେପଟେ ଏତେ ଅଭିଯୋଗ ଥାଇ ବି ବିଷ୍ଣୁପଦଙ୍କୁ କୋଳରେ ବସାଇ ବଦନାମ ମୁଣ୍ଡାଇଛି ରାଜ୍ୟ ବିଜେପି ସରକାର।

IAS Bishnupada Sethi

ଆଇଏଏସ୍ ବିଷ୍ଣୁପଦ ସେଠୀ

Ordigital Desk
  • Published: Saturday, 14 December 2024
  • Updated: 14 December 2024, 10:21 PM IST

Sports

Latest News

ବରିଷ୍ଠ ଆଇଏଏସ୍ ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିଲା। ସିବିଆଇ ହାତରେ ପୁଳାପୁଳା ପ୍ରମାଣ ପରେ ବିଷ୍ଣୁପଦଙ୍କୁ ଯେକୌଣସି ମୁହୂର୍ତ୍ତରେ ଗିରଫ କରିବାର ଆଶଙ୍କା ଦେଖାଦେଇଛି। ଏପଟେ ସିବିଆଇର ସମନ ପରେ ମଧ୍ୟ ହାଜର ହେଉନଥିବା ବିଷ୍ଣୁପଦଙ୍କୁ ତିନି ତିନିଟି ଗୁରୁତ୍ୱପୂର୍ଣ୍ଣ ବିଭାଗର ସଚିବ ଭାବେ ରାଜ୍ୟ ସରକାର କିଭଳି କାର୍ଯ୍ୟ ଜାରି ରଖିବାର ଅନୁମତି ଦେଇଛନ୍ତି, ତାକୁ ନେଇ ପ୍ରଶ୍ନ ଉଠିଲାଣି।

ରାଜ୍ୟ ସରକାରଙ୍କ ବିଭିନ୍ନ ଏଜେନ୍ସୀ ଥାଇ ମଧ୍ୟ ବିଷ୍ଣୁପଦ କେଉଁ ଅଦୃଶ୍ୟ କାରଣରୁ ଓପନ୍ ଟେଣ୍ଡର ନକରି କେନ୍ଦ୍ରୀୟ ପିଏସୟୁଗୁଡ଼ିକୁ ‘ସରକାରୀ ଆବାସିକ ଆଶ୍ରମ ସ୍କୁଲର ଉନ୍ନୀତିକରଣ’ କାର୍ଯ୍ୟ ଟେକି ଦେଉଥିଲେ ତା’ର ଅନେକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ସିବିଆଇ ହାତରେ ଲାଗିଥିବା ଜଣାପଡ଼ିଛି। ରାଜ୍ୟର କିଛି ନିର୍ଦ୍ଦିଷ୍ଟ ରିଏଲ ଇଷ୍ଟେଟ୍ ସଂସ୍ଥାକୁ ଏସବୁ କାର୍ଯ୍ୟ ଟେକି ଦେବା ପାଇଁ ଆଇନର ଗଳାବାଟରେ କେନ୍ଦ୍ରୀୟ ପିଏସୟୁକୁ ମାଧ୍ୟମ କରାଯାଇଥିବା ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିିଳଛି।

Also Read

ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ୧୦ଲକ୍ଷ ଟଙ୍କାର ଲାଂଚ କାରବାର ମାମଲାରେ ସିବିଆଇ ୧୧ତାରିଖରେ ହାଜର ହେବା ପାଇଁ ବିଷ୍ଣୁପଦଙ୍କୁ ସମନ କରିଥିଲେ ମଧ୍ୟ ସେ ଏହାକୁ ଏଡ଼ାଇ ଚାଲିଛନ୍ତି। ସିବିଆଇ ଦ୍ୱିତୀୟଥର ସମନ ପଠାଇ ତାଙ୍କୁ ହାଜର ହେବା ପାଇଁ ଆଜି ସମୟ ଦେଇଥିଲା। ଯାହାକୁ ମଧ୍ୟ ସେ ଏଡ଼ାଇ ଯାଇଥିବା ଜଣାପଡ଼ିଛି। ଏପଟେ ସିବିଆଇ ବିଷ୍ଣୁପଦଙ୍କର ୩ଜଣ ଡ୍ରାଇଭରଙ୍କୁ ଗତକାଲି ସନ୍ଧ୍ୟାରୁ ବିଭିନ୍ନ ପର୍ଯ୍ୟାୟରେ ଜେରା କରିଛି। ଏହି ୩ଜଣ ଡ୍ରାଇଭରଙ୍କ ସମ୍ପର୍କୀୟଙ୍କ ମାଧ୍ୟମରେ ଲାଂଚ ଟଙ୍କା ନେଣଦେଣ ହେଉଥିବା ସିବିଆଇ ସନ୍ଦେହ କରିଛି। ଗତ ୭ତାରିଖରେ ଜୟଦେବ ବିହାର ଅଂଚଳରୁ ଏକ କାରରୁ ସିବିଆଇ ଅଫିସରମାନେ ୧୦ଲକ୍ଷ ଟଙ୍କା ନଗଦ ଲାଂଚ ଟଙ୍କା ଜବତ କରିବା ସହ ୩ଜଣଙ୍କୁ ଗିରଫ କରିବା ପରେ ଏହି ଟେଣ୍ଡର ଫିକ୍ସିଂର ନୂଆ ଦିଗ ପଦାକୁ ଆସିଛି।

କେନ୍ଦ୍ରୀୟ ପିଏସୟୁ ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀର ଜେନେରାଲ ମ୍ୟାନେଜର ଚଂଚଳ ମୁଖାର୍ଜୀଙ୍କ ସମେତ ଆଦିତ୍ୟଦେବ ଇନଫ୍ରାଷ୍ଟକର ପ୍ରାଃ ଲିଃର ଦେବଦତ୍ତ ମହାପାତ୍ର ଓ ପେଣ୍ଟା ଏ ଷ୍ଟୁଡ଼ିଓ ପ୍ରାଇଭେଟ୍ ଲିଃର ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିବା ପରେ ବିଷ୍ଣୁପଦଙ୍କ ସମ୍ପୃକ୍ତିର ପୁଳାପୁଳା ପ୍ରମାଣ ପାଇଛି ସିବିଆଇ। କେନ୍ଦ୍ରୀୟ ପିଏସୟୁଠୁ ‘ସବଲେଟ୍‌’ରେ ଏହି ଦୁଇ ବିଲଡର ସଂସ୍ଥା କିଭଳି କାର୍ଯ୍ୟ ପାଇବେ ସେନେଇ ସୁଚିନ୍ତିତ ରଣନୀତିରେ କାର୍ଯ୍ୟ କରାଯାଇଥିବାର ଅଭିଯୋଗ ହେଉଛି। ଯେଉଁଥିପାଇଁ ଗତ ଅକ୍ଟୋବର ୧୯ତାରିଖରେ ବିଷ୍ଣୁପଦ ନିଜେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ଭାବେ ୪ଟି କେନ୍ଦ୍ରୀୟ ପିଏସୟୁ ବ୍ରିଜ୍ ଆଣ୍ଡ ରୁଫ୍, ୱାପକୋସ, ଏନବିସିସି ଓ ସିଇଏଲ ସଂସ୍ଥାର ମୁଖ୍ୟଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଆବାସିକ ଆଶ୍ରମ ସ୍କୁଲର ଉନ୍ନୀତିକରଣ କାର୍ଯ୍ୟ କରିବା ସମ୍ପର୍କରେ ଅବଗତ କରାଇଛନ୍ତି। ଏହି ୪ଟି ସଂସ୍ଥାକୁ ମୋଟ ୩୬୧କୋଟି ଟଙ୍କାର କାର୍ଯ୍ୟ କରିବା ନିମନ୍ତେ ପ୍ଲାନ୍ ଓ ଡିଜାଇନ୍ ପ୍ରସ୍ତୁତ କରି ବିଭାଗରେ ଦାଖଲ ନିମନ୍ତେ ମଧ୍ୟ ଚିଠିରେ ଉଲ୍ଲେଖ କରିଛନ୍ତି।

ତେବେ ରାଜ୍ୟ ସରକାରଙ୍କ ନିଜସ୍ୱ ସଂସ୍ଥା ଯାହାର କି ଇଞ୍ଜିନିୟର୍ସ ଟିମ୍ ସହ ଆବଶ୍ୟକ ଜ୍ଞାନକୌଶଳ ଓ ଭିତ୍ତିଭୂମି ରହିଛି ସେମାନଙ୍କୁ ଏଡ଼ାଇ ଯାଇ ଏହି ନିର୍ଦ୍ଦିଷ୍ଟ କେନ୍ଦ୍ରୀୟ ପିଏସୟୁ କାର୍ଯ୍ୟ କରିବା ନିମନ୍ତେ କାହିଁକି ବିଷ୍ଣୁପଦ ବାଛିଥିଲେ, କାହିଁକି ଓପନ ଟେଣ୍ଡର କରିନଥିଲେ, କାହା ନିର୍ଦ୍ଦେଶରେ ସେ ଏହି କାର୍ଯ୍ୟ ସମ୍ପୃକ୍ତ ସଂସ୍ଥାକୁ ବିନା ଟେଣ୍ଡରରେ ଟେକି ଦେଇଥିଲେ, ଏଥିପାଇଁ ସେ ସରକାରଙ୍କଠୁ ଅନୁମତି ଆଣିଥିଲେ କି ନାହିଁ, ଏସବୁ ଏବେ ବଡ଼ ପ୍ରଶ୍ନ ହୋଇଛି। ଯଦି ବିଭାଗୀୟ ମନ୍ତ୍ରୀ ଏଥିପାଇଁ ଅନୁମତି ଦେଇଥିବେ ତା’ହେଲେ ବିଜେପି ସରକାର ପାଇଁ ଅଡ଼ୁଆ ବଢ଼ିବାର ଆଶଙ୍କା ରହିଛି। ଯେଉଁ ଦୁଇଟି ବିଲଡର ସଂସ୍ଥାର ମୁଖ୍ୟ ଗିରଫ ହୋଇଛନ୍ତି ସେମାନଙ୍କ ସହ ବିଷ୍ଣୁପଦଙ୍କ ସମ୍ପର୍କ ରହିଥିବା ଚର୍ଚ୍ଚା ହେଉଛି।

ଅନ୍ୟପକ୍ଷରେ ବିଷ୍ଣୁପଦଙ୍କ ବିରୋଧରେ ପୂର୍ବରୁ ଏକାଧିକ ଦୁର୍ନୀତି ଓ ଅନିୟମିତତାର ଅଭିଯୋଗ ଥିଲେ ମଧ୍ୟ ରାଜ୍ୟ ବିଜେପି ସରକାର ତାଙ୍କୁ ୩ଟି ଗୁରୁତ୍ୱପୂର୍ଣ୍ଣ ବିଭାଗ ଯଥା- ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ, ଅନୁସୂଚିତ ଜାତି ଓ ଜନଜାତି, ଓଡ଼ିଆ ଭାଷା ଓ ସାହିତ୍ୟ ଓ ସଂସ୍କୃତି ବିଭାଗରେ ଅବସ୍ଥାପିତ କରିଛନ୍ତି। ପୂର୍ବରୁ ବିଷ୍ଣୁପଦ କେବଳ ସାମାଜକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦାୟିତ୍ୱରେ ଥିବାବେଳେ ବିଜେପି ସରକାର ତାଙ୍କୁ ଆଉ ଦୁଇଟି ନୂଆ ବିଭାଗ ଦେଇଛନ୍ତି। ଏବେ ସିବିଆଇ ସମନ କରିବା ପରେ ମଧ୍ୟ ତାଙ୍କୁ କୋଳରେ ଧରି ରଖି ସରକାର କେବଳ ନିଜର ବଦନାମ ମୁଣ୍ଡାଇଛନ୍ତି ବୋଲି ଚର୍ଚ୍ଚା ହେଉଛି। ବିଶେଷକରି ଲାଂଚ ମାମଲାରେ ସେ ସନ୍ଦେହ ଘେରରେ ଥିବାରୁ ତାଙ୍କଠୁ ବିଭାଗୀୟ ମୁଖ୍ୟ ଦାୟିତ୍ୱ କାଢ଼ି ନେଇ ସରକାର ପାରଦର୍ଶିତାର ପ୍ରମାଣ ଦେବାକୁ ସାଧାରଣରେ ଦାବି ହୋଇଛି।

ତେବେ ରାଜ୍ୟ ସରକାରଙ୍କ ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀ କହିଛନ୍ତି ଯେ, ମୋ’ପାଖରେ ଯେତିକି ଖବର ଅଛି ଏହା ବିଭାଗ ସଂକ୍ରାନ୍ତୀୟ ନୁହେଁ। ଆଇନରେ ଊର୍ଦ୍ଧ୍ୱରେ କେହି ନୁହେଁ। ସେ ସଚିବ ହୁଅନ୍ତୁ କି ମନ୍ତ୍ରୀ। ସେହିପରି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, କୌଣସି ଦୁର୍ନୀତିକୁ ପ୍ରଶୟ ଦିଆଯିବ ନାହିଁ। ଯଦି କିଛି ବି ଲିଙ୍କ୍ ଥିବ ସେଦିଗରେ ତଦନ୍ତ ହେବ। ବିନା ତଦନ୍ତରେ କାହାକୁ ଅଭିଯୁକ୍ତ କରି ଛିଡ଼ା କରିବା ଠିକ୍ ନୁହେଁ। ତଦନ୍ତ ପରେ ଯିଏବି ଦୋଷୀ ତାକୁ ଦଣ୍ଡିତ କରାଯିବ। ତାଙ୍କ ସରକାର ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣାଉଛନ୍ତି ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଷ୍ଣୁପଦଙ୍କ ପାଇଁ ଦୁର୍ନୀତି ଓ ଲାଂଚ କାରବାରର ଏହା ନୂଆ ଘଟଣା ନୁହେଁ। ୨୦୦୬ ମସିହାରେ ବିଷ୍ଣୁପଦ ରାଜ୍ୟ ପଶୁସମ୍ପଦ ବିଭାଗର ନିର୍ଦ୍ଦେଶକ ଥିବାବେଳେ କୁକୁଡ଼ା ଖାଦ୍ୟ କିଣାରେ ବ୍ୟାପକ ଦୁର୍ନୀତି ହୋଇଥିଲା। ଆନ୍ଧ୍ରପ୍ରଦେଶ ସରକାରଙ୍କ ସଂସ୍ଥା ବଦଳରେ ଏକ ନିର୍ଦ୍ଦିଷ୍ଟ ସଂସ୍ଥାକୁ ଏହି ମକାଜାତୀୟ କୁକୁଡ଼ା ଖାଦ୍ୟ କ୍ରୟର ଟେଣ୍ଡର ଦେଇଥିଲେ ଓ ସେତେବେଳେ ପ୍ରାୟ ୧.୨୪କୋଟି ଟଙ୍କାର ଦୁର୍ନୀତି ହୋଇଥିବାର ଭିଜିଲାନ୍ସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଥିଲା। ଭିଜିଲାନ୍ସ ୨୦୧୦ ମସିହାରେ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା। ଯାହାକି ଏବେବି ଜାରି ରହିଛି।

ସେହିପରି ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ ଭାବେ ୨୦୧୩ରୁ ୨୦୧୫ ମସିହା ମଧ୍ୟରେ ଔଷଧ ଓ ଚିକିତ୍ସା ଖର୍ଚ୍ଚ ନାଁରେ ପ୍ରାୟ ୩.୨୭ଲକ୍ଷ ଟଙ୍କା ବେଆଇନ ଭାବେ ନେଇ ପରେ ଲୋକାୟୁକ୍ତଙ୍କ ନିର୍ଦ୍ଦେଶରେ ତାକୁ ଫେରସ୍ତ କରିଥିଲେ।

ସେହିପରି ବିଷ୍ଣୁପଦ ୨୦୨୩ ଜୁନ୍ ମାସରେ ଉଚ୍ଚଶିକ୍ଷା ପ୍ରମୁଖ ସଚିବ ଥିବାବେଳେ ତାଙ୍କ ଉପରେ ତତ୍କାଳୀନ ବିଜେଡି ସରକାର କାର୍ଯ୍ୟାନୁଷ୍ଠାନ ନେଇ ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଓଏସଡି କରି ବସାଇ ଦେଇଥିଲେ। ବିଭିନ୍ନ କଲେଜରେ ସେଲଫ ଫାଇନାନ୍ସ କୋର୍ସ ଖୋଲିବା ପାଇଁ ବଡ଼ଧରଣର କିକବ୍ୟାକ୍ ସନ୍ଦେହରେ ତତ୍କାଳୀନ ମନ୍ତ୍ରୀଙ୍କୁ ମଧ୍ୟ ପଦ ହରାଇବାକୁ ପଡ଼ିଥିଲା ଓ ବିଷ୍ଣୁପଦଙ୍କୁ ପ୍ରାୟ ୪ମାସ ବିନା କାର୍ଯ୍ୟରେ ବସିବା ପରେ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗର ପ୍ରମୁଖ ସଚିବ ଭାବେ ଅବସ୍ଥାପିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story