Advertisment

୭୫ କୋଟି ଋଣ ଠକେଇ: ନିମ୍ବସ ଗ୍ରୁପ ଓ ଏହାର ନିର୍ଦ୍ଦେଶକଙ୍କ ଅଡ଼ୁଆ ବଢ଼ିଲା

ନିମ୍ବସ କମ୍ପ୍ୟୁନିକେସ ୨ଟି କ୍ରୀଡ଼ା ଚ୍ୟାନେଲ ନେଓ ପ୍ରାଇମ ଓ ନେଓ ସ୍ପୋର୍ଟସ ଚ୍ୟାନେଲ ଭାରତରେ ଚଳାଉଥିଲା।

author-image
Hemant Lenka
undefined

CBI

ଇଣ୍ଡିଆନ ଓଭରସିଜ ବ୍ୟାଙ୍କରେ ହୋଇଥିବା ୭୫ କୋଟି ଟଙ୍କା ଠକେଇ ମାମଲାରେ ନିମ୍ବସ କମ୍ପ୍ୟୁନିକେସନ ଓ ଏହାର ୩ ନିର୍ଦ୍ଦେଶକଙ୍କ ଅଡ଼ୁଆ ବଢ଼ିଛି। ଏହି ଋଣ ଜାଲିଆତି ଘଟଣାରେ ସିବିଆଇ ଦାଖଲ କରିଥିବା ଚାର୍ଜଶିଟରେ ନିମ୍ବସ ଗ୍ରୁପ ଓ ଏହାର ୩ ନିର୍ଦ୍ଦେଶକ ହରିଶ କେ ଥାୱାନି, ଶୋଭା ଥାୱାନି ଓ ଆକାଶ ଚନ୍ଦ୍ର ଖୁରାନଙ୍କ ନାଁ ରହିଛି।

Advertisment

ନିମ୍ବସ କମ୍ପ୍ୟୁନିକେସ ୨ଟି କ୍ରୀଡ଼ା ଚ୍ୟାନେଲ ନେଓ ପ୍ରାଇମ ଓ ନେଓ ସ୍ପୋର୍ଟସ ଚ୍ୟାନେଲ ଭାରତରେ ଚଳାଉଥିଲା। ୨୦୦୬ରେ ନିମ୍ବସ କମ୍ପ୍ୟୁନିକେସନ ଲିଃ ବିସିସିଆଇ ଠାରୁ ୪ ବର୍ଷ ପାଇଁ କ୍ରିକେଟ ମ୍ୟାଚ୍‌ ପ୍ରସାରଣ ଅଧିକାର ହାସଲ କରିଥିଲା। ୨୦୧୪ ଏସିଆ କପ ପ୍ରସାରଣ ମଧ୍ୟ ଉକ୍ତ କମ୍ପାନୀ ପାଇଥିଲା।

ସିବିଆଇକୁ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗରେ କୁହାଯାଇଛି ଯେ ନିମ୍ବସ କମ୍ପ୍ୟୁନିକେସନସ ଲିଃ ଏକାଧିକ କ୍ରେଡିଡ ସୁବିଧା ଉପଭୋଗ କରିଛି। ୨୦୧୧ରେ କମ୍ପାନୀ ନାଁରେ ୧୨୫ କୋଟି ଟଙ୍କାର ଋଣକୁ ଅନୁମୋଦନ କରାଯାଇଥିଲା।

Advertisment

ଏହି ଋଣକୁ ୨୦୧୨ ମାର୍ଚ୍ଚରେ ୧୦୦ କୋଟି କରାଯାଇଥିଲା। ତେବେ କିଛି ଦିନର ଋଣ ପୈଠକ ପରେ କମ୍ପାନୀ ଏହାକୁ ପରିଶୋଧ କରି ନଥିଲା। ୨୦୧୨ରେ ନିମ୍ବସ କମ୍ପ୍ୟୁନିକେସର ଆକାଉଣ୍ଟକୁ ଏନପିଏ ଘୋଷଣା କରାଯାଇଥିଲା। ସେହିପରି ୨୦୧୯ରେ ଏହାକୁ ଠକେଇ ଭାବେ ବିବେଚନା କରାଯାଇଥିଲା।

Bcci Bankfraud