/odisha-reporter/media/post_attachments/uploads/2015/10/roulkela1.jpg)
roulkela
ରାଉରକେଲା: ନିଜକୁ ସିବିଆଇ ପରିଚୟ ଦେଇ ଲୁଟ୍ ଉଦ୍ୟମ କରିଥିବା ଦୁଇ ଯୁବକ ଗିରଫ କରିଛି ରାଉରକେଲାର ବନ୍ଧମୁଣ୍ଡା ପୋଲିସ୍। ଗିରଫ ଯୁବକଙ୍କ ମଧ୍ୟରେ ଜଣେ ଆରପିଏଫ କନେଷ୍ଟବଳ ଥିବା ବେଳେ ଅନ୍ୟ ଜଣେ ରେଳ କର୍ମଚାରୀ ରହିଛନ୍ତି । ତାଙ୍କୁ ସହଯୋଗ କରିଥିଲା ଆଉ ୪ ଯୁବକକୁ ମଧ୍ୟ ପୋଲିସ ଗିରଫ କରିଛି।
Advertisment
ସପନ କେରକାଟା ନାମକ ଜଣେ ଯୁବକ ଏକ ମଟର ସାଇକେଲରେ ବିଶ୍ରା ପଟୁ ଆସୁଥିବା ବେଳେ ଏମାନେ ତାଙ୍କୁ ଅଟକାଇ ଥିଲେ। ନିଜକୁ ସିବିଆଇ ଅଧିକାରୀ ବୋଲି କହି ପରିଚୟ ଦେଇ ସେମାନେ ସପନଙ୍କଠାରୁ ଲୁଟପାଟ କରିଥିଲେ। ସେ କୌଣସି ମତେ ଖସି ଆସି ପୋଲିସକୁ ଏ ନେଇ ଖବର ଦେବା ପରେ ସେମାନଙ୍କୁ ଗିରଫ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
