Advertisment

ଭୁବନେଶ୍ୱରରେ CBI ରେଡ୍‌, କୋଟିଏରୁ ଅଧିକ ଟଙ୍କା ଜବତ

ଆଜି ରାତି ପ୍ରାୟ ୯ଟା ବେଳେ ନୟାପଲ୍ଲୀରେ ଏକ ହୋଟେଲ ସମ୍ମୁଖରେ ଗୋଟିଏ ନାଲି ରଙ୍ଗର ମର୍ସିଡ୍‌ଜ କାର୍‌ ଛିଡ଼ା ହୋଇଥିଲା। ଗାଡ଼ି ନମ୍ୱର OD-05-9999।

CBI

CBI

Advertisment

ରାଜଧାନୀ ଭୁବନେଶ୍ୱରରେ ହଇଚଇ। ଅଚାନକ ସିବିଆଇର ରେଡ। ହୋଟେଲ୍‌ ଆଗରେ ଛିଡ଼ା ହୋଇଥିବା ନାଲି ରଙ୍ଗର କାର୍‌ରେ ଚଢ଼ଉ କରି ସିବିଆଇ ଟିମ୍‌ ଚଢ଼ଉ କରି କୋଟିଏରୁ ଅଧିକ ଟଙ୍କା ଓ ସୁନା ଜବତ କରିଥିବା ଜଣାପଡ଼ିଛି। ତେବେ ଏତେ ପରିପରିମାଣରେ ଟଙ୍କା କେଉଁ ଉଦ୍ଦେଶ୍ୟରେ ଆସିଥିଲା, ତାହା ଜଣାପଡ଼ି ନାହିଁ।

Advertisment

ଆଜି ରାତି ପ୍ରାୟ ୯ଟା ବେଳେ ନୟାପଲ୍ଲୀରେ ଏକ ହୋଟେଲ ସମ୍ମୁଖରେ ଗୋଟିଏ ନାଲି ରଙ୍ଗର ମର୍ସିଡ୍‌ଜ କାର୍‌ ଛିଡ଼ା ହୋଇଥିଲା। ଗାଡ଼ି ନମ୍ୱର OD-05-9999। ଗାଡ଼ିଟି ଗୋଟିଏ ବିଲ୍‌ଡର ସଂସ୍ଥା ନାଁରେ ରହିଥିବା ଜଣାପଡ଼ିଛି। ଚର୍ଚ୍ଚା ହେଉଛି ଗାଡ଼ିରେ ଡିଲ୍‌ ହେଉଥିଲା। ଏ ସମ୍ପର୍କରେ ସିବିଆଇ ଟିମ୍‌ ଜାଣିପାରି ଅଚାନକ ଚଢ଼ଉ କରିଥିଲା। ଗାଡ଼ି ଭିତରୁ କୋଟିଏରୁ ଅଧିକ ଟଙ୍କା ଓ ସୁନା ଜବତ ହୋଇଛି। ୪ ଜଣଙ୍କୁ ସିବିଆଇ ଟିମ୍‌ ହେପାଜତକୁ ନେଇଛି।

Bhubaneswar Bhubaneswar News CBI
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe