Advertisment

ଲାଞ୍ଚୁଆ ଡାକ୍ତର ଜେଲ୍‌ ଯିବା ପରେ ଭାଇରାଲ୍‌ ହେଉଛି ଅଡିଓ ଓ ଭିଡିଓ

ପାରାଦୀପ ପୋଟ୍‌ ହେଲ୍‌ଥ ଅର୍ଗାନାଇଜେସନ୍‌(PHO) ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ପାଖକୁ ଜଣେ ଏଜେଣ୍ଟ୍‌ ଫୋନ୍‌ କରୁଛନ୍ତି। ଆଉ ଫୋନ୍‌ ରିସିଭ୍‌ କରି ଡାକ୍ତର ପାଣିଗ୍ରାହୀ କହୁଛନ୍ତି- କ୍ୟାପ୍‌ଟେନ୍‌ କେଉଁଠିକାର?

ଅଦ୍ୟତନ ହୋଇଛି
Paradip port doctor

Paradip port doctor

Advertisment

CBI ପଞ୍ଝାରେ ପଡ଼ିଥିବା ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଅଡିଓ ଭାଇରାଲ୍‌ ହେଉଛି। ଯେଉଁଥିରେ ସେ ଜଣେ ଏଜେଣ୍ଟଙ୍କ ସହିତ କଥା ହେଉଥିବା ଶୁଣିବାକୁ ମିଳୁଛି। ପାରାଦୀପ ପୋଟ୍‌ ହେଲ୍‌ଥ ଅର୍ଗାନାଇଜେସନ୍‌(PHO) ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ପାଖକୁ ଜଣେ ଏଜେଣ୍ଟ୍‌ ଫୋନ୍‌ କରୁଛନ୍ତି। ଆଉ ଫୋନ୍‌ ରିସିଭ୍‌ କରି ଡାକ୍ତର ପାଣିଗ୍ରାହୀ କହୁଛନ୍ତି- କ୍ୟାପ୍‌ଟେନ୍‌ କେଉଁଠିକାର?

Advertisment

ଜବାବରେ ଏଜେଣ୍ଟ କରୁଛନ୍ତି- ଫିଲିପାଇନ୍ସର...

ଡାକ୍ତର- ଭଲ ମାରର୍ଲବୋର ୪ଟା ଆଣିଦେବ। ଆଉ ଯିବାନି ଦେଇଦେବ..

ଏଜେଣ୍ଟ କହୁଛନ୍ତି- ବନ୍‌ଷ୍ଟର ନୀଲ୍‌ ଅଛି। କିନ୍ତୁ ସେ ପଇସା ଦେଇଦେବ... 

ଡାକ୍ତର ପାଣିଗ୍ରାହୀ ଏମିତି କେତେ କଣ କଥା ହେଉଥିବା ଅଡ଼ିଓରେ ଶୁଣିବାକୁ ମିଳୁଛି। ଅନ୍ୟ ଏକ ଭିଡିଓରେ ଡାକ୍ତର ପାଣିଗ୍ରାହୀ ନିଜ ଚ୍ୟାମ୍ୱରରେ ବସିଥିବା ଦେଖିବାକୁ ମିଳିଛି। ଆଉ ତାଙ୍କ ଆଗରେ ଜଣେ କ୍ୟାପ୍‌ଟେନ୍‌ ବସିଛନ୍ତି। ତାଙ୍କ ଟେବୁଲ୍‌ ଆଗରେ ବହୁ ବିଦେଶୀ ମଦ ପୋତଲ ଓ ସିଗାରେଟ୍‌ ଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି। 

 PHO ଗତ ୪ ବର୍ଷ ହେଲା କାର୍ଯ୍ୟ କରିଆସୁଛନ୍ତି ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀ। ଅଭିଯୋଗ ଅନୁସାରେ ସେ କୋଲକାତାର ଏମ୍‌ଏନ୍‌ସି ସିପିଙ୍ଗ ଏଜେଣ୍ଟକୁ ଲାଞ୍ଚ ଟଙ୍କା ମାଗିଥିଲା। ସେ ଲକ୍ଷେ ୫ ହଜାର ଟଙ୍କା ଲାଞ୍ଚ ମାଗିଥିଲା। ଏନେଇ ସମ୍ପୃକ୍ତ କମ୍ପାନୀ ସିବିଆଇରେ ଅଭିଯୋଗ କରିଥିଲା। ଯୋଜନା ମୁତାବକ ସିପିଙ୍ଗ କମ୍ପାନୀର କର୍ମଚାରୀ ଗତ ଗୁରୁବାର ଡିଲ୍‌ ମୁତାବକ ପ୍ରଥମ କିସ୍ତି ବାବଦକୁ ୫୪୦୦୦ ଟଙ୍କା ଦେଉଥିଲେ। ସେହି ସମୟରେ ସେଠାରେ ସାଦା ପୋଷାକରେ ଉପସ୍ଥିତ ଥିବ ସିବିଆଇ ଅଧିକାରୀମାନେ ତାଙ୍କୁ ମାଡ଼ି ବସିଥିଲେ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିଥିଲା। ଏଥିସହ ତାଙ୍କୁ ହେପାଜତକୁ ନେଇଥିଲା।

Advertisment

ସିବିଆଇ ଅଧିକାରୀମାନେ ଡାକ୍ତର ପାଣିଗ୍ରାହୀଙ୍କ ଅଫିସ୍‌, ପାରାଦୀପ ଜେବି କୋଲନୀସ୍ଥିତ ସରକାରୀ କ୍ୱାର୍ଟର୍ସ, ହାଉସିଂ ବୋର୍ଡ କଲୋନୀ ସ୍ଥିତ ଭଡ଼ାଘର, କଟକରେ ରହୁଥିବା ଡାକ୍ତରାଣୀ ପତ୍ନୀଙ୍କ ଘର, ବାଲେଶ୍ୱର ମାର୍କୋଣା ସ୍ଥିତ ପୈତୃକ ଘରେ ଏକାକାଳୀନ ରେଡ୍ କରିଥିଲେ। ଚଢଉ ବେଳେ ସିବିଆଇ ଟିମ୍ ୧୭ ଲକ୍ଷରୁ ଅଧିକ ମୂଲ୍ୟର ଆମେରିକୀୟ ଡଲାର, ପ୍ରାୟ ୧୭ ଲକ୍ଷ ଟଙ୍କାର କ୍ୟାସ୍ ପାଇଥିଲା। ପାରାଦୀପ ସ୍ଥିତ ଭଡ଼ା ଘରେ ଥିବା ଲାଟ୍ରିନରେ ସେ ପୂଳା ପୂଳା ଟଙ୍କା ଲୁଚାଇ ରଖିଥିବା ଦେଖିବାକୁ ପାଇଥିଲା ସିବିଆଇ ଟିମ୍। ସେହିଭଳି ଓଡ଼ିଶା ଓ ହାଇଦ୍ରାବଦରେ ବିଭିନ୍ନ ସ୍ଥାନରେ ୫ଟି କୋଠା ଓ ପ୍ଲଟ ଥିବା ଜାଣିବାକୁ ପାଇଥିଲା। 

ରିପୋର୍ଟ-ପାରାଦୀପରୁ ରମାକାନ୍ତ ନାୟକ

CBI Paradeep Port Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe