Advertisment

ବନ୍ଦରରୁ ସିବିଆଇ ଧରିଲା ୨୫ ହଜାର କେଜି ଡ୍ରଗ୍ସ

ଏତେ ପରିମାଣରେ ଡ୍ରଗ୍ସ ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶରୁ ଜବତ କରାଯାଇଛି ଓ ସିବିଆଇ ବର୍ତ୍ତମାନ ଏହାର ତଦନ୍ତ କରୁଛି।

Drugs

Drugs

Advertisment

ବିଶାଖାପଟନ ବନ୍ଦରରୁ ଧରା ପଡ଼ିଛି ୨୫ ହଜାର କେଜି ଓଜନର ଡ୍ରଗ୍ସ। ବିଶାଖାପଟନମ କଷ୍ଟମ୍ସ ବିଭାଗ ସହାୟତାରେ ସିବିଆଇ ଏତେ ପରିମାଣର ଡ୍ରଗ୍ସ କାରବାର ରାକେଟର ପର୍ଦ୍ଦାଫାସ କରିଛି।

Advertisment

ଏଥିସହ କଣ୍ଟେନର ଜବତ କରିଛି। ଅନ୍ତର୍ଜାତୀୟ ସ୍ତରରେ ଚାଲିଥିବା ଡ୍ରଗ୍ସ ରାକେଟକୁ ଧରିବା ପାଇଁ ‘ଅପରେସନ୍ ଗରୁଡ’ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମ ଅଧୀନରେ ଇଣ୍ଟରପୋଲଠାରୁ ମିଳିଥିବା ସୂଚନା ଆଧାରରେ ସିବିଆଇ ଏତେ ପରିମାଣର ଡ୍ରଗ୍ସକୁ ଜବତକ କରିବାରେ ସମର୍ଥ ହୋଇଛି।

ମିଳିଥିବା ସୂଚନା ଅନୁସାରେ, ୨୫ ହଜାର କେଜି ଓଜନର ଡ୍ରଗ୍ସ ଗୋଟିଏ କଣ୍ଟେନରରେ ବିଶାଖାପଟନ ପହଞ୍ଚିଥିଲା। ଏହି କଣ୍ଟେନରକୁ ବ୍ରାଜିଲର ସନ୍ତୋଷ ବନ୍ଦରରୁ ବିଶାଖାପଟନମର ଏକ ଘରୋଇ କମ୍ପାନୀ ନାଁରେ ବୁକ୍ କରାଯାଇଥିଲ।

Advertisment

ଏହାକୁ ପଠାଇଥିବା ବ୍ୟକ୍ତି କହିଥିଲେ ଯେ କଣ୍ଟେନର୍‌ରେ ୨୫ କେଜି ଓଜନର ୧୦୦୦ଟି ବ୍ୟାଗରେ ଶୁଖିଲା ଔଷଧୀୟ ସାମଗ୍ରୀ ରହିଛି। ଏହାର ମୋଟ ଓଜନ ୨୫ ହଜାର କେଜି।

କଣ୍ଟେନର ଏଠାରେ ପହଞ୍ଚିବା ପରେ ଏହାର ଯାଞ୍ଚ କରାଯାଇଥିଲା। ଶୁଖିଲା ଔଷଧ ବଦଳରେ ବ୍ୟାଗଗୁଡ଼ିକରରେ ଡ୍ରଗ୍ସ ରହିଥିବା ଜଣାପଡ଼ିଛି। ଏହାପରେ ଏହାକୁ ଜବତ କରାଯାଇଛି।

ଏଥିସହ ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା କରାଯାଇଛି। ଏତେ ପରିମାଣରେ ଡ୍ରଗ୍ସ ପ୍ରଥମ ଥର ପାଇଁ ଆନ୍ଧ୍ରପ୍ରଦେଶରୁ ଜବତ କରାଯାଇଛି ଓ ସିବିଆଇ ବର୍ତ୍ତମାନ ଏହାର ତଦନ୍ତ କରୁଛି।

Andhra Pradesh Drugs Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe