Advertisment

ପୂର୍ବତନ ସିଡ଼ିପିଓଙ୍କୁ ଜେଲ ଓ ଜରିମାନା

ସିଡ଼ିପିଓ ଯଶୋବନ୍ତୀ ବେହେରା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

Boudh

Boudh

Advertisment

ଲାଞ୍ଚ ନେବା ମାମଲାରେ ପୂର୍ବତନ ସିଡ଼ିପିଓଙ୍କୁ ଜେଲ ଓ ଜରିମାନା। ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ଏହି ରାୟ ଶୁଣାଇଛନ୍ତି। ୨୦୧୬ ମସିହାରେ ବକେୟା ବିଲ କରାଇ ଦେବାପାଇଁ ଲାଞ୍ଚ ମାଗିଥିଲେ ପୂର୍ବତନ ସିଡ଼ିପିଓ।

Advertisment

ଆମ୍ବଗାଁର ମା ଭୈରବୀ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ୨୦୧୬ ମସିହା ନଭେମ୍ବର ଓ ଡିସେମ୍ବର ମାସର ଛତୁଆ ବିଲ ବାବଦରେ ସିଡ଼ିପିଓଙ୍କ କାର୍ଯ୍ୟାଳୟରୁ ଟଙ୍କା ପାଇବାର ଥିଲା। ତେବେ ଏହି ବିଲ କରାଇଦେବା ପାଇଁ ତତ୍କାଳୀନ ସିଡ଼ିପିଓ ଯଶୋବନ୍ତୀ ବେହେରା ଏସଏଚଜି ସମ୍ପାଦିକାଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ସମ୍ପାଦିକା ଶୈଳବାଳା ଦାଶ ଏନେଇ ୨୦୧୭ ମସିହା ଜାନୁଆରୀ ୧୧ ତାରିଖରେ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ କରିଥିଲେ। ତାପର ଦିନ ଅର୍ଥାତ ୧୨ ତାରିଖ ଦିନ ସିଡ଼ିପିଓ ଯଶୋବନ୍ତୀ ବେହେରା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଥିଲେ। ଭିଜିଲାନ୍ସ ଟିମ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଆଜି ଏହି ମାମଲାରେ ରାଏ ପ୍ରକାଶ ପାଇଛି। ୭ ଜଣ ସାକ୍ଷୀଙ୍କ ବୟାନ ଓ ଅନ୍ୟ ତଥ୍ୟ ପ୍ରମାଣ ଆଧାରରେ ଫୁଲବାଣୀ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ସିଡ଼ିପିଓଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ସହ ଦଶ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ଅଦାଲତ ରାୟରେ ଶୁଣାଇଛନ୍ତି।

Advertisment

ରିପୋର୍ଟ- ବୌଦ୍ଧରୁ ଦୀପକ ଅଦର

Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe