Advertisment

ଗର୍ଭଯନ୍ତ୍ରଣା ସତ୍ତ୍ୱେ କିରାଣିଙ୍କୁ ଡାକ୍ତରଖାନା ନଛାଡ଼ିବା ଘଟଣା, ସିଡିପିଓ ସ୍ନେହଲତା ସାହୁଙ୍କର ହେଲା ବଦଳି

ସ୍ନେହଲତା ସାହୁଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଲମ୍ବିବାରେ ଲାଗିଛି।

CDPO

CDPO

Advertisment

ଗର୍ଭଯନ୍ତ୍ରଣା ସତ୍ତ୍ୱେ କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କୁ ଡାକ୍ତରଖାନା ଯିବାକୁ ନଦେବା ତଥା ଦୁର୍ବ୍ୟବହାର କରିବା କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ସିଡିପିଓ ସ୍ନେହଲତା ସାହୁଙ୍କୁ ଭାରି ମହଙ୍ଗା ପଡ଼ିଛି। ତିନି ଜଣିଆ କମିଟି ଏହି ଘଟଣାର ତଦନ୍ତ କରୁଥିବା ବେଳେ ସିଡିପିଓ ସ୍ନେହଲତା ସାହୁଙ୍କୁ ବଦଳି କରାଯାଇଛି। ତାଙ୍କୁ ଢେଙ୍କାନାଳ ପିଓ ଭାବେ ବଦଳି କରାଯାଇଥିବା ନେଇ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହା ପୂର୍ବରୁ ଆଜି ତାଙ୍କୁ ଡେରାବିଶ ବ୍ଳକ ଅଫିସରୁ ଅପସାରଣ କରାଯାଇଥିଲା।

Advertisment

ଏହି ଘଟଣା ତଦନ୍ତ କରୁଥିବା ତିନି ଜଣିଆ ଟିମ୍ ଆଜି ଡେରାବିଶ ଯାଇ ସିଡିପିଓଙ୍କ କାର୍ଯ୍ୟାଳୟରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ସେହିପରି କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କୁ ମଧ୍ୟ ଟିମ୍ ପଚରାଉଚରା କରିଛି। ସୂଚନାଯୋଗ୍ୟ, ଗତ ୨୫ ତାରିଖରେ ଅଫିସରେ ଥିବା ବେଳେ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ରଙ୍କର ଗର୍ଭଯନ୍ତ୍ରଣା ହୋଇଥିଲା। ତେବେ ସିଡିପିଓ ତାଙ୍କୁ ମେଡିକାଲ ଛାଡ଼ିବା ତ ଦୂରର କଥା ବରଂ ତାଙ୍କୁ ଦୁର୍ବ୍ୟବହାର କରିଥିଲେ। ଠିକ ସମୟରେ ମେଡିକାଲ ଯାଇ ନପାରିବାରୁ ବର୍ଷାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ଘଟିଥିଲା। ଆଉ ଏଥିପାଇଁ ସ୍ନେହଲ୍‌ ସାହୁ ଦାୟୀ ବୋଲି କିରାଣି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର ଅଭିଯୋଗ କରିଛନ୍ତି। ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ସ୍ନେହଲତା ସାହୁ। 

ଅନ୍ୟପକ୍ଷରେ ସ୍ନେହଲତା ସାହୁଙ୍କ ବିରୋଧରେ ଅଭିଯୋଗ ଫର୍ଦ୍ଦ ଲମ୍ବିବାରେ ଲାଗିଛି। ଅଙ୍ଗନବାଡି କର୍ମୀ ଭାବେ ନିଯୁକ୍ତି ଦେବା ନିମନ୍ତେ ସେ ସନ୍ଧ୍ୟାରାଣୀ ଲେଙ୍କା ନାମ୍ନୀ ଜଣେ ମହିଳାଙ୍କଠାରୁ ଲକ୍ଷେ ଟଙ୍କା ଲାଞ୍ଚ ନେଇଥିଲେ ବୋଲି ଅଭିଯୋଗ ହୋଇଛି। ସେ ଏବେ ଚାକିରି ଦେବା ନାଁ ଧରୁ ନଥିବା ବେଳେ ଟଙ୍କା ମଧ୍ୟ ଫେରାଉ ନଥିବା ଅଭିଯୋଗ ହୋଇଛି।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe