Advertisment

କ୍ୟାମେରାରେ ଧରାପଡ଼ିଲେ, ଦୁଇ ପ୍ରିଜାଇଡିଂ ଅଫିସରଙ୍କୁ ଗିରଫ କରିବାକୁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଅନ୍ୟ ଜଣେ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଛି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

author-image
Jitendra Garnayak
ଅଦ୍ୟତନ ହୋଇଛି
Nikunja Bihari Dhala

Nikunja Bihari Dhala

ରାଜ୍ୟରେ ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଡ୍ୟୁଟିରେ ଗୁରୁତର ଅବହେଳା ପାଇଁ ୨ ଜଣ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରିବା ସହିତ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ଏକ ସାମ୍ବାଦିକ ସମ୍ମିଳନୀରେ ନିଜେ ଶ୍ରୀ ଧଳ ଏହି ସୂଚନା ଦେଇଛନ୍ତି।

Advertisment

ଛତ୍ରପୁରର ୨୭ ଓ ୧୬୩ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରିବା ସହିତ ଗିରଫ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ସେମାନେ ଡ୍ୟୁଟିରେ ଗୁରୁତର ଅବହେଳା କରିଥିବା ୱେବ୍ କାଷ୍ଟିଂ ଜରିଆରେ ଦେଖିବାକୁ ମିଳିଥିଲା। ତେଣୁ ସେମାନଙ୍କ ବିରୋଧରେ ଏଭଳି କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା ଶ୍ରୀ ଧଳ କହିଛନ୍ତି। ଏହା ସହିତ ଗୋପାଳପୁରର ୧୯୩ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରିବା ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ବିଶେଷ କିଛି କହି ନଥିଲେ ମଧ୍ୟ ସୂଚନା ଅନୁଯାୟୀ ଛତ୍ରପୁରର ୨୭ ଓ ୧୬୩ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସରମାନେ ମତଦାତାଙ୍କୁ ପ୍ରଭାବିତ କରିବାକୁ ଚେଷ୍ଟା କରାଯାଇଥିଲା। କୌଣସି ନିର୍ଦ୍ଦିଷ୍ଟ ଚିହ୍ନରେ ଭୋଟ୍ ଦେବାକୁ ସେମାନେ ଭୋଟରଙ୍କୁ କହୁଥିବା ୱେବ୍ କାଷ୍ଟିଂ ଜରିଆରେ ଦେଖିବାକୁ ମିଳିଥିବା କୁହାଯାଉଛି।

Advertisment

ଏହା ପୂର୍ବରୁ ଗଞ୍ଜାମର ଚିକିଟିର ୭୪ ନମ୍ବର ବୁଥ୍‌ର ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ତା’ସହିତ କଳାହାଣ୍ଡି ଜିଲ୍ଲା ନର୍ଲାର ଏକ ବୁଥରେ ନିୟୋଜିତ ଜଣେ ପୋଲିଂ ଅଧିକାରୀଙ୍କୁ ମଧ୍ୟ ସସପେଣ୍ଡ୍ କରିବାକୁ ଦିଆଯାଇଥିଲା ନିର୍ଦ୍ଦେଶ। ଅନ୍ୟପକ୍ଷରେ ଆଜି ଦିନ ୩ଟା ସୁଦ୍ଧା ୫୨.୯୧% ମତଦାନ ହୋଇଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଫିସ ସୂତ୍ରରୁ ସୂଚନା ମିଳିଛି।

ଆଜି ବ୍ରହ୍ମପୁର, କୋରାପୁଟ, ନବରଙ୍ଗପୁର ଓ କଳାହାଣ୍ଡି ଲୋକସଭା ଆସନ ଏବଂ ଏହି ଲୋକସଭା ଆସନ ଅନ୍ତର୍ଗତ ୨୮ଟି ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯାଉଛି।

CEC 2024 General Election Loka Sabha Election 2024 Odisha Assembly Election 2024