ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲାରେ ବିଜେଡି ଟିକେଟରେ ପ୍ରଥମଥର ନିର୍ବାଚିତ ଜଣେ ବିଧାୟକଙ୍କ ଖାସ୍ ଅନୁଗତ ଥିବା ଏହି ନେତାଙ୍କୁ ବିଜେଡି ପକ୍ଷରୁ ଗତ କିଛିମାସ ତଳେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପଦବୀରେ ଥଇଥାନ କରାଯାଇଥିଲା । ଏପରିକି ତାଙ୍କୁ ଜିଲ୍ଲା ବିଜେଡି ସଂଗଠନରେ ମଧ୍ୟ କର୍ମକର୍ତ୍ତା ଭାବେ ଅବସ୍ଥାପିତ କରାଯାଇଛି ।
କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇବା ପରେ ସେ ନିଜର ଆଚରଣ ଓ ଉଚ୍ଚାରଣରେ ସଂଯମତା ରଖିବା ପରିବର୍ତ୍ତେ ଅଧିକ ଯୌନ ଉତ୍ଶୃଙ୍ଖଳ ହୋଇପଡ଼ିଥିଲେ । ଆଉ ନିଜେ ସମ୍ପୂର୍ଣ୍ଣ ଉଲଗ୍ନ ହେବା ଓ ଯୌନ ପିପାସୁ ଭଳି ଭିଡିଓ ପ୍ରସ୍ତୁତ କରି ଜଣେ ମହିଳାଙ୍କୁ ପଠାଇଥିବା, ଏପରିକି ଭିଡିଓ କେମିତି ଲାଗିଲା ବୋଲି ଚାଟ୍ ମାଧ୍ୟମରେ ପ୍ରଶ୍ନ କରିବାକୁ ବି ସମ୍ପୃକ୍ତ ନେତା ପଛାଇ ନଥିବା ଜଣାପଡ଼ିଛି । ତେବେ ସେ ଯେଉଁ ମହିଳାଙ୍କୁ ଏହି ଭିଡିଓ ପଠାଇଛନ୍ତି,ତାଙ୍କର ପରିଚୟ ଜଣାପଡ଼ିନଥିଲେ ମଧ୍ୟ ଉଲଗ୍ନ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
ନୀତି ଓ ନୈତିକତାର ପାଠ ପଢ଼ାଉଥିବା ବିଜେଡି କିଭଳି ଜଣେ ଏଭଳି ଘୃଣ୍ୟ ମାନସିକତା(ଭିଡିଓ ଦେଖିଲେ ଲାଗୁଛି) ବ୍ୟକ୍ତିଙ୍କୁ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ପଦବୀରେ ରଖିଛି ଓ ଦଳୀୟ ପଦାଧିକାରୀ ଭାବେ କାର୍ଯ୍ୟ କରିବାର ସୁଯୋଗ ଦେଇଛି ତାହା ସାଧାରଣରେ ଆଶ୍ଚର୍ଯ୍ୟ କରିଛି ।
ଏହି ଭିଡିଓ ଗତ କିଛିଦିନ ଧରି ଭାଇରାଲ ହେଉଥିଲେ ମଧ୍ୟ ସମ୍ପୃକ୍ତ ନିର୍ଦ୍ଦେଶକ ଏନେଇ ମୁହଁ ଖୋଲୁନାହାନ୍ତି । ତାଙ୍କ ସହ ଯୋଗାଯୋଗ କରିବାକୁ ପ୍ରୟାସ ହୋଇଥିଲେ ମଧ୍ୟ ତାହା ସମ୍ଭବପର ହୋଇନି ।
ଚର୍ଚ୍ଚା ହେଉଛି, ବିଧାୟକଙ୍କ ପ୍ରତିନିଧି ଭାବେ ସେ ଗତ କିଛିମାସ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ବ୍ଲକ ଦାୟିତ୍ୱରେ ରହିଥିଲେ । ସେହି ସମୟରେ ସମ୍ପୃକ୍ତ ମହିଳାଙ୍କ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା । ଏବେ ଉକ୍ତ ମହିଳାଙ୍କ ସହ ହୋଇଥିବା ମୋବାଇଲ୍ ଚାଟିଂ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ମାତ୍ର କିଏ ଏହି ଭିଡିଓକୁ ଭାଇରାଲ କରିଛି ତାହା ଜଣାପଡ଼ିନଥିଲେ ମଧ୍ୟ ଉକ୍ତ ବ୍ଲକ ଦାୟିତ୍ୱରେ ଥିବା ଅନ୍ୟ ଜଣେ ବିଜେଡି ନେତା ଏହାକୁ ଭାଇରାଲ କରିଥିବା ଚର୍ଚ୍ଚା ହେଉଛି ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।