Advertisment

କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକଙ୍କ ଅଶ୍ଲୀଳ ଭିଡିଓ ଭାଇରାଲ, ସରକାର ନିରବ

ଜଗତସିଂହପୁର ଜିଲ୍ଲାରେ ବିଜେଡି ଟିକେଟରେ ପ୍ରଥମଥର ନିର୍ବାଚିତ ଜଣେ ବିଧାୟକଙ୍କ ଖାସ୍ ଅନୁଗତ ଥିବା ଏହି ନେତାଙ୍କୁ ବିଜେଡି ପକ୍ଷରୁ ଗତ କିଛିମାସ ତଳେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପଦବୀରେ ଥଇଥାନ କରାଯାଇଥିଲା ।

ଅଦ୍ୟତନ ହୋଇଛି
Bank

Bank

Advertisment
ଜଗତସିଂହପୁର ଜିଲ୍ଲା ବିଜେଡି ନେତା ତଥା କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକଙ୍କ ଏକ ଅଶ୍ଲୀଳ ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ଭାବେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓକୁ ନେଇ ଜଗତସିଂହପୁର ଜିଲ୍ଲାର ବାଲିକୁଦା ନିର୍ବାଚନମଣ୍ଡଳୀର ବିଜେଡି ରାଜନୀତି ସରଗରମ ହୋଇଥିବାବେଳେ ଜଣେ ଯୁବତୀଙ୍କ ସହ ସମ୍ପୃକ୍ତ ନେତାଙ୍କ ଅଶ୍ଲୀଳ ଚାଟିଂ ଓ ନିଜ ନଗ୍ନ ଭିଡିଓ ଏବେ ମୋବାଇଲ ଫୋନରେ ଘୁରି ବୁଲୁଛି ।
Advertisment
 
ତେବେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ଭଳି ପ୍ରତିଷ୍ଠିତ ସଂସ୍ଥାର ନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଜଣେ ବ୍ୟକ୍ତିଙ୍କ ଏଭଳି ଅଶ୍ଲୀଳ ଭିଡିଓକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିଲେ ମଧ୍ୟ ରାଜ୍ୟ ସମବାୟ ମନ୍ତ୍ରୀ କିମ୍ବା ସରକାର ଏଦିଗରେ କୌଣସି ପଦକ୍ଷେପ ନେଇନଥିବା ଜଣାପଡ଼ିଛି ।

ସୂଚନା ଅନୁସାରେ, ଜଗତସିଂହପୁର ଜିଲ୍ଲାରେ ବିଜେଡି ଟିକେଟରେ ପ୍ରଥମଥର ନିର୍ବାଚିତ ଜଣେ ବିଧାୟକଙ୍କ ଖାସ୍ ଅନୁଗତ ଥିବା ଏହି ନେତାଙ୍କୁ ବିଜେଡି ପକ୍ଷରୁ ଗତ କିଛିମାସ ତଳେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପଦବୀରେ ଥଇଥାନ କରାଯାଇଥିଲା । ଏପରିକି ତାଙ୍କୁ ଜିଲ୍ଲା ବିଜେଡି ସଂଗଠନରେ ମଧ୍ୟ କର୍ମକର୍ତ୍ତା ଭାବେ ଅବସ୍ଥାପିତ କରାଯାଇଛି ।

Advertisment

କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପାଇବା ପରେ ସେ ନିଜର ଆଚରଣ ଓ ଉଚ୍ଚାରଣରେ ସଂଯମତା ରଖିବା ପରିବର୍ତ୍ତେ ଅଧିକ ଯୌନ ଉତ୍‌ଶୃଙ୍ଖଳ ହୋଇପଡ଼ିଥିଲେ । ଆଉ ନିଜେ ସମ୍ପୂର୍ଣ୍ଣ ଉଲଗ୍ନ ହେବା ଓ ଯୌନ ପିପାସୁ ଭଳି ଭିଡିଓ ପ୍ରସ୍ତୁତ କରି ଜଣେ ମହିଳାଙ୍କୁ ପଠାଇଥିବା, ଏପରିକି ଭିଡିଓ କେମିତି ଲାଗିଲା ବୋଲି ଚାଟ୍ ମାଧ୍ୟମରେ ପ୍ରଶ୍ନ କରିବାକୁ ବି ସମ୍ପୃକ୍ତ ନେତା ପଛାଇ ନଥିବା ଜଣାପଡ଼ିଛି । ତେବେ ସେ ଯେଉଁ ମହିଳାଙ୍କୁ ଏହି ଭିଡିଓ ପଠାଇଛନ୍ତି,ତାଙ୍କର ପରିଚୟ ଜଣାପଡ଼ିନଥିଲେ ମଧ୍ୟ ଉଲଗ୍ନ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।

ନୀତି ଓ ନୈତିକତାର ପାଠ ପଢ଼ାଉଥିବା ବିଜେଡି କିଭଳି ଜଣେ ଏଭଳି ଘୃଣ୍ୟ ମାନସିକତା(ଭିଡିଓ ଦେଖିଲେ ଲାଗୁଛି) ବ୍ୟକ୍ତିଙ୍କୁ କେନ୍ଦ୍ର ସମବାୟ ବ୍ୟାଙ୍କର ନିର୍ଦ୍ଦେଶକ ପଦବୀରେ ରଖିଛି ଓ ଦଳୀୟ ପଦାଧିକାରୀ ଭାବେ କାର୍ଯ୍ୟ କରିବାର ସୁଯୋଗ ଦେଇଛି ତାହା ସାଧାରଣରେ ଆଶ୍ଚର୍ଯ୍ୟ କରିଛି ।

ଏହି ଭିଡିଓ ଗତ କିଛିଦିନ ଧରି ଭାଇରାଲ ହେଉଥିଲେ ମଧ୍ୟ ସମ୍ପୃକ୍ତ ନିର୍ଦ୍ଦେଶକ ଏନେଇ ମୁହଁ ଖୋଲୁନାହାନ୍ତି । ତାଙ୍କ ସହ ଯୋଗାଯୋଗ କରିବାକୁ ପ୍ରୟାସ ହୋଇଥିଲେ ମଧ୍ୟ ତାହା ସମ୍ଭବପର ହୋଇନି ।

Viralଭାଇରାଲ ହେଉଥିବା କଥାବାର୍ତ୍ତା

ଚର୍ଚ୍ଚା ହେଉଛି, ବିଧାୟକଙ୍କ ପ୍ରତିନିଧି ଭାବେ ସେ ଗତ କିଛିମାସ ପୂର୍ବରୁ ଏକ ନିର୍ଦ୍ଦିଷ୍ଟ ବ୍ଲକ ଦାୟିତ୍ୱରେ ରହିଥିଲେ । ସେହି ସମୟରେ ସମ୍ପୃକ୍ତ ମହିଳାଙ୍କ ସହ ତାଙ୍କର ସମ୍ପର୍କ ଗଢ଼ି ଉଠିଥିଲା । ଏବେ ଉକ୍ତ ମହିଳାଙ୍କ ସହ ହୋଇଥିବା ମୋବାଇଲ୍ ଚାଟିଂ ଓ ଭିଡିଓ ଭାଇରାଲ ହେବାରେ ଲାଗିଛି । ମାତ୍ର କିଏ ଏହି ଭିଡିଓକୁ ଭାଇରାଲ କରିଛି ତାହା ଜଣାପଡ଼ିନଥିଲେ ମଧ୍ୟ ଉକ୍ତ ବ୍ଲକ ଦାୟିତ୍ୱରେ ଥିବା ଅନ୍ୟ ଜଣେ ବିଜେଡି ନେତା ଏହାକୁ  ଭାଇରାଲ କରିଥିବା ଚର୍ଚ୍ଚା ହେଉଛି ।

Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe