Advertisment

ଲୁଟେରା ଆତଙ୍କ, ବାଇକ୍‌ରେ ଆସି ଲୁଟୁଛନ୍ତି ଚେନ

ଦିନ ଦୁଇପହରେ ଦୁଇଜଣ ଦୁର୍ବୁର୍ତ୍ତ ଏକ ବାଇକରେ ଆସି ସ୍କୁଟିରେ ଯାଉଥିବା ମହିଳାଙ୍କ ବେକରୁ ସୁନା ଚେନ ଲୁଟି ଫେରାର ମାରିଛନ୍ତି ଦୁର୍ବୁର୍ତ୍ତ।

Lootera

Lootera

Advertisment

ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ। ଦିନ ଦୁଇପହରେ ଦୁଇଜଣ ଦୁର୍ବୁର୍ତ୍ତ ଏକ ବାଇକରେ ଆସି ସ୍କୁଟିରେ ଯାଉଥିବା ମହିଳାଙ୍କ ବେକରୁ ସୁନା ଚେନ ଲୁଟି ଫେରାର ମାରିଛନ୍ତି। ଏଭଳି ଘଟଣା ଘଟିଛି ବରଗଡ଼ର କାଳୀମନ୍ଦିର ଛକରୁ ଗୋବିନ୍ଦପାଲି ଯିବା ରାସ୍ତାରେ।

Advertisment

ସୂଚନା ଅନୁସାରେ ବରଗଡ଼ ୧୧ ନମ୍ବର ୱାର୍ଡରେ ଜଣେ ମହିଳା ଘରୁ ଗୋବିନ୍ଦପାଲି ସ୍ଥିତ ମିଳନ ମଣ୍ଡପକୁ ସମ୍ପର୍କୀୟ ପୁଅ ବ୍ରତ ଭୋଜିରେ ସାମିଲ ହେବା ପାଇଁ ଯାଉଥିଲେ। ଠିକ ଏହି ସମୟରେ ଏକ ବାଇକରେ ଦୁଇଜଣ ଦୁର୍ବୁର୍ତ୍ତ ଆସି ତାଙ୍କ ବେକରୁ ସୁନା ଚେନ ଲୁଟି ଫେରାର ମାରିଥିଲେ। ତେବେ ଏହି ଭଳି ସମାନ ଘଟଣା କିଛି ଦିନ ପୂର୍ବରୁ ସମ୍ବଲପୁରରେ ଅନ୍ୟ ଜଣେ ମହିଳାଙ୍କ ବେକରୁ ମଧ୍ୟ ଲୁଟେରା ମାନେ ଚେନ ଭିଡ଼ିନେଇଥିଲେ।

ଏମାନେ ଆନ୍ତଃଜିଲ୍ଲା ଲୁଟେରା ଗେଙ୍ଗ ହୋଇଥିବାରୁ ବର୍ତ୍ତମାନ ଏମାନେ ବରଗଡ଼ରେ ଆତଙ୍କ ମଚାଇଥିବା ଅନୁମାନ କରାଯାଉଛି। ଏହି ଘଟଣାକୁ ନେଇ ଲୂଟର ଶିକାର ମହିଳା ଓ ତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିଥିବା ବେଳେ କିଛି ସିସିଟିଭି ଫୋଟୋକୁ ନେଇ ତଦନ୍ତ ଜାରିରଖିଛି ବରଗଡ଼ ପୁଲିସ।

Advertisment

ରିପୋର୍ଟ – ବରଗଡ଼ରୁ ଧର୍ମଦତ୍ତ ପାଢୀ

Lootera Baragarh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe