Advertisment

କୁଖ୍ୟାତ ଚେନ୍ ଲୁଟେରା ଗିରଫ

ଲୋକମାନେ ରାସ୍ତାରେ ଗଲାବେଳେ ଚେନ୍‌, ମୁଦି, ହାର ଇତ୍ୟାଦି ଛିଣ୍ଡାଇ ନେଉଥିଲା

author-image
Biswajit Samal
Accused

Accused

ପୁରୀରେ ଘର, ହେଲେ ଖୋର୍ଦ୍ଧାରେ ରହି ଚଳାଇଥିଲା ତାର କଳା ସାମ୍ରାଜ୍ୟ। କୁଖ୍ୟାତ ଚେନ୍ ଲୁଟେରାକୁ ଗିରଫ କଲା କମିସନରେଟ ପୁଲିସ। ୨ ମାସରେ ୧୪ ଚେନ ଛିନତାଇ କରିଥିବା ବିଭି଼ନ୍ନ ଥାନାରେ ମାମଲା ରହିଛି। ଗିରଫ ହୋଥିବା ବ୍ୟକ୍ତି ହେଲେ ବିଷ୍ଣୁ ପ୍ରସାଦ ଜେନା ଓରଫ ଚନ୍ଦନ।

Advertisment

ଚନ୍ଦନ ଖୋର୍ଦ୍ଧାରେ ଗୋଟିଏ ଭଡ଼ା ଘର ନେଇ ରହୁଥିଲା। ସେଠାରେ ରହି ରାଜଧାନୀର ବିଭିନ୍ନ ଅଞ୍ଚଳରେ କିଭଳି ଲୁଟ କରାଯିବ ତାର ପ୍ଲାନ ପ୍ରସ୍ତୁତ କରୁଥିଲା। ଲୋକମାନେ ରାସ୍ତାରେ ଗଲାବେଳେ ଚେନ୍‌, ମୁଦି, ହାର ଇତ୍ୟାଦି ଛିଣ୍ଡାଇ ନେଉଥିଲା। ଏଭଳି ତାନାରେ ଭୁବନେଶ୍ୱର ବିଭିନ୍ନ ଥାନାରେ ୧୪ଟି ମାମଲା ରହିଛି। ପୂର୍ବରୁ ବ୍ରାଉନସୁଗର ମାମଲାରେ ଗିରଫ ହୋଇ ସେ ଜେଲରେ ଥିଲା। ଗତ ଫେବ୍ରୁଆରି ମାସରେ ଜାମିନରେ ବାହାରିଥିଲା ଚନ୍ଦନ। ଜେଲରୁ ବାହାରିବା ପରେ ସେ ପୁଣି ଛିନତାଇ କରିବା ଆରମ୍ଭ କରି ଦେଇଥିଲା।

ଆଜି କମିସନରେଟ ପୁଲିସ ଚନ୍ଦକୁ ଗିରଫ କରିଛି। ଗିରଫ ବେଳେ ତାଠାରୁ ୨ ଲକ୍ଷ ୧ ହାଜର ଟଙ୍କା ଜବତ କରିବା ସହିତ ୨୦୦ ଗ୍ରାମର ସୁନା ଓ ଗୋଟିଏ ପଲସର୍ ବାଇକ୍ ଜବତ କରିଛି ପୁଲିସ।

Advertisment
Loot Lootera