Advertisment

ଏନକାଉଣ୍ଟର ସ୍ପେଶାଲିଷ୍ଟଙ୍କୁ ଟାର୍ଗେଟ କଲେ ଚେନ୍‌ ଲୁଟେରା, ଆଉ ତା’ପରେ

ଦିଲ୍ଲୀ ପୁଲିସ୍‌ ସ୍ପେଶାଲ ସେଲର ଏନକାଉଣ୍ଟର ସ୍ପେଶାଲିଷ୍ଟ ବିନୋଦ ବାଡୋଲା।

author-image
Hemant Lenka
Delhi

Delhi

ଦିଲ୍ଲୀର ଚାଣକ୍ୟପୁରୀରେ ରହିଛି ନେହରୁ ପାର୍କ। ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏଠାକୁ ଅନେକ ଲୋକ ଚଲାବୁଲା କରିବାକୁ ଆସନ୍ତି। ଏଠାକୁ ଆସୁଥିବା ଲୋକଙ୍କ ମଧ୍ୟରୁ ଜଣଙ୍କୁ ଟାର୍ଗେଟ କରିଥିଲେ ୨ ଜଣ ଚେନ୍‌ ଲୁଟେରା। ପାର୍କର ଗୋଟିଏ ଏକାନ୍ତ ସ୍ଥାନରେ ସେମାନେ ଉକ୍ତ ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇ ଡରାଇଥିଲେ ଓ ସେ ପିନ୍ଧିଥିବା ସୁନା ଚେନ୍‌ ଦେବାକୁ କହିଥିଲେ।

Advertisment

ଏଥିରେ ବ୍ୟକ୍ତି ଜଣଙ୍କ ଆଦୌ ବ୍ୟସ୍ତ ହୋଇ ନଥିଲେ। ବରଂ ସୁନା ଚେନକୁ ଦୁଇ ଲୁଟେରାଙ୍କୁ ଦେଇଥିଲେ। ସେମାନେ ସୁନା ଚେନ୍‌ ପାଇ ପାର୍କର ମୁଖ୍ୟ ଗେଟ ଆଡ଼େ ଦୌଡ଼ିଥିଲେ।

ହେଲେ ଦୁଇ ଲୁଟେରା ଜାଣି ନଥିଲେ ଯେ ସେମାନେ ଟାର୍ଗେଟ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦିଲ୍ଲୀ ପୁଲିସ୍‌ ସ୍ପେଶାଲ ସେଲର ଏନକାଉଣ୍ଟର ସ୍ପେଶାଲିଷ୍ଟ ବିନୋଦ ବାଡୋଲା। ସେ ମଧ୍ୟ ମାର୍ଶଲ କଳାରେ ପାରଙ୍ଗମ। ଦୁଇ ଲୁଟେରା ତାଙ୍କ ଠାରୁ ସୁନା ଚେନ ନେଇ ଚାଲି ଯାଉଥିବା ବେଳେ ବିନୋଦ ସେମାନଙ୍କ ପିଛା କରିଥିଲେ।

Advertisment

କିଛି ସମୟ ପରେ ସେମାନଙ୍କୁ କାବୁ କରିଥିଲେ। ହେଲେ ବନ୍ଧୁକ ଦେଖାଇ ସେମାନେ ଖସି ଯିବାକୁ ଚେଷ୍ଟା କରିବା ବେଳେ ବିନୋଦ ନିଜର ଅସଲ ରୂପ ଦେଖାଇଥିଲେ। ବନ୍ଧୁକ ଦେଖାଉଥିବା ୨ ଜଣଙ୍କ ମଧ୍ୟରୁ ଜଣଙ୍କୁ ସେ କିଛି ସମୟରେ ଧସ୍ତାଧସ୍ତି ପରେ କାବୁ କରିଥିଲେ। ହେଲେ ଆଉ ଜଣେ ଘଟଣାସ୍ଥଳରୁ ଖସି ଯିବାକୁ ସକ୍ଷମ ହୋଇଥିଲା।

ବିନୋଦ ତୁରନ୍ତ ୧୧୨କୁ କଲ କରିଥିଲେ ଓ ପିସିଆରକୁ ଡାକିଥିଲେ। ଏହାପରେ ସ୍ଥାନୀୟ ପୁଲିସ୍‌ ସହ ମିଶି ଦ୍ୱିତୀୟ ଲୁଟେରାକୁ ଖୋଜିବା ଆରମ୍ଭ କରିଥିଲେ। ଲୁଟେରା ଜଣଙ୍କ ଏତେ ଚତୁର ଥିଲା ଯେ ସେ ଭିଡ଼ ମଧ୍ୟରେ ଲୁଚିବାକୁ ଚେଷ୍ଟା କରିଥିଲା। ହେଲେ ବିନୋଦଙ୍କ ଛଞ୍ଚାଣ ଆଖିରୁ ସେ ବର୍ତ୍ତି ପାରି ନଥିଲେ। ଶେଷରେ ବିନୋଦ ତାକୁ ବି ଧରିଛନ୍ତି।

ଗିରଫ ଦୁଇ ଲୁଟେରା ହେଲେ ଗୌରବ ଓ ପବନ ଦାବ। ସେମାନଙ୍କ ନାଁରେ ବିଭିନ୍ନ ଦଫାରେ ମାମଲା ହୋଇଛି। ସେହିପରି ଘଟଣା ପରେ ପୁଲିସ୍‌ ଉକ୍ତ ଅଞ୍ଚଳରେ ପ୍ୟାଟ୍ରୋଲିଂ ବୃଦ୍ଧି କରିଛି।

Delhi Chain Snatcher