Advertisment

ବାଇକ୍‌ରେ ଆସିଲେ, ସୁନା ଚେନ୍‌ ଝାମ୍ପି ନେଲେ

ବାଇକ୍‌ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ ।

author-image
Niharika Rout
Twitter

Loot

ବାଇକ୍‌ରେ ଆସିଲେ। ଆଖି ପିଛୁଳାକେ ସ୍ପଷ୍ଟ ଦିବାଲୋକରେ ଥାନା ସମ୍ମୁଖରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଲେ । ଦେଖୁଦେଖୁ ଦୁଇ ଲୁଟେରା ଫେରାର ହୋଇ ଯାଇଥିବା ବେଳେ ପୁଲିସ୍‌ ଏବେ ସେମାନଙ୍କୁ ଧରିବାକୁ ଚଢ଼ାଉକୁ ଜୋରଦାର କରିଛି।

Advertisment

ଏପରି ଏକ ଘଟଣା ଆଜି ସକାଳେ ମୟୂରଭଞ୍ଜ ଜିଲ୍ଲା ବାରିପଦା ସହରରେ ଘଟିଛି। ଲୁଟ୍‌ର ଶିକାର ହୋଇଥିବା ମହିଳାଜଣକ ହେଲେ ପୁନମ ଖଣ୍ଡେଲୱାଲ । ପୁନମ ଆଜି ସକାଳେ ନିଜ ପରିବାର ସଦସ୍ୟଙ୍କ ସହ ମନ୍ଦିର ଯାଇଥିଲେ। ସେଠାରୁ ଫେରିବା ବେଳେ ହଠାତ୍‌ ପଛରୁ ଏକ ବାଇକ୍‌ରେ ଦୁଇ ଯୁବକ ଆସିଲେ। ସେମାନଙ୍କ ମଧ୍ୟରୁ ଜଣେ ପୁନମଙ୍କ ବେକରୁ ସୁନା ଚେନ୍‌ ଛିଣ୍ଡାଇନେଲେ।

ଏହାଦେଖି ପୁନମ ଚିତ୍କାର କରିବା ସହ ସେମାନଙ୍କ ପିଛା କରିଥିଲେ। ମାତ୍ର ସେମାନେ ଆଖି ପିଛୁଳାକେ ଫେରାର ହୋଇ ଯାଇଥିଲେ। ପୁନମ ଏ ସଂକ୍ରାନ୍ତରେ ବାରିପଦା ଟାଉନ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାପରେ ପୁଲିସ୍‌ ବିଭିନ୍ନ ସ୍ଥାନରୁ ସିସିଟିଭି ଫୁଟେଜ ସଂଗ୍ରହ କରି ତନାଘନା ଆରମ୍ଭ କରିଛି।

Advertisment

ଆଜି ଗୋଟିଏ ଦିନରେ ବାରିପଦା ସହରର ଭିନ୍ନଭିନ୍ନ ସ୍ଥାନରେ ୩ଟି ଛିନତାଇ ହୋଇଥିବା ଖବର ମିଳିଛି । ଅନ୍ୟପଟେ ପ୍ରତିଥର ପରି ଏଥର ମଧ୍ୟ ପୁଲିସ କୌଣସି ପ୍ରତିକ୍ରିୟା ରଖି ନାହିଁ।

Loot Baripada Chain Snatcher