Advertisment

ଜଞ୍ଜିରରେ ବାନ୍ଧି ନାବାଳକକୁ ନିର୍ଧୂମ ମାଡ଼; ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡ଼ାଉଛି ପରିବାର

କଅଁଳ ବୟସରେ ବୁଝାଇବା ସହ ଆକଟ କରି ପିଲାଙ୍କୁ ଠିକ୍‌ ରାସ୍ତାକୁ ଆଣିବା ପରିବର୍ତ୍ତେ ପ୍ରୟୋଗ କରାଗଲା ଥାର୍ଡ ଡିଗ୍ରୀ। ମାତ୍ର ୮ ବର୍ଷର ନାବାଳକକୁ ଜଞ୍ଜିରରେ ବାନ୍ଧି ପଶୁ ପରି ପିଟିଲେ ମୌଲାନା।

Minor Boy

Minor Boy

Advertisment

ସୀମା ଲଘିଂଲା ବର୍ବରତା। କଅଁଳ ବୟସରେ ବୁଝାଇବା ସହ ଆକଟ କରି ପିଲାଙ୍କୁ ଠିକ୍‌ ରାସ୍ତାକୁ ଆଣିବା ପରିବର୍ତ୍ତେ ପ୍ରୟୋଗ କରାଗଲା ଥାର୍ଡ ଡିଗ୍ରୀ। ମାତ୍ର ୮ ବର୍ଷର ନାବାଳକକୁ ଜଞ୍ଜିରରେ ବାନ୍ଧି ପଶୁ ପରି ପିଟିଲେ ମୌଲାନା। ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ସମ୍ପୃକ୍ତ ମୌଲାନାଙ୍କ ସମେତ ୨ ଜଣଙ୍କୁ ବାନ୍ଧିଛି। ଅନ୍ୟ ଅଭିଯୁକ୍ତଜଣକ ପୀଡ଼ିତ ଶିଶୁର ବଡ଼ବାପା ବୋଲି ଜଣାଯାଇଛି। ତେବେ ଏହି ଘଟଣାରେ ପିଲାଟିର ପରିବାର ଅଭିଯୁକ୍ତମାନଙ୍କୁ ଘଣ୍ଟ ଘୋଡ଼ାଇବାକୁ ଚେଷ୍ଟା କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏପରି ଏକ ଛାତିଥରା ଘଟଣା ଉତ୍ତରପ୍ରଦେଶର ସହାରନପୁରରେ ଘଟିଛି।

Advertisment

ଏହି ଘଟଣାର ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲା। ପିଲାଟି ଦେହରେ ଗଭୀର କ୍ଷତ ସୃଷ୍ଟି ହୋଇଥିବାରୁ ତାକୁ ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଛି।

ପିଲାଟିକୁ ମୌଲାନା ଜଞ୍ଜିରରେ ବାନ୍ଧି ନିର୍ଧୂମ ପିଟିଥିବା ବେଳେ ଏଥିରେ ତାଙ୍କୁ ତା’ ବଡ଼ବାପା ବି ସମର୍ଥନ କରିଥିବା ତଦନ୍ତରୁ ଜଣାପଡ଼ିଛି । ପୁଲିସ୍‌ ତୁରନ୍ତ ଏହି ଦୁଇ ଅଭିଯୁକ୍ତଙ୍କୁ ବାନ୍ଧିଛି।

Advertisment

ପିଲାଟିର ଚୋରି ଅଭ୍ୟାସ ଥିବାରୁ ତାକୁ ବାରମ୍ବାର ବୁଝାଇବା ସତ୍ତ୍ୱେ ସେ ଶୁଣୁ ନ ଥିଲା। ତେଣୁ ଘରେ ତାକୁ ଏପରି ଦଣ୍ଡ ଦିଆଯାଇଛି। ଏଥିରେ ବାହାର ଲୋକ କାହାରି ସମ୍ପୃକ୍ତି ନ ଥିବା ପରିବାର ପକ୍ଷରୁ ସଫେଇ ଦିଆଯାଇଛି। ମାତ୍ର ପୁଲିସ୍‌ ଘଟଣାର ଛାନଭିନ କରି ଦୁଇ ଅଭିଯୁକ୍ତଙ୍କୁ ବାନ୍ଧି କୋର୍ଟଚାଲାଣ କରିଛି ।

Uttar Pradesh Torture;
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe