Advertisment

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ; ମାଡ଼ି ବସିଲା ଭିଜିଲାନ୍ସ

ଗତକାଲି ସନ୍ଧ୍ୟାରେ ହୃଷିକେଷ ନଳିନୀଙ୍କୁ ଲାଞ୍ଚ ଟଙ୍କା ଦେବାବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ି ବସିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
vigilance

vigilance

ଲାଞ୍ଚ ନେବା ହେଲା କାଳ। ଏରିଅର ଟଙ୍କା କରାଇଦେବାକୁ ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ନୟାଗଡ଼ ଜିଲ୍ଲା ବାହାଡାଝୋଲା ଯୁକ୍ତ ତିନି ମହାବିଦ୍ୟାଳୟର ଅଧ୍ୟକ୍ଷ ନଳିନୀ ରଞ୍ଜନ ଭୂୟାଁଙ୍କୁ ମାଡ଼ି ବସିଲା ଭିଜିଲାନ୍ସ। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରିବା ସହ  ପଚରାଉଚରା କରିଛି ଭିଜିଲାନ୍ସ। 

Advertisment

ମହାବିଦ୍ୟାଳୟର ଲାଇବ୍ରେରିଆନ୍ ହୃଷିକେଷ ବେହେରାଙ୍କ ୩ ମାସର ଏରିଅର ଟଙ୍କା କରାଇଦେବାକୁ ନଳିନୀଙ୍କୁ କହିଥିଲେ। ହେଲେ ନଳିନୀ ଏଥିପାଇଁ ହୃଷିକେଷଙ୍କୁ ଲକ୍ଷେ ଟଙ୍କା ମାଗିଥିଲେ। ଏନେଇ ହୃଷିକେଷ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ ଭିଜିଲାନ୍ସ ପୂର୍ବ ଯୋଜନା ମୁତାବକ ଛକି ରହିଥିଲା।

ଗତକାଲି ସନ୍ଧ୍ୟାରେ ହୃଷିକେଷ ନଳିନୀଙ୍କୁ ଲାଞ୍ଚ ଟଙ୍କା ଦେବାବେଳେ ଭିଜିଲାନ୍ସ ତାଙ୍କୁ ମାଡ଼ି ବସିଥିଲା ଓ ତାଙ୍କର ଲାଞ୍ଚ ଟଙ୍କା ଜବତ କରିଥିଲା।  ଏଥିସହ ଭିଜିଲାନ୍ସ ଅଧ୍ୟକ୍ଷଙ୍କ ଘର ଓ କଲେଜ ଅଫିସରେ ଚଢାଉ କରିଥିଲା। 

Advertisment
Nayagarh Vigilance