Advertisment

ଟାଟା ମୋଟର୍ସ ଚାକିରି ମାମଲା: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନାଁରେ ଚାର୍ଜଫ୍ରେମ

ସ୍ପେଶାଲ କୋର୍ଟ ଶ୍ରୀ ପାଣିଗ୍ରାହୀ, ତାଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଓ ଆକାଶ ପାଠକ(ପୂର୍ବତନ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ) ନାଁରେ ଚାର୍ଜଫ୍ରେମ୍ କରିଛନ୍ତି ।

author-image
Ordigital Desk
ଅଦ୍ୟତନ ହୋଇଛି
MLA

MLA

ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରୁ ବହିଷ୍କୃତ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବିଜେଡି ବିରୁଦ୍ଧରେ ଶ୍ରୀ ପାଣିଗ୍ରାହୀ ଅଧିକ ଆକ୍ରମଣାତ୍ମକ ଆଭିମୁଖ୍ୟ ପୋଷଣ କରୁଥିବାବେଳେ ଭୁବନେଶ୍ୱରସ୍ଥିତ ଜେଏମଏଫସି କୋର୍ଟରେ ଟାଟା ମୋଟର୍ସ ନିଯୁକ୍ତି ଜାଲିଆତି ମାମଲାରେ ତାଙ୍କ ବିରୁଦ୍ଧରେ ଚାର୍ଜଫ୍ରେମ ହୋଇଛି। 

Advertisment

ସ୍ପେଶାଲ କୋର୍ଟ ଶ୍ରୀ ପାଣିଗ୍ରାହୀ, ତାଙ୍କ ସହଯୋଗୀ ସର୍ବେଶ୍ୱର ରାଓ ଓ ଆକାଶ ପାଠକ(ପୂର୍ବତନ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ) ନାଁରେ ଚାର୍ଜଫ୍ରେମ୍ କରିଛନ୍ତି ।

ସୂଚନା ଅନୁସାରେ ଭୁବନେଶ୍ୱରର ଜେଏମଏଫସି କୋର୍ଟ ବିଧାୟକ ଶ୍ରୀ ପାଣିଗ୍ରାହୀ, ଆକାଶ ପାଠକ ଓ ସର୍ବେଶ୍ୱର ରାଓଙ୍କ ବିରୁଦ୍ଧରେ ଆଇପିସିର ଧାରା ୪୧୯,୪୨୦,୪୬୭,୪୬୮,୪୬୯,୪୭୧ ଓ ୧୨୦-ଖ ସମେତ ଆଇଟି ଆକ୍ଟର ଧାରା ୬୬-ଗ ଓ ଘରେ ଚାର୍ଜଫ୍ରେମ୍ ହୋଇଛି । କ୍ରାଇମବ୍ରାଂଚର କେସ୍ ନମ୍ବର ୨୬/୨୦୨୦ ମାମଲାରେ କୋର୍ଟ ଏହି ଚାର୍ଜଫ୍ରେମ କରିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, କ୍ରାଇମବ୍ରାଂଚ ଅଭିଯୋଗ ଅନୁସାରେ ଗୋପାଳପୁର ବିଧାୟକ ଶ୍ରୀ ପାଣିଗ୍ରାହୀ ନିଜର ସହଯୋଗୀ ଶ୍ରୀ ରାଓ ଓ ଶ୍ରୀ ପାଠକ ମିଳିତ ଭାବେ ଟାଟା ମୋଟର୍ସରେ ଚାକିରି ଦେବା ନାଁରେ ବହୁସଂଖ୍ୟକ ଯୁବକଯୁବତୀଙ୍କୁ ଠକି ବହୁ ପରିମାଣର ଅର୍ଥ ତୋଷାରପାତ କରିଛନ୍ତି । ପୁଲିସ ଏହି ମାମଲାରେ ସେମାନଙ୍କୁ ଗିରଫ କରିଥିଲା।

Odisha Pradeep Panigrahi