Advertisment

ମହିଳା ଇନ୍ସପେକ୍ଟରଙ୍କୁ ଦୁର୍ବ୍ୟବହାର: ନିଲମ୍ବିତ ଆଇପିଏସ୍ ରାଜେଶ ପଣ୍ଡିତଙ୍କ ଅଡ଼ୁଆ ବଢ଼ିଲା, ଚାର୍ଜସିଟ୍ ଜାରି

ଆଇପିଏସ୍ ଶ୍ରୀ ଉତ୍ତମରାଓଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଦସ୍ତଖତରେ ଜାରି ନୋଟିସରେ ଦର୍ଶାଯାଇଛି ଯେ, ସେ ଜୁଲାଇ ୨୭ତାରିଖ ରାତିରେ ଇଓଡବ୍ଲ୍ୟୁରେ କାର୍ଯ୍ୟରତ ଜଣେ ମହିଳା ଇନ୍ସପେକ୍ଟରଙ୍କ ୟୁନିଟ୍‌-୧ ନମ୍ବରସ୍ଥିତ ସରକାରୀ କ୍ୱାର୍ଟର୍ସକୁ ଯାଇଥିଲେ।

ଅଦ୍ୟତନ ହୋଇଛି
 DIG Rajesh Pandit

DIG Rajesh Pandit

Advertisment

ଜଣେ ମହିଳା ଇନ୍ସପେକ୍ଟରଙ୍କ ଘରେ ପଶି ଅଭାବନୀୟ ପରିସ୍ଥିତି ସୃଷ୍ଟି କରିବା ଅଭିଯୋଗରେ ଚାକିରିରୁ ନିଲମ୍ବିତ ହୋଇଥିବା ୨୦୦୭ ବ୍ୟାଚ୍ ଆଇପିଏସ୍ ପଣ୍ଡିତ ରାଜେଶ ଉତ୍ତମରାଓଙ୍କ ଅଡ଼ୁଆ ବଢ଼ିଛି। ରାଜ୍ୟ ଗୃହ ବିଭାଗ ତାଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି। ଗତକାଲି(ଅଗଷ୍ଟ ୨୭ ତାରିଖ) ତାଙ୍କ ବିରୁଦ୍ଧରେ ଥିବା ଅଭିଯୋଗ ଆଧାରରେ ଚାର୍ଜଫ୍ରେମ୍ କରିଛି।

Advertisment

ନୋଟିସ ଜାରିର ୩୦ଦିନ ମଧ୍ୟରେ ଲିଖିତ ଭାବେ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ସର୍ବଭାରତୀୟ ସେବା ରୁଲସ-୧୯୬୯ର ରୁଲ୍‌-୩ ଓ ୧୮ରେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ପାଇଁ ଗୃହ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଶ୍ରୀ ଉତ୍ତମରାଓ ଜଣେ ସର୍ବଭାରତୀୟ ସେବା ଅଫିସର ହୋଇ ଏଭଳି ସଙ୍ଗୀନ ଖରାପ ଆଚରଣ କରିଥିବାରୁ ତାଙ୍କୁ ରାଜ୍ୟ ସରକାର ସଙ୍ଗେସଙ୍ଗେ ଚାକିରିରୁ ନିଲମ୍ବନ କରିଥିଲେ।

ଆଇପିଏସ୍ ଶ୍ରୀ ଉତ୍ତମରାଓଙ୍କୁ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଦସ୍ତଖତରେ ଜାରି ନୋଟିସରେ ଦର୍ଶାଯାଇଛି ଯେ, ସେ ଜୁଲାଇ ୨୭ତାରିଖ ରାତିରେ ଇଓଡବ୍ଲ୍ୟୁରେ କାର୍ଯ୍ୟରତ ଜଣେ ମହିଳା ଇନ୍ସପେକ୍ଟରଙ୍କ ୟୁନିଟ୍‌-୧ ନମ୍ବରସ୍ଥିତ ସରକାରୀ କ୍ୱାର୍ଟର୍ସକୁ ଯାଇଥିଲେ। ସେଠାରେ ମହିଳା ପୁଲିସ ଅଧିକାରୀଙ୍କ ସ୍ୱାମୀଙ୍କ ସହ ଶ୍ରୀ ଉତ୍ତମରାଓ ବଚସା ହୋଇଥିଲା। ପରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବାରୁ ସମ୍ପୃକ୍ତ ମହିଳା ଇନ୍ସପେକ୍ଟରଙ୍କ ଭାଇ ପିସିଆରକୁ ରାତି ପ୍ରାୟ ୯ଟା ୧୭ମିନିଟରେ କଲ୍ କରିଥିଲେ। ଏସଆଇ ପାହ୍ୟାର ଦୁଇଜଣ ପୁଲିସ ଅଧିକାରୀ ପହଂଚି ସମ୍ପୃକ୍ତ ଆଇପିଏସ୍ ଅଫିସର ଶ୍ରୀ ଉତ୍ତମରାଓଙ୍କୁ ବୁଝାସୁଝା କରି ସେଠାରୁ ପଠାଇଥିଲେ।

Advertisment

ଏହାପରେ କ୍ୟାପିଟାଲ ଥାନା ଆଇଆଇସି ସୁଧାଂଶୁ ଭୂଷଣ ଜେନା ଜୁଲାଇ ୨୯ତାରିଖରେ ଏକ ଗୁପ୍ତ ରିପୋର୍ଟ ଭୁବନେଶ୍ୱର ଡିସିପିଙ୍କୁ ପଠାଇଥିଲେ । ସେଥିରେ ଘଟଣା ସମ୍ପର୍କରେ ବିସ୍ତୃତ ଉଲ୍ଲେଖ କରିଥିଲେ । ଆଉ ସେହି ରିପୋର୍ଟ ଆଧାରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାକୁ ଗୁରୁତ୍ୱର ସହ ନେଇ ଆଇପିଏସ୍ ଶ୍ରୀ ଉତ୍ତମରାଓଙ୍କୁ ଚାକିରିରୁ ନିଲମ୍ବନ କରିଥିଲେ । ସେ ହୋମଗାର୍ଡ ଓ ଅଗ୍ନିଶମ ଡିଆଇଜି ଭାବେ କାର୍ଯ୍ୟ କରୁଥିଲେ ।

ଅନ୍ୟପକ୍ଷରେ ଆଇପିଏସ୍ ଶ୍ରୀ ଉତ୍ତମରାଓଙ୍କ ବିରୁଦ୍ଧରେ ଆସିଥିବା ସଙ୍ଗୀନ ଅଭିଯୋଗ ତାଙ୍କୁ ମହଙ୍ଗା ପଡ଼ିପାରେ, ଏପରିକି ଚାକିରିରୁ ବରଖାସ୍ତ ହେବାକୁ ପଡ଼ିପାରେ ବୋଲି ଗୃହ ବିଭାଗ ସୂତ୍ରରୁ ଜଣାପଡ଼ିଛି ।

Bhubaneswar Bhubaneswar News Ips
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe