Manoj Rajput
ଛତିଶଗଡର ଜଣେ ଅଭିନେତାଙ୍କୁ ଦୁଷ୍କର୍ମ ମାମଲାରେ ବାନ୍ଧିଛି ପୁଲିସ। ଜଣେ ସମ୍ପର୍କୀୟଙ୍କୁ ୧୩ ବର୍ଷ ଧରି ଦୁଷ୍କର୍ମ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଗିରଫ ଅଭିନେତା ଜଣକ ହେଉଛନ୍ତି ମନୋଜ ରାଜପୁତ।
Advertisment
୨୯ ବର୍ଷୀୟ ପୀଡିତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତାଙ୍କୁ ଗିରଫ କରିଛି। ଷ୍ଟେସନ୍ ହାଉସ୍ ଅଫିସର (SHO) ରାଜକୁମାର ବୋରଜା କହିଛନ୍ତି, "ଫେବୃଆରୀ ୨୨ରେ ପୀଡିତା ଜଣକ ରାଜପୁତଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ। ରାଜପୁତ ତାଙ୍କୁ ୨୦୧୧ ମସିହାରୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ଦର୍ଶାଇଥିଲେ।
ଏହାକୁ ଆଧାର କରି ଗତକାଲି ରାଜପୁତଙ୍କ କାର୍ଯ୍ୟାଳୟରୁ ତାଙ୍କୁ ଗିରଫ କରାଯାଇଛି। ପୀଡିତା ଜଣକ ୨୦୧୧ରେ ନାବାଳିକା ଥିବାରୁ ପକ୍ସୋ ଆଇନ ଅନୁସାରେ ରାଜପୁତଙ୍କ ନାମରେ ଏକାଧିକ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।
Advertisment
ସୂଚନା ଯୋଗ୍ୟ, ମନୋଜ ରାଜପୁତ ଛତିଶଗଡ ସିନେ ଇଣ୍ଡଷ୍ଟ୍ରିରେ କାମ କରନ୍ତି। ସେ ଜଣେ ଅଭିନେତା ସାଙ୍ଗକୁ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମଧ୍ୟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
