Advertisment

ଦୁଷ୍କର୍ମ ଅଭିଯୋଗରେ ଅଭିନେତା ଗିରଫ

ଜଣେ ସମ୍ପର୍କୀୟଙ୍କୁ ୧୩ ବର୍ଷ ଧରି ଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ କରିଛି ପୁଲିସ।

ଅଦ୍ୟତନ ହୋଇଛି
Manoj Rajput

Manoj Rajput

Advertisment

ଛତିଶଗଡର ଜଣେ ଅଭିନେତାଙ୍କୁ ଦୁଷ୍କର୍ମ ମାମଲାରେ ବାନ୍ଧିଛି ପୁଲିସ। ଜଣେ ସମ୍ପର୍କୀୟଙ୍କୁ ୧୩ ବର୍ଷ ଧରି ଦୁଷ୍କର୍ମ କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ଗିରଫ ଅଭିନେତା ଜଣକ ହେଉଛନ୍ତି ମନୋଜ ରାଜପୁତ।

Advertisment

୨୯ ବର୍ଷୀୟ ପୀଡିତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ତାଙ୍କୁ ଗିରଫ କରିଛି। ଷ୍ଟେସନ୍ ହାଉସ୍ ଅଫିସର (SHO) ରାଜକୁମାର ବୋରଜା କହିଛନ୍ତି, "ଫେବୃଆରୀ ୨୨ରେ ପୀଡିତା ଜଣକ ରାଜପୁତଙ୍କ ବିରୁଦ୍ଧରେ ଏତଲା ଦେଇଥିଲେ। ରାଜପୁତ ତାଙ୍କୁ ୨୦୧୧ ମସିହାରୁ ଯୌନ ଶୋଷଣ କରିଥିବା ଅଭିଯୋଗରେ ଦର୍ଶାଇଥିଲେ। 

ଏହାକୁ ଆଧାର କରି ଗତକାଲି ରାଜପୁତଙ୍କ କାର୍ଯ୍ୟାଳୟରୁ ତାଙ୍କୁ ଗିରଫ କରାଯାଇଛି। ପୀଡିତା ଜଣକ ୨୦୧୧ରେ ନାବାଳିକା ଥିବାରୁ ପକ୍ସୋ ଆଇନ ଅନୁସାରେ ରାଜପୁତଙ୍କ ନାମରେ ଏକାଧିକ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।

Advertisment

ସୂଚନା ଯୋଗ୍ୟ, ମନୋଜ ରାଜପୁତ ଛତିଶଗଡ ସିନେ ଇଣ୍ଡଷ୍ଟ୍ରିରେ କାମ କରନ୍ତି। ସେ ଜଣେ ଅଭିନେତା ସାଙ୍ଗକୁ ନିର୍ଦ୍ଦେଶକ ଏବଂ ପ୍ରଯୋଜକ ମଧ୍ୟ। 

Chhatishgarh Actor Actor Arrest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe