Advertisment

ପରକିୟା ପ୍ରୀତି ସନ୍ଦେହ, ସ୍ତ୍ରୀ ଓ ତିନି ଛୁଆଙ୍କ ତଣ୍ଟି ଚିପି ଦେଲା ସ୍ୱାମୀ

ମୃତ ତିନି ପିଲାଙ୍କ ବୟସ ପାଞ୍ଚ, ଚାରି ଓ ଦୁଇ ବର୍ଷ ଥିବା ସୂଚନା ମିଳିଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Husband Arrested

Husband Arrested

ସନ୍ଦେହ କରିଦେଲା ଅନ୍ଧ। ପାଲଟିଗଲେ ପିଶାଚ। ହାତ ଧରି ସତ ଜନ୍ମ ପାଇଁ ବାହା ହୋଇଥିବା ସ୍ତ୍ରୀକୁ ବି ଭୁଲିଗଲେ। କେବଳ ସେତିକି ନୁହେଁ ନିଜ ରକ୍ତରୁ ଜନ୍ମ ହୋଇଥିବା ତିନି ଛୁଆବି ଛାଡ଼ିଲେନି। ପରକିୟା ପ୍ରୀତି ସନ୍ଦେହରେ ସ୍ତ୍ରୀ ଓ ତିନି ଛୁଆର ତଣ୍ଟି ଚିପି ଦେଲେ ସ୍ୱାମୀ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ଛତିଶଗଡ଼ର ବିଲାସପୁର ଜିଲ୍ଲାରେ।

Advertisment

ବିଲାସପୁରର ଜିଲ୍ଲା ୩୪ ବର୍ଷୀୟ ଉମେନ୍ଦ୍ର କେଉଟ। ପରକିୟା ପ୍ରୀତି ସନ୍ଦେହରେ ଅନ୍ଧ ହୋଇ ସେ ନିଜ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କରିଛନ୍ତି। କେବଳ ସେତିକି ନୁହେଁ ଦୁଇ ଝିଅ ଏବଂ ପୁଅକୁ ବି ଛାଡ଼ି ନାହାନ୍ତି। ତାଙ୍କୁ ମଧ୍ୟ ସେ ଶୋଇଥିବା ଅବସ୍ଥାରେ ତଣ୍ଟି ଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ତିନି ପିଲାଙ୍କ ବୟସ ପାଞ୍ଚ, ଚାରି ଓ ଦୁଇ ବର୍ଷ ଥିବା ସୂଚନା ମିଳିଛି। ଏହି ମାମଲାରେ ପୁଲିସ ଅଭିଯୁକ୍ତ ଉମେନ୍ଦ୍ରଙ୍କୁ ଗିରଫ କରିଛି।

ପୁଲିସ ସୂଚନା ମୁତାବକ, ଦୀର୍ଘ ଦିନ ହେବ ଉମେନ୍ଦ୍ର ନିଜ ସ୍ତ୍ରୀର ଚରିତ୍ରକୁ ନେଇ ସନ୍ଦେହ କରୁଥିଲା। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରତିଦିନ ପାଟିତୁଣ୍ଡ ଲାଗି ରହିଥିଲା। ତେବେ ଗତକାଲି ମଧ୍ୟ ସନ୍ଦେହକୁ ନେଇ ସ୍ତ୍ରୀ ସହ ଝଗଡ଼ା ଲାଗିଥିଲା ଉମେନ୍ଦ୍ର। ତେବେ ଏହି ଝଗଡ଼ା ଏତେ ବଢ଼ି ଯାଇଥିଲା ଯେ, ଏଥିରେ ରାଗି ଯାଇ ଉମେନ୍ଦ୍ର ନିଜ ସ୍ତ୍ରୀ ଓ ତିନି ପିଲାଙ୍କୁ ଶୋଇଥିବା ଅବସ୍ଥାରେ ତଣ୍ଟି ଚିପି ହତ୍ୟା କରିଥିଲା। ହତ୍ୟା ପରେ ଉମେନ୍ଦ୍ର ଆତ୍ମହତ୍ୟା କରିବାକୁ ମଧ୍ୟ ଚେଷ୍ଟା କରିଥିଲା। ପୁଲିସ ଏହି ମାମଲାରେ ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି।

Advertisment
Chhattisgarh Murder Illicit Relationship