Advertisment

କୋଟିପତି ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ; ମିଳିଲା ପୁଳା ପୁଳା ସମ୍ପତି ସହ ସୁନା ଅଳଙ୍କାର

ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ବେଳେ ସୁନାଅଳଙ୍କାର ମଧ୍ୟ ଜବତ କରାଯାଇଛି।

ଅଦ୍ୟତନ ହୋଇଛି
vigilance Raid

vigilance Raid

Advertisment

ମୁଖ୍ୟ ଯୋଗାଣ ଅଧିକାରୀଙ୍କ ଘରେ ପଶିଲା ଭିଜିଲାନ୍ସ। ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର ମୁଖ୍ୟ ଯୋଗାଣ ଅଧିକାରୀ ପ୍ରଶାନ୍ତ ଗନ୍ତାୟତଙ୍କ ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

Advertisment

ଭୁବନେଶ୍ୱର,ବ୍ରହ୍ମପୁରରେ ଥିବା ଘର ଓ ଅଫିସ୍‌ ସମେତ ୮ ସ୍ଥାନରେ ଚଢ଼ାଉ କରାଯାଇଛି। ପ୍ରଶାନ୍ତଙ୍କ ନିଜ ଘର, ପୈତୃକ ଘର, ଅଫିସ କାର୍ଯ୍ୟାୟଳ ଓ ସମ୍ପର୍କୀୟ ଘରେ ମଧ୍ୟ ଏହି ଚଢ଼ାଉ କରାଯାଇଛି।  ପ୍ରଶାନ୍ତଙ୍କର ଭୁବନେଶ୍ୱରର ବରଗଡ଼ ଅଞ୍ଚଳରେ ଗୋଟିଏ ଆପାଣ୍ଟମେଣ୍ଟ ଥିବା ବେଳେ ବ୍ରହ୍ମପୁରରେ ଗୋଟିଏ ଆପାଣ୍ଟମେଣ୍ଟ ଥିବା ଜଣାଯାଇଛି।  ସେହିପରି ଭୁବନେଶ୍ୱରରେ ୩ଟି ବିଲ୍ଡିଂ ଥିବା ଜଣାପଡ଼ିଛି।  

ଚଢ଼ାଉ ବେଳେ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଥିବା ବେଳେ ପୁଳା ପୁଳାସୁନା ଅଳଙ୍କାର ଓ ନଗଦ କିଛି ଟଙ୍କା ଜବତ କରାଯାଇଛି। 

Advertisment

ଏଡି ଚଢ଼ାଉରେ ଭିଜିଲାନ୍ସର ୮ଜଣ  ଡିଏସପି, ୫ଜଣ ଇନ୍ସପେକ୍ଟର ଓ  ଭିଜିଲାନ୍ସ ବିଭାଗର ଅନ୍ୟ ଅଧିକାରୀ ସାମିଲ ହୋଇଛନ୍ତି। ପ୍ରଶାନ୍ତ ଆୟବହିର୍ଭୂତ ସଂପତ୍ତି ଠୁଳ କରିଥିବା ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ତଦନ୍ତ କରି ଆଜି ପ୍ରଶାନ୍ତଙ୍କ ଘରେ ଚଢ଼ଉ କରିଛି।

ଭିଜିଲାନ୍ସ ଚଢ଼ାଉ ନେଇ  ମୁଖ୍ୟ ଯୋଗାଣ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ। 

Bhubaneswar Vigilance Raid
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe