Advertisment

ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଗିରଫ, ଠୁଳ କରିଥିଲେ ଆୟଠାରୁ ଅଧିକ ସମ୍ପତ୍ତି

ଗତକାଲି ଭିଜିଲାନ୍ସ ପ୍ରଦୀପଙ୍କ ପୈତୃକ ଘର ଆଗରପଡ଼ା ସମେତ କଟକ,ଖୋର୍ଦ୍ଧା, ଭଦ୍ରକଓ ଯାଜପୁର ଓ ଭୁବନେଶ୍ୱରର ୧୨ଟି ସ୍ଥାନରେ ଚଢ଼ାଉ କରିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
pradeep kumar rath

pradeep kumar rath

କଟକ ସର୍କଲ ଓବିସିସି ଅତିରିକ୍ତ ମୁଖ୍ୟଯନ୍ତ୍ରୀଙ୍କୁ ପ୍ରଦୀପ ରଥଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି। ସେ ଆୟଠାରୁ ଧିକ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।

Advertisment

ଗତକାଲି ଭିଜିଲାନ୍ସ ପ୍ରଦୀପଙ୍କ ପୈତୃକ ଘର ଆଗରପଡ଼ା ସମେତ କଟକ,ଖୋର୍ଦ୍ଧା, ଭଦ୍ରକ ଓ ଯାଜପୁର ଓ ଭୁବନେଶ୍ୱରର ୧୨ଟି ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଭୁବନେଶ୍ୱରରେ ୩ ମହଲା କୋଠା, ଭଦ୍ରକରେ ୩ ମହଲା କୋଠା,ଭୁବନେଶ୍ୱର ଚନ୍ଦ୍ରଶେଖରପୁରରେ ଗୋଟିଏ ଆପାର୍ଟମେଣ୍ଟ, ପାଣ୍ଡରାରେ ଗୋଟିଏ ଫ୍ଲାଟ ଓ ଢେଙ୍କାନାଳରେ ଗୋଟିଏ କ୍ରସର ଠାବ କରିଥିଲା।

ସେହିପରି ପ୍ରଦୀପଙ୍କର ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ଢେଙ୍କାନାଳ, ଭଦ୍ରକ, ଯାଜପୁରରେ ୪୫ଟି ପ୍ଲଟ୍,୨ଟି ଜେସିବି, ଗୋଟିଏ ଏକ୍ସକାଭେଟର, ଗୋଟିଏ କାର୍‌ ଓ ୨ଟି ବାଇକ୍‌ ଜବତ କରାଯାଇଥିଲା। ଏଥିସହ ବ୍ୟାଙ୍କ ଓ ଡାକଘରେ ୧.୬୨ କୋଟିର ଜମା ମଧ୍ୟ ଠାବ କରିଥିଲା ଭିଜିଲାନ୍ସ। ପ୍ରଦୀପଙ୍କ ଘରକୁ ୧ କେଜି ସୁନା ମଧ୍ୟ ଜବତ କରିଛି ଭିଜିଲାନ୍ସ। ପ୍ରଦୀପଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ତାଜୁବ ହୋଇଯାଇଥିଲେ। ପରେ ତାଙ୍କୁ ଅଟକ ରଖାଯାଇ ପଚରାଉଚରା କରାଯାଇଥିଲା। ହେଲେ ପ୍ରଦୀପ ଠୁଳ କରିଥିବା ସମ୍ପତ୍ତି  ସଂପର୍କରେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି।

Advertisment
Bhubaneswar Vigilance Raid Chief Engineer