ବୋରୱେଲ୍ ଭିତରକୁ କିଏ ଫିଙ୍ଗିଥିଲା ଶିଶୁକନ୍ୟାକୁ ? ନିର୍ଦ୍ଦୟ ମହିଳା ନା ପୁରୁଷର ଏ ବର୍ବରକାଣ୍ଡ ? କଅଁଳ କଢ଼ିକୁ ମାରିବାକୁ ଚାହୁଁଥିଲା କିଏ ? ଶିଶୁକୁ ଫିଙ୍ଗିବା ପଛର କାରଣ କ'ଣ ? କୁମାରୀ ମାତୃତ୍ବ ନା 'ଅଲୋଡ଼ା କନ୍ୟା' ମାନସିକତା ? ସଫଳ ଉଦ୍ଧାର ପରେ ଏବେ ପୁଲିସ ତଦନ୍ତକୁ ଅପେକ୍ଷା। ତେବେ ମଙ୍ଗଳବାର ଦିନ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ନିକଟ ଲାରିପାଲି ଜଙ୍ଗଲରେ ଏକ ପରିତ୍ୟକ୍ତ ବୋରୱେଲ ମଧ୍ୟରେ କେହି ଫିଙ୍ଗି ଦେଇଥିବା ନବଜାତ ଶିଶୁକୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା।