Advertisment

ରାଜଧାନୀରେ ହେଉଥିଲା ବାଲ୍ୟ ବିବାହ

ଜଗନ୍ନାଥ ମନ୍ଦିରରେ ବିବାହ ପାଇଁ ବନ୍ଧା ଯାଇଥିଲା ବେଦୀ। ଆଉ ବର ବେଶରେ ସଜେଇ ହୋଇଥିଲେ ଆନ୍ଧ୍ରପ୍ରଦେଶ କୋଲାର ଜିଲ୍ଲାର ସୁନୀଲ କୁମାର ପାତ୍ର। ସେ ପାଖରେ ବଧୂ ବେଶରେ ସଜେଇ ହୋଇଥିଲେ ୧୫ବର୍ଷୀୟା କରୀଶ୍ମା(ଛଦ୍ମନାମ)।

Child marriage

Child marriage

Advertisment

ରାଜଧାନୀ ଭୁବନେଶ୍ୱରରେ ହେଉଥିଲା ବାଲ୍ୟ ବିବାହ। ଖବର ପାଇ ବାହା ବେଦୀ ପାଖରେ ପହଞ୍ଚିଲେ ଶିଶୁ ସୁରକ୍ଷା ଅଧିକାରୀ ଓ କମିଶନରେଟ୍‌ ପୁଲିସ୍‌। ବିବାହ ବନ୍ଦ କରିବା ସହିତ ବଧୂ ବେଶରେ ସଜେଇ ହୋଇଥିବା ନାବାଳିକାକୁ ଉଦ୍ଧାର କରିଛନ୍ତି।    

Advertisment

ପାଣ୍ଡରା ଜଗନ୍ନାଥ ମନ୍ଦିରରେ ବିବାହ ପାଇଁ ବନ୍ଧା ଯାଇଥିଲା ବେଦୀ। ଆଉ ବର ବେଶରେ ସଜେଇ ହୋଇଥିଲେ ଆନ୍ଧ୍ରପ୍ରଦେଶ କୋଲାର ଜିଲ୍ଲାର ସୁନୀଲ କୁମାର ପାତ୍ର। ସେ ପାଖରେ ବଧୂ ବେଶରେ ସଜେଇ ହୋଇଥିଲେ ୧୫ବର୍ଷୀୟା କରୀଶ୍ମା(ଛଦ୍ମନାମ)। ବୋଧହୁଏ ଆଉ କିଛି ସମୟ ପରେ ବାହାଘର ହୋଇଥାଆନ୍ତା। ହେଲେ ତା’ ପୂର୍ବରୁ ବାହା ବେଦୀରେ ପହଞ୍ଚି ଯାଇଥିଲେ ଶିଶୁ ସୁରକ୍ଷା ଅଧିକାରୀ ଓ ପୁଲିସ୍‌।  

ଖୋର୍ଦ୍ଧା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବାଣୀଶ୍ରୀ ପଟ୍ଟନାୟକଙ୍କ ତଥ୍ୟ ଆଧାରରେ ବିଏମସି-୩ ର ବାଲ୍ୟ ବିବାହ ନିରୋଧ ଅଧିକାରୀ ସଂଗୀତା ପାଢୀ, ରୁଚିକା ସମାଜ ମଙ୍ଗଳ ସଂଗଠନର ସ୍ୱେଚ୍ଛା ସେବୀ ଶିବାନୀ ନାୟକ, ହରପ୍ରିୟା ପତି, ବିଏମସି-୩ର ଅଙ୍ଗନୱାଡ଼ି ସୁପରଭାଇଜର ଅନନ୍ୟା ଜେନା, ଅଙ୍ଗନୱାଡ଼ି କର୍ମୀ ସୁଜାତା ଦାସ, ଆଶା କର୍ମୀ ଚନ୍ଦନା ଚଇନି, ଚାଇଲ୍‌ଡ ଲାଇନ୍‌ କର୍ମୀ ପିଣ୍ଟୁ ମଲ୍ଲିକ ଓ ନିତୁ ସିଂ ଏବଂ ମଞ୍ଚେଶ୍ୱର ପୁଲିସ ମନ୍ଦିରରେ ପହଞ୍ଚିଥିଲେ। ଆଉ ବାଲ୍ୟ ବିବାହକୁ ବନ୍ଦ କରିବା ସହିତ ନାବାଳିକାକୁ ଉଦ୍ଧାର କରିଥିଲେ।

Advertisment

ଶିଶୁ କନ୍ୟାଟିକୁ ଉଦ୍ଧାର କରାଯାଇ ମଞ୍ଚେଶ୍ଵର ଥାନାର ବାଲ୍ୟ ବିବାହ ନିରୋଧି ଅଧିକାରୀଙ୍କ ଦ୍ୱାରା ଏକ ମାମଲା ଦାୟର କରାଯାଇଛି। ଶିଶୁ କନ୍ୟାଟିକୁ ଖୋର୍ଦ୍ଧା ଜିଲ୍ଲା ଶିଶୁ କଲ୍ୟାଣ ସମିତିରେ ହଜାର କରାଯାଇ ବିଶ୍ୱ ଜୀବନ ସେବା ସଂଘ ଓପନ ସେଲଟରରେ ରଖାଯାଇ କାଉନସେଲିଂ କରାଯାଉଛି।

Odisha Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe