Advertisment

ମାଆ ଆଗରେ ୩ ବର୍ଷର ଝିଅକୁ ବାପାର ଦୁଷ୍କର୍ମ!

ଯୋଡ଼ା ଆମ୍ବ ଥାନା ଅଞ୍ଚଳର ଦିନେଶ ଠାକୁର ମଙ୍ଗଳବାର ରାତିରେ ପେଟେ ମଦ ପିଇ ଘରକୁ ଫେରିଥିଲେ। ସେ ପ୍ରବଳ ନିଶାରେ ଥିଲା। ତେଣୁ ସେ ନିଶାସକ୍ତ ଅବସ୍ଥାରେ ତାଙ୍କର ୩ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

author-image
Manoranjan Sial
Minor Raped

Minor Raped

ମାଆ ଆଗରେ ୩ ବର୍ଷର ଝିଅକୁ ବାପାର ଦୁଷ୍କର୍ମ! ନିଶା ସେବନ କରି ବାପ ଏପରି କୁକର୍ମ କରିଥିବା ଅଭିଯୋଗ ହୋଇଛି। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଞ୍ଚଳରୁ ଆଜି ଏପରି ଅଭିଯୋଗ। ଏନେଇ ଅଭିଯୋଗ ହେବା ପରେ ପୁଲିସ୍‌ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

Advertisment

ଯୋଡ଼ା ଆମ୍ବ ଥାନା ଅଞ୍ଚଳର ଦିନେଶ ଠାକୁର ମଙ୍ଗଳବାର ରାତିରେ ପେଟେ ମଦ ପିଇ ଘରକୁ ଫେରିଥିଲେ। ସେ ପ୍ରବଳ ନିଶାରେ ଥିଲା। ତେଣୁ ସେ ନିଶାସକ୍ତ ଅବସ୍ଥାରେ ତାଙ୍କର ୩ ବର୍ଷର ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ନିଜ ପତ୍ନୀ ଆଗରେ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ପତ୍ନୀଙ୍କ ଚିତ୍କାର ଶୁଣି ସାହି ଭାଇ ଆସି ନାବାଳିକାକୁ ଉଦ୍ଧାର କରିଥିଲେ।

ତା’ପର ଦିନ ଅର୍ଥାତ ବୁଧବାର ସକାଳେ ଦିନେଶଙ୍କ ପତ୍ନୀ ଓ ଗାଁ ଲୋକେ ଏ ନେଇ ଯୋଡ଼ାଆମ୍ବ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଥାନାର ଭାରପ୍ରାପ୍ତ ଅଧିକାରୀ ସଞ୍ଜୟ କୁମାର ପେଦାସେଠୀ ଅଭିଯୋଗକୁ ଭିତ୍ତିକରି ଘଟଣାର ତଦନ୍ତ ଚଳାଉଛନ୍ତି। ଅଭିଯୋଗ ପରେ ଦିନେଶ ଘରୁ ଚମ୍ପଟ ମାରିଥିଲା। ଆଜି ପୁଲିସ୍‌ ଦିନେଶକୁ ଗିରଫ କରିଛି। ଆସନ୍ତାକାଲି କୋର୍ଟ ଚାଲାଣ କରିବା ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ ପୁଲିସ୍‌ ପୀଡ଼ିତାକୁ ଉଦ୍ଧାର ଡାକ୍ତରୀ ମାଇନା କରିଛି।

Advertisment

ରିପୋର୍ଟ-ଚିତ୍ରକୋଣ୍ଡାରୁ ରତ୍ନାକର

Malkangiri Rape