Advertisment

ବାଡ଼ିରୁ ଶିଶୁର କଟା ମୁଣ୍ଡ ଉଦ୍ଧାର

କଟାମୁଣ୍ଡକୁ ଦେଖିଲାବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Jajpur

Jajpur

Advertisment

ଶିଶୁର କଟା ମୁଣ୍ଡ ଉଦ୍ଧାର। ଏଭଳି ଘଟଣା ଘଟଛି ଯାଜପୁରରୋଡ ଲକ୍ଷ୍ମୀନଗର ଥାନା ରାଧାନଗର ଗାଁର ଜଣଙ୍କ ବାଡ଼ିରୁ ଉଦ୍ଧାର ହୋଇଛି କଟା ମୁଣ୍ଡ। କଟା ମୁଣ୍ଡଟିକୁ ଏକ କୁକୁର ଖାଉଥିବା ବେଳେ ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ।

Advertisment

ସୂଚନା ଅନୁସାରେ ଶନିବାର (ଗତକାଲି) ରାତିରେ ଜଣେ ମହିଳା ନିଜ ବାଡ଼ିକୁ ଜାଇଥିବା ବେଳେ ଗୋଟିଏ ଶିଶୁର କଟାମୁଣ୍ଡ ଦେଖିଥିଲେ। ପରେ ସ୍ଥାନୀୟ ଲୋକ ଜାଣିବା ପରେ କଟାମୁଣ୍ଡଟିକୁ ଦେଖିବାକୁ ସମସ୍ଥେ ଆସିଥିଲେ। କୁକୁର କଟାମୁଣ୍ଡଟିକୁ ଖାଉ ଥିବାର ସମସ୍ଥେ ଦେଖି ଭୟଭୀତ ହୋଇଥିଲେ। ଲୋକ ଆସିବାରୁ କୁକୁର ମୁଣ୍ଡଟିକୁ ନେଇ କୁଆଡ଼େ ପଳାଇଥିଲା। ଆଉ ସ୍ଥାନୀୟ ଲୋକେ କଟାମୁଣ୍ଡକୁ ଖୋଜିଖୋଜି ପାଇନଥିଲେ।   

ତେବେ ଆଜି ସକାଳୁ ଯାଜପୁରରୋଡ଼ ପୁଲିସକୁ ଏନେଇ ଖବର ଦେଇଥିଲେ ଗ୍ରାମବାସି। ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି ପରେ କଟା ମୁଣ୍ଡକୁ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ପୁଲିସ। ତେବେ କଟାମୁଣ୍ଡ ଶିଶୁଟିର ପରିଚୟ ମଳିପାରି ନଥିବାବେଳେ କେଉଁ ପରିସ୍ଥିତିରେ ଏଠାକୁ ଆସିଲା ସେନେଇ କିଛି ସ୍ପଷ୍ଟ ହୋଇନାହିଁ। କଟାମୁଣ୍ଡକୁ ଦେଖିଲାବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଖେଳିଯାଇଛି।

Advertisment

ରିପୋର୍ଟ – ଯାଜପୁରରୁ ଜନ୍ମେଜୟ ଦାସ

Jajpur Murder
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe