Advertisment

ଘରେ ପଶି ପିଲା ଚୋରି କରୁଥିଲା, ମାଡ଼ି ବସିଲେ ମାଆ

ଆଜି ସକାଳେ ଟାଉନ ଥାନା ପତ୍ରାପଡା ଗାଁର ପ୍ରଶାନ୍ତ ଦାଶଙ୍କ କୁନି ଝିଅ ଘରେ ଶୋଇଥିଲା। ଆଉ ପ୍ରଶାନ୍ତଙ୍କ ମାଆ ଓ ପତ୍ନୀ ଲକ୍ଷ୍ମୀ ଘର କାମରେ ବ୍ୟସ୍ତ ଥିଲେ। ଠିକ୍‌ ସେହି ସମୟରେ ଜଣେ ବ୍ୟକ୍ତି ପ୍ରଶାନ୍ତଙ୍କ ଘରେ ପଶି ଯାଇଥିଲା।

author-image
Manoranjan Sial
ଅଦ୍ୟତନ ହୋଇଛି
Sundargarh

Sundargarh

ସକାଳେ ଘରେ ଶୋଇଥିଲା ୭ ମାସର ଶିଶୁ କନ୍ୟା। ଠିକ୍‌ ସେହି ସମୟରେ ଜଣେ ବ୍ୟକ୍ତି ଘରେ ପଶି ଶିଶୁ କନ୍ୟାକୁ ଧରି ଚମ୍ପଟ ମାରିବାକୁ ଉଦ୍ୟମ କରୁଥିଲା। ଏହା ଦେଖି ତାକୁ(ପିଲା ଚୋର) ମାଡ଼ି ବସିଥିଲା ଛୁଆର ମାଆ। ଆଜି ସକାଳେ ଏପରି ଘଟଣା ସୁନ୍ଦରଗଡ଼ ଜିଲ୍ଲା ଟାଉନ୍‌ ଥାନା ଅଞ୍ଚଳରେ ଘଟିଛି।

Advertisment

ଆଜି ସକାଳେ ଟାଉନ ଥାନା ପତ୍ରାପଡା ଗାଁର ପ୍ରଶାନ୍ତ ଦାଶଙ୍କ କୁନି ଝିଅ ଘରେ ଶୋଇଥିଲା। ଆଉ ପ୍ରଶାନ୍ତଙ୍କ ମାଆ ଓ ପତ୍ନୀ ଲକ୍ଷ୍ମୀ ଘର କାମରେ ବ୍ୟସ୍ତ ଥିଲେ। ଠିକ୍‌ ସେହି ସମୟରେ ଜଣେ ବ୍ୟକ୍ତି ପ୍ରଶାନ୍ତଙ୍କ ଘରେ ପଶି ଯାଇଥିଲା। ଆଉ କାଳ ବିଳମ୍ୱ ନକରି ୭ ମାସର ଶିଶୁ କନ୍ୟାକୁ ପଳାଇ ଯିବାକୁ ଉଦ୍ୟମ କରୁଥିଲା। ଏହା ଦେଖି ପ୍ରଶାନ୍ତଙ୍କ ପତ୍ନୀ ଲକ୍ଷ୍ମୀ ଦାଶ ତାଙ୍କଠାରୁ ଛୁଆକୁ ଛଡ଼ାଇ ଆଣିବାକୁ ଉଦ୍ୟମ କରୁଥିଲେ। ତେବେ ବ୍ୟକ୍ତି ଜଣକ ଲକ୍ଷ୍ମୀଙ୍କୁ ଗୋଟିଏ ଲାତ ମାରିଥିଲା। ତେଣୁ ସେ ତଳେ ପଡ଼ି ଯାଇ ଚିତ୍କାର କରିଥିଲେ। ଲକ୍ଷ୍ମୀଙ୍କ ଚିତ୍କାର ଶୁଣି ତାଙ୍କ ଦିଅର ତାଙ୍କ ପାଖକୁ ଧାଇଁ ଆସିଥିଲେ। ଆଉ ପିଲା ଚୋରକୁ ଧରି ପକାଇଥିଲେ। ପରେ ନିର୍ଧୁମ ଛେଚି ଥିଲେ। ସାହି ପଡ଼ିଶା ମଧ୍ୟ ତାଙ୍କୁ ବହେ ଛେତିଥିଲେ। ଦୀର୍ଘ ସମୟ ପର୍ଯ୍ୟନ୍ତ ଅଟକ ରଖିଥିଲେ।

ଖବର ପାଇ ଗାଁରେ ପହଞ୍ଚିଥିଲା ପୁଲିସ୍‌। ଗାଁ ଲୋକଙ୍କ କବଳରୁ ପିଲା ଚୋରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲା। ଲୋକଙ୍କ ମାଡ଼ରେ ପିଲା ଚୋର ଜଣକ ଗୁରୁତର ଆହତ ହୋଇଥିବାରୁ ଠିକ୍‌ରେ କଥାବାର୍ତ୍ତା କରିପାରୁ ନାହାନ୍ତି। ତେବେ ପ୍ରାଥମିକ ତଦନ୍ତରୁ ପିଲା ଚୋରଙ୍କ ଘର ସବ୍‌ଡେଗା ଅଞ୍ଚଳରେ ହୋଇଥିବା ସନ୍ଦେହ କରାଯାଉଛି। ତଥାପି ପୁଲିସ୍‌ ଘଟଣାର ତଦନ୍ତ ଚଳାଇଛି। ଏହି ଘଟଣାରେ ଆଉ କାହାର ସମ୍ପୃକ୍ତି ରହିଛି, ପୁଲିସ୍‌ ତାହା ଉପରେ ତଦନ୍ତ ଚଳାଇଛି।

Advertisment

ରିପୋର୍ଟ- ସୁନ୍ଦରଗଡ଼ରୁ ଦେବବ୍ରତ ଜେନା

Crime Sundargarh