Advertisment

ବହୁ ଚର୍ଚ୍ଚିତ ପରୀ ହତ୍ୟାକାରୀକୁ ୨୦ ବର୍ଷ ଜେଲ୍‌

କାରାଦଣ୍ଡାଦେଶ ଶୁଣାଇଲେ ନୟାଗଡ଼ ଚିଲ୍‌ଡ୍ରେନ୍‌ସ କୋର୍ଟ। ପରୀ ମାମଲାକୁ ନେଇ ୨୦୨୦ ମସିହାରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା।

ଅଦ୍ୟତନ ହୋଇଛି
Nayagarh

Nayagarh

Advertisment

ଆସିଲା ନୟାଗଡ଼ର ବହୁଚର୍ଚ୍ଚିତ ପରୀ ଦୁଷ୍କର୍ମ ହତ୍ୟା ମାମଲା ରାୟ। ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଲେ କୋର୍ଟ। କାରାଦଣ୍ଡାଦେଶ ଶୁଣାଇଲେ ନୟାଗଡ଼ ଚିଲ୍‌ଡ୍ରେନ୍‌ସ କୋର୍ଟ। ପରୀ ମାମଲାକୁ ନେଇ ୨୦୨୦ ମସିହାରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା।

Advertisment

ଘର ସାମ୍ନାରେ ଖେଳୁଥିଲା ୫ ବର୍ଷର କୁନି ଝିଅ ପରୀ। ହେଲେ ଘରକୁ ଫେରିନଥିଲା। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ସୁଦ୍ଧା ପରୀଙ୍କ ପତ୍ତା ପାଇଲେ ନାହିଁ। ଏନେଇ ପରିବାର ଲୋକେ ଥାନାରେ ଲେଖିତ ଅଭିଯୋଗ କରିଥିଲେ। ହେଲେ ପ୍ରଥମେ ପୁଲିସ୍‌ ମାମଲା ରୁଜୁ କରିନଥିଲା। ପରୀ ନିଖୋଜରେ ପୂର୍ବତନ ମନ୍ତ୍ରୀ ଅରୁଣ ସାହୁଙ୍କ ସହଯୋଗୀଙ୍କ ହାତ ଥିବାରୁ ପୁଲିସ୍‌ ମାମଲା ରୁଜୁ କରୁନଥିବା ଅଭିଯୋଗ ହୋଇଥିଲା। ସେତେବେଳେ ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ଖେଳାଇ ଦେଇଥିଲା। ମାମଲାରେ ପୁଲିସ୍‌ର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରିଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିଲା।

ମାମଲା ସ୍ଥିତି ବାହାରକୁ ଯାଉଥିବା ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏସ୍‌ଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ବରିଷ୍ଠ ଆଇପିଏସ୍‌ ଅଫିସର ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା ନିଯୁକ୍ତି ଦେଇଥିଲେ ରାଜ୍ୟ ସରକାର। ଅରୁଣ ବୋଥ୍ରାଙ୍କ ନେତୃତ୍ୱରେ ସ୍ୱତନ୍ତ୍ର ଟିମ୍‌ ତଦନ୍ତ ଆରମ୍ଭ କରିଥିଲା। ମାମଲାରେ ପୁରୀର ବାପା, ମାଆ ଓ ପଡ଼ୋଶୀଙ୍କୁ ପଚରାଉଚରା କରିଥିଲା। ପରେ ପରୀର ଗଳିତ ଦେହାବଶେଷ ମିଳିଥିଲା। ଏକ ଅଖା ବସ୍ତାରୁ ଦେହାବଶେଷ ଓ ହାଡ଼ ଉଦ୍ଧାର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା। ଏହି ମାମଲାରେ ଜଣେ ଅଭିଯୁକ୍ତକୁ ଗିରଫ କରିଥିଲା। 

Advertisment

କୋର୍ଟଙ୍କ ରାୟ ଆସିବା ପରେ ପରୀର ମାଆ କହିଛନ୍ତି, ଏଥିରେ ସେ ଜମାରୁ ଖୁସି ନାହାନ୍ତି। ଆମକୁ ଆଦୌ ନ୍ୟାୟ ମିଳିନି। ଗୋଟିଏ ନିର୍ଦ୍ଦୋଷକୁ ଧରି ସଜା ଦେଇଦେଲେ। ମୋ ଛୁଆକୁ ମାରିଦେଲେ। ଆଉ ଜଣଙ୍କ ଜୀବନ ବରବାଦ କରିଦେଲେ। ବାବୁଲି ନାଏକ ମୋ ଛୁଆକୁ ମାରିଛି। ହତ୍ୟାକାଣ୍ଡରେ ଅରୁଣ ସାହୁଙ୍କ ହାତ ଅଛି। ଗରିବ ବୋଲି ସେମାନେ ଆମକୁ ମଣିଷ ଭାବୁନାହାନ୍ତି। ଆମ ପାଖରେ ସମ୍ବଳ ନାହିଁ, କେବଳ ଧର୍ମରେ ଅଛୁ।ଯଦି ସୁଯୋଗ ମିଳେ, ତେବେ ସ୍ୱର ଉଠାଇବି ବୋଲି ପରୀର ମାଆ କହିଛନ୍ତି।

ଦଣ୍ଡାଦେଶ ନେଇ ସରକାରୀ ଓକିଲ ଚିତ୍ତରଂଜନ କାନୁନଗୋ କହିଛନ୍ତି, ତଦନ୍ତରେ ଅନେକ ସାଇଣ୍ଟିଫିକ୍‌ ଏଭିଡେନ୍ସ ଦାଖଲ କରାଯାଇଥିଲା। ଆଇନ ଅନୁସାରେ ଦୋଷୀକୁ ଦଣ୍ଡଦେବା ସମସ୍ତଙ୍କ ଉଦ୍ଦେଶ୍ୟ ଥିଲା। ଏନେଇ କୋର୍ଟରେ ସମସ୍ତ ପ୍ରକାର ପ୍ରମାଣ ଓ ଯୁକ୍ତି ଉପସ୍ଥାପନ ହୋଇଥିଲା। ଦୋଷୀ ନାବାଳକ ହୋଇଥିବାରୁ ତାକୁ ୨୦ ବର୍ଷ ଜେଲ୍‌ ହେଲା। ଦୋଷୀ ସାବାଳକ ହୋଇଥିଲେ ତାକୁ ସର୍ବାଧିକ ଦଣ୍ଡ ଫାଶି ମିଳିଥାନ୍ତା। ଏବେ ସେ ୨୧ ବର୍ଷ ପର୍ଯ୍ୟନ୍ତ ବାଳ ସୁଧାର ଗୃହରେ ରହିବ। ୨୧ ବର୍ଷ ପୂରିଗଲେ ଦୋଷୀକୁ ଜେଲ୍‌ ପଠାଇ ଦିଆଯିବ ବୋଲି ସରକାରୀ ଓକିଲ କହିଛନ୍ତି।

Nayagarh Pari Murder Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe