Advertisment

ବର୍ବରତା: ଯୁବକଙ୍କ ମଳଦ୍ୱାରରେ ଭର୍ତ୍ତି କଲେ ଲଙ୍କା ଗୁଣ୍ଡ, ଭାଇରାଲ ହେଉଛି ଭିଡିଓ

ଜଣେ ଯୁବକ ତାଙ୍କ ମୁଣ୍ଡକୁ ନୂଆଁ ତଳ ଆଡ଼କୁ ମୁହଁ କରି ଜାବୁଡ଼ି ଧରିଛନ୍ତି। ହାତ ବନ୍ଧା ଥିବା ଯୁବକଙ୍କ ପ୍ୟାଣ୍ଟ ଆଣ୍ଠୁ ଯାଏ ଖୋଲା ରହିଛି।

author-image
Hemant Lenka
Bihar

Bihar

ବର୍ବରତାର ସବୁ ସୀମା ଟପିଛି। କିଛି ବ୍ୟକ୍ତି ମିଳିତ ଭାବେ ଜଣେ ଯୁବକଙ୍କୁ ଦେଇଛନ୍ତି ତାଲିବାନୀ ଦଣ୍ଡ। ଯୁବକଙ୍କ ଦୁଇ ହାତକୁ ଦଉଡ଼ିରେ ବାନ୍ଧି ତାଙ୍କ ମଳଦ୍ୱାରରେ ଭର୍ତ୍ତି କରିଛନ୍ତି ଲଙ୍କା ଗୁଣ୍ତ। ବିହାରର ଆରାରିଆରେ ଘଟିଥିବା ଏହି ଘଟଣାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି।

Advertisment

ଭିଡିଓରେ ଦେଖିବାକୁ ମିଳୁଛି ଯେ କିଛି ଲୋକ ବଳପୂର୍ବକ ଜଣେ ଯୁବକଙ୍କ ହାତକୁ ପଛ ପଟେ ଦଉଡ଼ି ବାନ୍ଧି ଦେଇଛନ୍ତି। ଉକ୍ତ ଯୁବକ ଜଣଙ୍କ ସ୍ଥାନୀୟ ଅଞ୍ଚଳକୁ ବାଇକ ଚୋରି କରିବା ପରେ ଧରାଡ଼ିଥିବା ଅଭିଯୋଗ ହୋଇଛି। ବାଇକ ଚୋରି ବେଳେ ଧରା ପଡ଼ିଥିବାରୁ ତାଙ୍କୁ ବିଚ ରାସ୍ତାରେ ମିଳିଛି ଭୟଙ୍କର ଦଣ୍ଡ।

ସ୍ଥାନୀୟ ଲୋକମାନେ ପୁଲିସ୍‌କୁ ଖବର ଦେବା ବଦଳରେ ଆଇନକୁ ନିଜ ହାତକୁ ନେଇଛନ୍ତି। ସେମାନେ ଚୋରି ଅଭିଯୁକ୍ତର ଦୁଇ ହାତକୁ ପଛ ପଟେ ଦଉଡ଼ିରେ ବାନ୍ଧି ଦେଇଛନ୍ତି। ଜଣେ ଯୁବକ ତାଙ୍କ ମୁଣ୍ଡକୁ ନୂଆଁ ତଳ ଆଡ଼କୁ ମୁହଁ କରି ଜାବୁଡ଼ି ଧରିଛନ୍ତି। ହାତ ବନ୍ଧା ଥିବା ଯୁବକଙ୍କ ପ୍ୟାଣ୍ଟ ଆଣ୍ଠୁ ଯାଏ ଖୋଲା ରହିଛି। ତାଙ୍କୁ ବେଣ୍ଡ୍‌ ହେବାକୁ କୁହାଯାଉଛି।

Advertisment

ଏହି ସମୟରେ ଜଣେ ବ୍ୟକ୍ତି ଲଙ୍କା ଗୁଣ୍ଡ ପ୍ୟାକେଟ ଖୋଲି ହାତ ବନ୍ଧା ଯୁବକଙ୍କ ପଛ ଭାଗରେ ପକାଉଛନ୍ତି। ଏହି ସମୟରେ ସେ ଗୋଟିଏ ପେନସିଲ ଦ୍ୱାରା ଲଙ୍କା ଗୁଣ୍ଡକୁ ତାଙ୍କ ମଳଦ୍ୱାରାରେ ପୂରାଉଛନ୍ତି। ଲଙ୍କା ଗୁଣ୍ଡ ଭର୍ତ୍ତି କରିବା ପରେ ତାଙ୍କ ପ୍ୟାଣ୍ଟକୁ ଟେକି ବଟମ ଦିଆଯାଉଛି। ଏହି ଘଟଣାକୁ ସେଠାରେ ଉପସ୍ଥିତ ଥିବା ଅନେକ ଲୋକ ମୋବାଇଲରେ ରେକଢର୍ଡିଂ କରୁଥିଲେ ହେଁ କେହି ବି ପ୍ରତିବାଦ କରି ନଥିଲେ।

ଭିଡିଓ ଭାଇରାଲ ହେବା ପରେ ପୁଲିସ୍‌ ଯାଞ୍ଚ ଆରମ୍ଭ କରିଛି। ପୁଲିସ କହିଛି ଯେ ଆରାରିଆ ଇସଲାମନଗରରେ ଏପରି ଘଟଣା ଘଟିଛି। ଏନେଇ ଭାରତୀୟ ନ୍ୟାୟ ସଂହିତାର ଧାରା ୧୦୯ ଓ ୧୧୭ ଆଧାରରେ ମାମଲା ରୁଜୁ କରାଯାଇଛି। ପୁଲିସ୍‌ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅନ୍ୟମାନଙ୍କୁ ଚିହ୍ନଟ କରାଯାଇ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛି।

Bihar Bike Thief