Advertisment

ପାକିସ୍ତାନରେ ଚୀନ ଇଞ୍ଜିନିୟର୍ ଥିବା କନଭୟେ ଉପରକୁ ଆକ୍ରମଣ, 13 ମୃତ

ପାକିସ୍ତାନରେ 23 ଜଣ ଚୀନ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା କନଭୟ ଉପରକୁ ଆତଙ୍କୀ ହମଲା। 13 ମୃତ

ଅଦ୍ୟତନ ହୋଇଛି
File Photo

File Photo

Advertisment

ପାକିସ୍ତାନରେ ଆତଙ୍କୀ ହମଲା। ଚୀନର କନଭୟେ ଉପରକୁ ଆତଙ୍କୀଙ୍କ ଆକ୍ରମଣ। 23 ଜଣ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଚୀନ କନଭୟେ ଉପରକୁ ଆକ୍ରମଣ ହୋଇଛି। ଏଥିରେ 4 ଜଣ ଚୀନ୍ ନାଗରିକ ଓ 9 ଜଣ ପାକିସ୍ତାନ ସୈନ୍ୟଙ୍କ ମୃତ୍ୟୁ ଘଟିଛି।

Advertisment

ଆଜି ସକାଳେ ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ସଶସ୍ତ୍ର ଆତଙ୍କୀ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଚାଇନାର ଏକ କନଭୟେ ଉପରେ ଆକ୍ରମଣ କରିଥିଲେ। 'ଦି ବାଲୁଚିସ୍ତାନ ପୋଷ୍ଟ'ର ରିପୋର୍ଟ ଅନୁଯାୟୀ, ପୋର୍ଟ ସିଟି ନାମରେ ପରିଚିତ ଗ୍ୱାଦରରେ ବିସ୍ଫୋରଣ ଓ ଗୁଳି ବିନିମୟ ହୋଇଥିଲା। ବଲୁଚିସ୍ତାନ ପୋଷ୍ଟ ନାମକ ଏକ ଗଣମାଧ୍ୟମ ପ୍ରେସ ବିଜ୍ଞପ୍ତିରେ ଦର୍ଶାଇ କହିଛି ଯେ, ଏହି ଆକ୍ରମଣ ସକାଳ ପ୍ରାୟ 9ଟା 30 ମିନିଟରେ ଘଟିଥିଲା ​​ଏବଂ ପ୍ରାୟ ଦୁଇ ଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା।

Advertisment

ଏହି ହମଲା ପରଠାରୁ ସେଠାରେ ଟ୍ରାଫିକ ବନ୍ଦ ହୋଇଯାଇଛି। ସରକାରୀ ଅଧିକାରୀଙ୍କ କହିବାନୁସାରେ, ଚାଇନାର ଇଞ୍ଜଜିନିୟରଙ୍କ ଉପରେ ଆକ୍ରମଣ ଗ୍ୱାଦରର ଫକିର କଲୋନୀ ନିକଟରେ ହୋଇଥିଲା। ବଲୁଚିସ୍ତାନ ଲିବରେସନ୍ ଆର୍ମି(ବିଏଲ୍ଏ)ର ଏକ ଆତ୍ମଘାତୀ ଦଳ ମାଜିଦ୍ ବ୍ରିଗେଡ୍ ଏହି ହମଲା ପାଇଁ ନିଜକୁ ଦାୟୀ କରିଛି। 

Terrorist Attack Terrorist Attack In Pakistan Chinese Engineers' Convoy Attacked
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe