/odisha-reporter/media/post_attachments/uploads/2015/08/baleswar.jpg)
baleswar
ବାଲେଶ୍ୱର: ବାଲେଶ୍ୱରରେ କୋଟି କୋଟି ଟଙ୍କାର ଠକେଇ ଅଭିଯୋଗରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ରୁଫର୍ସ କ୍ୟାପିଟାଲ୍ ମ୍ୟାନେଜମେଣ୍ଟ ଲିମିଟେଡ୍ ନାମକ ଏକ ଚିଟଫଣ୍ଡ ସଂସ୍ଥାର ସିଏମଡିଙ୍କୁ ରିମାଣ୍ଡରେ ନେଇଛି ପୋଲିସ। ମଙ୍ଗଳବାର ତାଙ୍କ ରିମାଣ୍ଡ ଅବଧି ଶେଷ ହେବ। ଏହାପରେ ତାଙ୍କୁ କୋର୍ଟରେ ହାଜର କରାଯିବ। ରୁଫର୍ସ କଂପାନୀର ସିଏମଡି ହୀରକ ନାଥ ସୌନ୍ଥଙ୍କୁ ଗତ ଶୁକ୍ରବାର ଖଡ଼ଗପୁରରୁ ବାଲେଶ୍ୱର ପୋଲିସ ଗିରଫ କରିଥିଲା। ଗତ ୨୦୧୧ ମସିହାରୁ କୋଲକାତାରେ ମୁଖ୍ୟାଳୟ ଥିବା କଂପାନୀ ବାଲେଶ୍ୱର ଜିଲ୍ଳାର ବାଲେଶ୍ୱର, ଭୋଗରାଇ, ବସ୍ତା, ଜଳେଶ୍ୱର ଓ ବାଲିଆପାଳରେ ଶାଖା ଖୋଲି ଜମାକାରୀଙ୍କ ଠାରୁ ପ୍ରାୟ ୩କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
