Advertisment

ଚିଟଫଣ୍ଡ୍ ଠକେଇ: ରୋଜଭ୍ୟାଲି ଏମଡି ଓ ନିର୍ଦ୍ଦେଶକଙ୍କୁ ରିମାଣ୍ଡରେ ଆଣିଲା ସିବିଆଇ

ଭୁବନେଶ୍ୱର: ରୋଜଭ୍ୟାଲି ଚିଟଫଣ୍ଡ୍ ମାମଲାରେ ଦୁଇ ଜଣ ଅଧିକାରୀଙ୍କୁ ଭୁବନେଶ୍ୱର ସିବିଆଇ ୭ ଦିନିଆ ରିମାଣ୍ଡରେ ଆଣିଛି। ଏମାନେ ହେଲେ କମ୍ପାନୀର ଏମଡି ଶିବମୟ ଦତ୍ତ ଓ ନିର୍ଦ୍ଦେଶକ ଅଶୋକ କୁମାର ଶାହା।  ପୁର୍ବରୁ ଏମାନଙ୍କୁ କୋଲକତାରେ ଗିରଫ କରାଯାଇଥିଲା। ଏମାନଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି।  ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଏହି ଦୁଇ ଜଣଙ୍କୁ ସିବିଆଇ ରିମାଣ୍ଡରେ ଆଣିଛି। ଭୁବନେଶ୍ୱର ଅଣାଯିବା ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ରୋଜଭ୍ୟାଲି କମ୍ପାନୀର ଓଡ଼ିଶାରେ ୬୦ରୁ […]

author-image
Rakesh Mallick
ଅଦ୍ୟତନ ହୋଇଛି
ଚିଟଫଣ୍ଡ୍ ଠକେଇ: ରୋଜଭ୍ୟାଲି ଏମଡି ଓ ନିର୍ଦ୍ଦେଶକଙ୍କୁ ରିମାଣ୍ଡରେ ଆଣିଲା ସିବିଆଇ

rose vally

rose vallyଭୁବନେଶ୍ୱର: ରୋଜଭ୍ୟାଲି ଚିଟଫଣ୍ଡ୍ ମାମଲାରେ ଦୁଇ ଜଣ ଅଧିକାରୀଙ୍କୁ ଭୁବନେଶ୍ୱର ସିବିଆଇ ୭ ଦିନିଆ ରିମାଣ୍ଡରେ ଆଣିଛି। ଏମାନେ ହେଲେ କମ୍ପାନୀର ଏମଡି ଶିବମୟ ଦତ୍ତ ଓ ନିର୍ଦ୍ଦେଶକ ଅଶୋକ କୁମାର ଶାହା।  ପୁର୍ବରୁ ଏମାନଙ୍କୁ କୋଲକତାରେ ଗିରଫ କରାଯାଇଥିଲା। ଏମାନଙ୍କୁ ଟ୍ରାନଜିଟ୍ ରିମାଣ୍ଡରେ ଭୁବନେଶ୍ୱର ଅଣାଯାଇଛି।  ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ଏହି ଦୁଇ ଜଣଙ୍କୁ ସିବିଆଇ ରିମାଣ୍ଡରେ ଆଣିଛି। ଭୁବନେଶ୍ୱର ଅଣାଯିବା ପରେ ସେମାନଙ୍କୁ କୋର୍ଟରେ ହାଜର କରାଯାଇଥିଲା। ରୋଜଭ୍ୟାଲି କମ୍ପାନୀର ଓଡ଼ିଶାରେ ୬୦ରୁ ଅଧିକ ଶାଖା ରହିଛି। ଏହି ଶାଖା ମଧ୍ୟମରେ ଜମାକାରୀଙ୍କଠାରୁ କୋଟି କୋଟି ଟଙ୍କା ଆଦାୟ କରି ଠକି ଥିବା ଅଭିଯୋଗ ହୋଇଛି।

Advertisment