Advertisment

ବାପାମା’ଙ୍କ ଗାଳି ବରଦାସ୍ତ ହେଲାନି; ଜଳପ୍ରପାତରୁ ଡେଇଁ ପଡ଼ିଲେ ଯୁବତୀ

ମୋବାଇଲ ଦେଖାରେ ମସଗୁଲ ଝିଅ ସହି ପାରିଲାନି ବାପାମା’ଙ୍କ ଗାଳି। ଏପରିକି ନିଜ ଭୁଲ୍‌ ସୁଧାରିବା ପରିବର୍ତ୍ତେ ଜୀବନ ହାରିବାକୁ ନିଷ୍ପତ୍ତି ନେଲେ।

author-image
Niharika Rout
Suicide Attempt

Suicide Attempt

ମୋବାଇଲ ଦେଖାରେ ମସଗୁଲ ଝିଅ ସହି ପାରିଲାନି ବାପାମା’ଙ୍କ ଗାଳି। ଏପରିକି ନିଜ ଭୁଲ୍‌ ସୁଧାରିବା ପରିବର୍ତ୍ତେ ଜୀବନ ହାରିବାକୁ ନିଷ୍ପତ୍ତି ନେଲେ। ଏଥିପାଇଁ ଗାଁ ନିକଟସ୍ଥ ଜଳ ପ୍ରପାତ ଉପରେ ଚଢ଼ି ତଳକୁ ଡେଇଁ ପଡ଼ିଲେ। ମାତ୍ର ସୌଭାଗ୍ୟବଶଃତ ପାଣି ମଝିରେ ତାଙ୍କର ବୁଦ୍ଧି ଉଦୟ ହୋଇଥିଲା। ଏହାପରେ ସେ ନିଜେ ଚେଷ୍ଟା କରି କୂଳକୁ ଆସି ନିଜ ଜୀବନ ରକ୍ଷା କରି ପାରିଛନ୍ତି। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଛତିଶଗଡ଼ରେ ଘଟିଛି।

Advertisment

ଛତିଶଗଡ଼ର ଚିତ୍ରକୋଟ ୱାଟରଫଲରେ ଏପରି ଏକ ଲୋମଟାଙ୍କୁରା ଘଟଣା ସାମାନାକୁ ଆସିଛି। ଏହି ୱାଟରଫଲରେ ଡେଇଁ ଜୀବନ ହାରିବାକୁ ଉଦ୍ୟମ କରିଥିବା ଯୁବତୀଜଣକଙ୍କ ନାମ ୨୧ ବର୍ଷୀୟା ସରସ୍ୱତୀ ମୌର୍ଯ୍ୟ ବୋଲି ଜଣାଯାଇଛି।

ଚିତ୍ରକୋଟ ୱାଟରଫଲ ନିକଟସ୍ଥ ଏକ ଗାଁର ବାସିନ୍ଦା ହେଉଛନ୍ତି ସରସ୍ୱତୀଙ୍କ ପରିବାର। ସେ ଅଧିକାଂଶ ସମୟ ଫୋନ୍‌ରେ ବିତାଉଥିବାରୁ ପରିବାର ଲୋକେ ତାଙ୍କ ଉପରେ ବିରକ୍ତି ଭାବ ପ୍ରକାଶ କରୁଥିଲେ। ଏଥିରେ ଉତ୍‌କ୍ଷିପ୍ତ ସରସ୍ୱତୀ ଗାଁ ନିକଟସ୍ଥ ଚିତ୍ରକୋଟ ଜଳପ୍ରପାତକୁ ଚାଲିଯାଇଥିଲେ।

Advertisment

ସେଠାରେ ସେ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିବା ବେଳେ ସେଠାରେ ଉପସ୍ଥିତ ପର୍ଯ୍ୟଟକ ତାଙ୍କୁ ଏପରି କରିବାକୁ ବାରଣ କରିଥିଲେ। ମାତ୍ର ରାଗି ନିଜ ହିତାହିତା ଜ୍ଞାନ ହରାଇ ବସିଥିବା ସରସ୍ୱତୀ କାହା କଥା ନ ଶୁଣି ହଠାତ୍‌ ଜଳପ୍ରପାତରୁ ତଳକୁ ଡେଇଁ ପଡ଼ିଥିଲେ। ମାତ୍ର ପାଣିରେ ପଡ଼ିବା ପରେ ସେ ନିଜ ଭୁଲ୍‌ ବୁଝି ପାରିଥିଲେ। ଏହାପରେ ପହଁରି ପହଁରି କୂଳକୁ ଆସିବାକୁ ଚେଷ୍ଟା କରିଥିଲେ। ମାତ୍ର ପାଣିର ପ୍ରଖର ସ୍ରୋତରେ ତାଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଥିଲା।

ଇତି ମଧ୍ୟରେ ଜଳପ୍ରପାତ ନିକଟରେ ଥିବା ଲାଇଫ୍‌ଗାର୍ଡ ବୋଟ ସାହାଯ୍ୟରେ ସରସ୍ୱତୀଙ୍କୁ କୂଳକୁ ଆଣିଥିଲେ। ଏବେ ସେ ସୁସ୍ଥ ଥିବା ବେଳେ ନିଜ ଘରକୁ ଫେରିଥିବା ଜଣାଯାଇଛି।

Chhattisgarh Suicide Threat