Advertisment

ପାଟଦରହା ଜଙ୍ଗଲରେ ମାଓବାଦୀ କ୍ୟାମ୍ପ ଠାବ, ମିଳିଲା ଚକୋଲେଟ ବୋମା

ବିସ୍ଫୋରକ ମିଳିବା ପରେ ଅପରେସନକୁ ଜୋରଦାର କରାଯାଇଥିବା ନୂଆପଡା ଏସପି ଜିଆର ରାଘବେନ୍ଦ୍ର ସୂଚନା ଦେଇଛନ୍ତି।

Maoist camp found in Patdarha forest

Maoist camp found in Patdarha forest

Advertisment

ନୂଆପଡ଼ା ଜିଲ୍ଲା ସିନାପାଲିର ପାଟଦରହା ଜଙ୍ଗଲ ନଙ୍ଗଳାଘାଟ ଗାଁ ନିକଟରୁ ମାଓ‍ବାଦୀଙ୍କ କ୍ୟାମ୍ପ ଠାବ ହୋଇଛି। ଜଙ୍ଗଲରେ SOG, DVF ଓ CRPFର ମିଳିତ କୁମ୍ବିଂ କରିବା ବେଳେ ଏହି ମାଓବାଦୀ କ୍ୟାମ୍ପ ଠାବ କରାଯାଇଛି। ଯବାନଙ୍କୁ ଦେଖି ଘଟଣାସ୍ଥଳରୁ ମାଓବାଦୀ ଚମ୍ପଟ ମାରିଥିବା ବେଳେ ଏଠାରୁ ୫ କେଜି ବିସ୍ଫୋରକ ସାମଗ୍ରୀ, ୨୦ଟି ଚକୋଲେଟ୍ ବୋମା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଛି।

Advertisment

ବିଶେଷ ସୂତ୍ରରୁ ସୂଚନା ପାଇ ନୂଆପଡା ଜିଲ୍ଲା ଛତିଶଗଡ ସୀମାନ୍ତ ସିନାପାଲି ଥାନା ପାଟଦରହା ସଂରକ୍ଷିତ ଜଙ୍ଗଳର ନଙ୍ଗଳଘାଟ ଗାଁ ନିକଟରେ ଏହି କୁମ୍ବିଂ ଚାଲିଥିଲା।

ବିସ୍ଫୋରକ ମିଳିବା ପରେ ଅପରେସନକୁ ଜୋରଦାର କରାଯାଇଥିବା ନୂଆପଡା ଏସପି ଜିଆର ରାଘବେନ୍ଦ୍ର ସୂଚନା ଦେଇଛନ୍ତି।

Advertisment

ରିପୋର୍ଟ- ନୂଆପଡାରୁ ମାୟାଧର ସରାଫ

Naxal Nuapada Maoists
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe